ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି : ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର : ସାଧାରଣଜନତାଙ୍କ ସହ ଯୋଡ଼ିହୋଇ ରହିବା ଓ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବାର ନିରନ୍ତର ପ୍ରୟାସର ପ୍ରତିଫଳନ ଭାବେ ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଅଭୂତପୂର୍ବ ସଫଳତା ମିଳିଥିବା ବେଳେ ଆଜି ପୌର ନିର୍ବାଚନ ଫଳାଫଳରେ ମଧ୍ୟ ବିଜେଡି ସେହି ସଫଳତାକୁ ଦୋହରାଇଛି। ଦଳର ଏହି ବିପୁଳ ବିଜୟର ଶ୍ରେୟ ବାସ୍ତବରେ ସାଢ଼େ ଚାରିକୋଟି ଓଡ଼ିଆଙ୍କର। ଏହାମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ବିଶ୍ୱାସ ଏବଂ ବିକାଶମୂଳକ […]

ଭୁବନେଶ୍ବର : ସାଧାରଣଜନତାଙ୍କ ସହ ଯୋଡ଼ିହୋଇ ରହିବା ଓ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବାର ନିରନ୍ତର ପ୍ରୟାସର ପ୍ରତିଫଳନ ଭାବେ ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଅଭୂତପୂର୍ବ ସଫଳତା ମିଳିଥିବା ବେଳେ ଆଜି ପୌର ନିର୍ବାଚନ ଫଳାଫଳରେ ମଧ୍ୟ ବିଜେଡି ସେହି ସଫଳତାକୁ ଦୋହରାଇଛି। ଦଳର ଏହି ବିପୁଳ ବିଜୟର ଶ୍ରେୟ ବାସ୍ତବରେ ସାଢ଼େ ଚାରିକୋଟି ଓଡ଼ିଆଙ୍କର। ଏହାମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ବିଶ୍ୱାସ ଏବଂ ବିକାଶମୂଳକ କାର୍ଯ୍ୟର ସ୍ୱୀକୃତି।  ବିଜେଡିର ଏହି ଐତିହାସିକ ସଫଳତା ଦଳୀୟ ନେତା, କର୍ମୀ, କର୍ମକର୍ତ୍ତାଙ୍କୁ ଯେତିକି ବିହ୍ୱଳିତ କରିଛି; ଅନୁରୂପ ଭାବରେ ବିରୋଧୀଙ୍କୁ ସେତିକି ହତୋତ୍ସାହିତ କରିଛି। ପଞ୍ଚାୟତ ନିର୍ବାଚନରେ ଗାଁ ଭୋଟରଙ୍କ ମନ ଜିଣିଥିବା ବିଜେଡି ପୌର ନିର୍ବାଚନରେ ମଧ୍ୟ ସହରୀ ଭୋଟରଙ୍କ ମନ ଜିଣିବାରେ ସକ୍ଷମ ହୋଇଛି। ଶିକ୍ଷିତ ଯୁବଗୋଷ୍ଠୀ ଓ ମହିଳାଙ୍କୁ ଅଧିକରୁ ଅଧିକ ପ୍ରତିନିଧିତ୍ୱର ସୁଯୋଗ ଦେଇ ରାଜ୍ୟରେ ଏକ ସମାବେଶୀ ବିକାଶ ନିମନ୍ତେ ଯେଉଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି, ତାହା କେବଳ ଶାସନରେ ସନ୍ତୁଳନ ରକ୍ଷା କରିବ ନାହିଁ, ପକ୍ଷାନ୍ତରେ ବିକାଶ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ରାଜ୍ୟର ୧୦୫ଟି ପୌର ପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ମଧ୍ୟରୁ ବିଜେଡି ୭୩ଟି ସ୍ଥାନରେ ବିଜୟୀ ହୋଇଛି। ବିଜେପି ୧୬ ଓ କଂଗ୍ରେସର ୭ ଜଣ ପ୍ରାର୍ଥୀ ପୌର ଅଧ୍ୟକ୍ଷ ପଦ ପାଇଁ ବିଜୟୀ ହୋଇଛନ୍ତି। ସେହିଭଳି ୯ ଜଣ ଅନ୍ୟ ଦଳ ଅଥବା ସ୍ବାଧୀନ ପ୍ରାର୍ଥୀ ପୌରାଧ୍ୟକ୍ଷ ହେବେ। ପୌର ନିର୍ବାଚନ ବ୍ୟତୀତ ୩ଟି ମହାନଗର ନିଗମରେ ‌ମେୟର ପାଇଁ ହୋଇଥିବା ନିର୍ବାଚନରେ ମଧ୍ୟ ବିଜେଡିକୁ ବଡ଼ ସଫଳତା ମିଳିଛି।ଅନ୍ୟପକ୍ଷରେ ଗଣତି ସରିଯାଇଥିବ‌ା ବେଳେ ବିଜୁ ଜନତା ଦଳ ୭୫ଟି ପୗରାଞ୍ଚଳରେ ଅଧ୍ୟକ୍ଷ ପଦ ବଜାୟ ରଖିବାରେ ସଫଳ ହୋଇଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଅନ୍ୟପଟେ ରାଜ୍ୟବାସୀ ବିଜେଡି ଉପରେ ଦେଖାଇଥିବା ଭରସା ଏବଂ ବିଶ୍ବାସ ପାର୍ଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ‘ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି । ୱାର୍ଡସ୍ତରରୁ ଲୋକଙ୍କ ଭଲପାଇବା ତୃଣମୂଳସ୍ତରରେ ବିଜେଡିର ଲୋକପ୍ରିୟତାକୁ ପ୍ରମାଣିତ କରୁଛି। ତେଣୁ ଆସନ୍ତୁ, ସମସ୍ତେ ରାଜ୍ୟର ବିକାଶଧାରାରେ ସାମିଲ ହୋଇ ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଏକ ହୋଇ ଆଗକୁ ବଢିବା।‘

26 Mar 2022 By The Sakala

ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି : ନବୀନ ପଟ୍ଟନାୟକ

ଭୁବନେଶ୍ବର : ସାଧାରଣଜନତାଙ୍କ ସହ ଯୋଡ଼ିହୋଇ ରହିବା ଓ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବାର ନିରନ୍ତର ପ୍ରୟାସର ପ୍ରତିଫଳନ ଭାବେ ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଅଭୂତପୂର୍ବ ସଫଳତା ମିଳିଥିବା ବେଳେ ଆଜି ପୌର ନିର୍ବାଚନ ଫଳାଫଳରେ ମଧ୍ୟ ବିଜେଡି ସେହି ସଫଳତାକୁ ଦୋହରାଇଛି। ଦଳର ଏହି ବିପୁଳ ବିଜୟର ଶ୍ରେୟ ବାସ୍ତବରେ ସାଢ଼େ ଚାରିକୋଟି ଓଡ଼ିଆଙ୍କର। ଏହାମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ବିଶ୍ୱାସ ଏବଂ ବିକାଶମୂଳକ କାର୍ଯ୍ୟର ସ୍ୱୀକୃତି।  ବିଜେଡିର ଏହି ଐତିହାସିକ ସଫଳତା ଦଳୀୟ ନେତା, କର୍ମୀ, କର୍ମକର୍ତ୍ତାଙ୍କୁ ଯେତିକି ବିହ୍ୱଳିତ କରିଛି; ଅନୁରୂପ ଭାବରେ ବିରୋଧୀଙ୍କୁ ସେତିକି ହତୋତ୍ସାହିତ କରିଛି। ପଞ୍ଚାୟତ ନିର୍ବାଚନରେ ଗାଁ ଭୋଟରଙ୍କ ମନ ଜିଣିଥିବା ବିଜେଡି ପୌର ନିର୍ବାଚନରେ ମଧ୍ୟ ସହରୀ ଭୋଟରଙ୍କ ମନ ଜିଣିବାରେ ସକ୍ଷମ ହୋଇଛି। ଶିକ୍ଷିତ ଯୁବଗୋଷ୍ଠୀ ଓ ମହିଳାଙ୍କୁ ଅଧିକରୁ ଅଧିକ ପ୍ରତିନିଧିତ୍ୱର ସୁଯୋଗ ଦେଇ ରାଜ୍ୟରେ ଏକ ସମାବେଶୀ ବିକାଶ ନିମନ୍ତେ ଯେଉଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି, ତାହା କେବଳ ଶାସନରେ ସନ୍ତୁଳନ ରକ୍ଷା କରିବ ନାହିଁ, ପକ୍ଷାନ୍ତରେ ବିକାଶ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବ।

ରାଜ୍ୟର ୧୦୫ଟି ପୌର ପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ମଧ୍ୟରୁ ବିଜେଡି ୭୩ଟି ସ୍ଥାନରେ ବିଜୟୀ ହୋଇଛି। ବିଜେପି ୧୬ ଓ କଂଗ୍ରେସର ୭ ଜଣ ପ୍ରାର୍ଥୀ ପୌର ଅଧ୍ୟକ୍ଷ ପଦ ପାଇଁ ବିଜୟୀ ହୋଇଛନ୍ତି। ସେହିଭଳି ୯ ଜଣ ଅନ୍ୟ ଦଳ ଅଥବା ସ୍ବାଧୀନ ପ୍ରାର୍ଥୀ ପୌରାଧ୍ୟକ୍ଷ ହେବେ। ପୌର ନିର୍ବାଚନ ବ୍ୟତୀତ ୩ଟି ମହାନଗର ନିଗମରେ ‌ମେୟର ପାଇଁ ହୋଇଥିବା ନିର୍ବାଚନରେ ମଧ୍ୟ ବିଜେଡିକୁ ବଡ଼ ସଫଳତା ମିଳିଛି।ଅନ୍ୟପକ୍ଷରେ ଗଣତି ସରିଯାଇଥିବ‌ା ବେଳେ ବିଜୁ ଜନତା ଦଳ ୭୫ଟି ପୗରାଞ୍ଚଳରେ ଅଧ୍ୟକ୍ଷ ପଦ ବଜାୟ ରଖିବାରେ ସଫଳ ହୋଇଛି।

ଅନ୍ୟପଟେ ରାଜ୍ୟବାସୀ ବିଜେଡି ଉପରେ ଦେଖାଇଥିବା ଭରସା ଏବଂ ବିଶ୍ବାସ ପାର୍ଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ‘ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି । ୱାର୍ଡସ୍ତରରୁ ଲୋକଙ୍କ ଭଲପାଇବା ତୃଣମୂଳସ୍ତରରେ ବିଜେଡିର ଲୋକପ୍ରିୟତାକୁ ପ୍ରମାଣିତ କରୁଛି। ତେଣୁ ଆସନ୍ତୁ, ସମସ୍ତେ ରାଜ୍ୟର ବିକାଶଧାରାରେ ସାମିଲ ହୋଇ ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଏକ ହୋଇ ଆଗକୁ ବଢିବା।‘

https://www.thesakala.in/latest-odisha-news/bjd-victory-in-the-municipal-elections-supremo-naveen-patnaik-thanked-the-people-of-odisha/article-10263
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର