ଓଡିଆ ଝିଅ ଦ୍ରୌପଦୀଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇବା ପାଇଁ ଅଣ୍ଟା ଭିଡିଛି ବିଜେଡି

The Sakala Picture
Published On

ଭୁବନେଶ୍ବର: ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଜିତାଇବାକୁ ଅଣ୍ଟା ଭିଡିଛି ବିଜେଡି । ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦଙ୍କ ପୂର୍ଣ୍ଣ ସମର୍ଥନ ଆଶାରେ ଆସନ୍ତାକାଲି ଆସୁଛନ୍ତି ଦ୍ରୌପଦୀ । ଏପଟେ ଓଡିଆ ଝିଅଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଭୋଟ୍ ଦେବାକୁ ଅପିଲ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୀତିରୁ ଉପରେ ରହି ଓଡିଶାର ସବୁ ଭୋଟ୍ କେମିତି ଦ୍ରୌପଦୀ […]

ଭୁବନେଶ୍ବର: ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଜିତାଇବାକୁ ଅଣ୍ଟା ଭିଡିଛି ବିଜେଡି । ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦଙ୍କ ପୂର୍ଣ୍ଣ ସମର୍ଥନ ଆଶାରେ ଆସନ୍ତାକାଲି ଆସୁଛନ୍ତି ଦ୍ରୌପଦୀ । ଏପଟେ ଓଡିଆ ଝିଅଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଭୋଟ୍ ଦେବାକୁ ଅପିଲ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୀତିରୁ ଉପରେ ରହି ଓଡିଶାର ସବୁ ଭୋଟ୍ କେମିତି ଦ୍ରୌପଦୀ ପାଇବେ ସେନେଇ ଅଣ୍ଟା ଭିଡ଼ିଛି ବିଜେଡି । ଆସନ୍ତାକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ବସିବ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଦେଶର ୧୬ତମ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନିଜ ମାଟିରୁ ପୂର୍ଣ୍ଣ ସମର୍ଥନ ପାଇଁ ଆସୁଛନ୍ତି ଦ୍ରୌପଦୀ । ବିମାନବନ୍ଦରରୁ ବିଧାନସଭା, ସବୁଠି ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି । ଦଳମତ ନିର୍ବିଶେଷରେ ସବୁ ବିଧାୟକଙ୍କୁ ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ବହୁ ଆଗରୁ ଅପିଲ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ସମର୍ଥନ ସାଉଣ୍ଟିବା ପାଇଁ ଫୁଲ୍ ଦମରେ ଲାଗିଛି ବିଜେଡି ବ୍ରିଗେଡ୍ । ଏନେଇ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଆସନ୍ତାକାଲି ବିଜେଡି ବିଧାୟକ, ସାଂସଦଙ୍କ ବୈଠକ ବସିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ବିଜେଡି ବିଧାୟକ ଓ ସାଂସଦଙ୍କୁ ଭେଟିବେ । ସକାଳ ସାଢେ ୧୦ଟାରେ ହେବାକୁ ଥିବା ଏହି ବୈଠକରେ ଦଳ ଦ୍ରୌପଦୀଙ୍କୁ ସ୍ବାଗତ କରିବ । ସେହିପରି ବିଜେପି ପକ୍ଷରୁ ମଧ୍ୟ ଦ୍ରୌପଦୀଙ୍କୁ ସ୍ବାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ସୂଚନାଯୋଗ୍ୟ, ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ରୌପଦୀ ପ୍ରାର୍ଥୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀ ଦ୍ରୌପଦୀଙ୍କୁ ଜିତାଇବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଫୋନରେ ଆଲୋଚନା କରିଥିଲେ । ପରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନରସିଂହ ମିଶ୍ର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ମାଟିର ଝିଅଙ୍କୁ ଜିତାଇବାକୁ ଆଲୋଚନା କରିଥଲେ । ଏହାପରେ କଂଗ୍ରେସର ବାକି ବିଧାୟକଙ୍କୁ ଭେଟି ଭୋଟ୍ ପାଇଁ ନିବେଦନ କରିଥିଲେ ବିଜେଡିର ବରିଷ୍ଠ ନେତା । ସେହିପରି ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ନବୀନ ବିଗ୍ରେଡ । ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅପିଲରେ ଅନୁପ୍ରାଣିତ ହୋଇ ଦ୍ରୌପଦୀଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

07 Jul 2022 By The Sakala

ଓଡିଆ ଝିଅ ଦ୍ରୌପଦୀଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇବା ପାଇଁ ଅଣ୍ଟା ଭିଡିଛି ବିଜେଡି

ଭୁବନେଶ୍ବର: ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଜିତାଇବାକୁ ଅଣ୍ଟା ଭିଡିଛି ବିଜେଡି । ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦଙ୍କ ପୂର୍ଣ୍ଣ ସମର୍ଥନ ଆଶାରେ ଆସନ୍ତାକାଲି ଆସୁଛନ୍ତି ଦ୍ରୌପଦୀ । ଏପଟେ ଓଡିଆ ଝିଅଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଭୋଟ୍ ଦେବାକୁ ଅପିଲ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୀତିରୁ ଉପରେ ରହି ଓଡିଶାର ସବୁ ଭୋଟ୍ କେମିତି ଦ୍ରୌପଦୀ ପାଇବେ ସେନେଇ ଅଣ୍ଟା ଭିଡ଼ିଛି ବିଜେଡି । ଆସନ୍ତାକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ବସିବ ।

ଦେଶର ୧୬ତମ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନିଜ ମାଟିରୁ ପୂର୍ଣ୍ଣ ସମର୍ଥନ ପାଇଁ ଆସୁଛନ୍ତି ଦ୍ରୌପଦୀ । ବିମାନବନ୍ଦରରୁ ବିଧାନସଭା, ସବୁଠି ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି । ଦଳମତ ନିର୍ବିଶେଷରେ ସବୁ ବିଧାୟକଙ୍କୁ ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ବହୁ ଆଗରୁ ଅପିଲ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ସମର୍ଥନ ସାଉଣ୍ଟିବା ପାଇଁ ଫୁଲ୍ ଦମରେ ଲାଗିଛି ବିଜେଡି ବ୍ରିଗେଡ୍ । ଏନେଇ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଆସନ୍ତାକାଲି ବିଜେଡି ବିଧାୟକ, ସାଂସଦଙ୍କ ବୈଠକ ବସିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ବିଜେଡି ବିଧାୟକ ଓ ସାଂସଦଙ୍କୁ ଭେଟିବେ । ସକାଳ ସାଢେ ୧୦ଟାରେ ହେବାକୁ ଥିବା ଏହି ବୈଠକରେ ଦଳ ଦ୍ରୌପଦୀଙ୍କୁ ସ୍ବାଗତ କରିବ । ସେହିପରି ବିଜେପି ପକ୍ଷରୁ ମଧ୍ୟ ଦ୍ରୌପଦୀଙ୍କୁ ସ୍ବାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ସୂଚନାଯୋଗ୍ୟ, ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ରୌପଦୀ ପ୍ରାର୍ଥୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀ ଦ୍ରୌପଦୀଙ୍କୁ ଜିତାଇବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଫୋନରେ ଆଲୋଚନା କରିଥିଲେ । ପରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନରସିଂହ ମିଶ୍ର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ମାଟିର ଝିଅଙ୍କୁ ଜିତାଇବାକୁ ଆଲୋଚନା କରିଥଲେ । ଏହାପରେ କଂଗ୍ରେସର ବାକି ବିଧାୟକଙ୍କୁ ଭେଟି ଭୋଟ୍ ପାଇଁ ନିବେଦନ କରିଥିଲେ ବିଜେଡିର ବରିଷ୍ଠ ନେତା । ସେହିପରି ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି ନବୀନ ବିଗ୍ରେଡ । ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅପିଲରେ ଅନୁପ୍ରାଣିତ ହୋଇ ଦ୍ରୌପଦୀଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର