ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଆସନ୍ତାକାଲି ଲୋୟର ପିଏମଜିରେ ବିକ୍ଷୋଭ କରିବ ବିଜେଡି

Madhusudan Das Picture
Published On

ଭୁବନେଶ୍ବର: ଚାଷୀ ସମସ୍ୟାକୁ ନେଇ ଆସନ୍ତାକାଲି ଲୋୟର ପିଏମଜିରେ ଗର୍ଜିବ ବିଜେଡି। ଚାଷୀ ସମସ୍ୟା ନେଇ ଦଳ କରିବ ବିକ୍ଷୋଭ। ଚାଷୀ, ଆଇନ ଶୃଙ୍ଖଳା ଭଳି କିଛି ବୃହତ୍ ସମସ୍ୟା ନେଇ ଆସନ୍ତାକାଲି ଭୁବନେଶ୍ଵର ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବ ଦଳ। ଚାଷୀ, ଆଇନ ଶୃଙ୍ଖଳା ବିପର୍ଯ୍ୟୟ ଭଳି ସଙ୍ଗୀନ ସମସ୍ୟାକୁ ସରକାର ଅଣଦେଖା କରୁଥିବା ଯୋଗୁଁ ବିଜେଡି ରାଜ୍ୟବ୍ୟାପି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛି। ରାଜ୍ୟ ସରକାର ବିଧାନସଭାକୁ ଭ୍ରମିତ କରୁଥିବା ଅଭିଯୋଗ ଆଣିଛି ବିଜେଡି । ମଣ୍ଡିରେ ଚାଷୀଙ୍କୁ ମାଡ଼ ମରାଯାଉଛି। ନିର୍ଯାତନା ଦିଆଯାଉଛି । ଦେଢ଼ ଲକ୍ଷ ଚାଷୀଙ୍କ ନାଁ ଚଞ୍ଚକତା କରି ରେଜିଷ୍ଟ୍ରେସନ ଲିଷ୍ଟରୁ ମୋହନ ସରକାର କାଟିଥିବା ବିଜେଡି ଅଭିଯୋଗ କରିଛି।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାନସଭାରେ ବିରୋଧୀ ଦଳର ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସହିତ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ମହିଳା ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଚଳିତ ବର୍ଷ ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ପ୍ରଥମ ଦିନରୁ ଅବ୍ୟବସ୍ଥା ଲାଗି ରହିଛି । ଧାନ ସଂଗ୍ରହ ପାଇଁ ପଞ୍ଜିକରଣ, ଟୋକନ ବିତରଣ, ମଣ୍ଡିରେ ଧାନ ସଂଗ୍ରହ ବ୍ୟବସ୍ଥା, କଟନୀ ଛଟନୀ ଇତ୍ୟାଦି ରାଜ୍ୟର ଚାଷୀ ମାନଙ୍କୁ ନାହିଁ ନଥିବା ଅସୁବିଧାରେ ପକାଇଛି । ରାଜ୍ୟର ପ୍ରତିଟି ବ୍ଲକରେ ଓ ଜିଲ୍ଲାରେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଉଥିବା ଖବର ଗଣମାଧ୍ୟମରେ ଶିରୋନାମା ପାଲଟୁଛି । କିନ୍ତୁ ରାଜ୍ୟ ସରକାର ଚାଷୀ ମାନଙ୍କ ସମସ୍ୟାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନାହାନ୍ତି । ଧାନ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି ବୋଲି କହି ସରକାର ନିଜ ପିଠି ନିଜେ ଥାପୁଡ଼େଉଛନ୍ତି । କିନ୍ତୁ ସରକାରୀ ତଥ୍ୟ ରାଜ୍ୟ ସରକାରଙ୍କ ଦାବିକୁ ଡାହା ମିଛ ବୋଲି ପ୍ରମାଣିତ କରୁଛି ।  

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ଶ୍ରୀ ଆଚାର୍ଯ୍ୟ କହିଥିଲେ, ସରକାରୀ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ରାଜ୍ୟରେ ୧୯,୬୬,୧୮୧ ଜଣ ଚାଷୀ ପଞ୍ଜିକରଣ କରିଥିଲେ । ଏମାନଙ୍କ ଭିତରୁ ପ୍ରାୟ ଦେଢ଼ ଲକ୍ଷ ଚାଷୀଙ୍କ ପଞ୍ଜିକରଣକୁ ବିଭିନ୍ନ କାରଣ ଦର୍ଶାଇ ସରକାର ରଦ୍ଦ କରିଦେଇଥିଲେ । ରାଜ୍ୟରେ ଚଳିତ ବର୍ଷ ସମୁଦାୟ ୧୯୩.୦୬ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଥିବା ବେଳେ ଏବେ ସୁଦ୍ଧା ମାତ୍ର ୬୦.୦୯ ଲକ୍ଷ ମେଟ୍ରିକ ଟନ ଧାନ କିଣା ହୋଇପାରିଛି, ଯାହା ସମୁଦାୟ ଧାନର ମାତ୍ର ୩୧ ପ୍ରତିଶତ  । ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ, ବାକି ଧାନକୁ ନେଇ ଚାଷୀ କ’ଣ କରିବେ ? ଏହାଛଡା ଚଳିତ ବର୍ଷ ଏମଏସପିରେ ୬୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ଏହାକୁ ସରକାର ଦେଉନାହାନ୍ତି । ଧାନ ସଂଗ୍ରହ ପରେ ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ବିକ୍ରି ମୂଲ୍ୟ ଯିବା କଥା କିନ୍ତୁ, ଏହା ପନ୍ଦର କୋଡିଏ ଦିନ ପର୍ଯ୍ୟନ୍ତ ଯାଇପାରୁନାହିଁ । ରାଜ୍ୟର ଚାଷୀ ସମୁଦାୟକୁ ବିଭିନ୍ନ ପ୍ରତିଶ୍ରୁତିରେ ପୋତି ପକାଇ ତାଙ୍କ ଭୋଟ ହାତେଇବା ପରେ ଏବେ ଚାଷୀ ମାରଣ ନୀତି ଆପଣେଇଛନ୍ତି । ତେଣୁ ଏହି ନୀତି ବିରୋଧରେ ବିଜୁ ଜନତା ଦଳ ତରଫରୁ ଆସନ୍ତାକାଲି ଏକ ବିଶାଳ ବିକ୍ଷୋଭ ଆୟୋଜନ କରାଯିବ ।

ଦେବୀ ପ୍ରସାଦ ମିଶ୍ର କହିଥିଲେ, ବିଜେଡି ସଭାପତିଙ୍କ ନିଦେ୍ର୍ଦଶକ୍ରମେ, ଫେବୃଆରୀ ୨ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଆସୁଛି । ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବ । ରାଜ୍ୟରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ବ୍ୟତୀତ ରାଜ୍ୟର ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏହିସବୁ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ।  

ସଞ୍ଜୟ କୁମାର ଦାସବର୍ମା କହିଥିଲେ, ଗତ ନିର୍ବାଚନରେ ବିନା କଟନୀ ଛଟନୀରେ ଏମଏସପି ଉପରେ ୮୦୦ ଟଙ୍କାର ଇନପୁଟ ସବସିଡି ପ୍ରଦାନ କରି ଧାନ କିଣାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା । ରାଜ୍ୟର ଚାଷୀ ସମୁଦାୟକୁ ବିଭିନ୍ନ ପ୍ରତିଶ୍ରୁତିରେ ପୋତି ପକାଇ ତାଙ୍କ ଭୋଟ ହାତେଇବା ପରେ ଏବେ ଚାଷୀ ମାରଣ ନୀତି ଆପଣେଇଛନ୍ତି । କେବଳ ସେତିକି ନୁହେଁ, ଭାରତୀୟ ଜନତା ପାର୍ଟି ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଥିଲା ଯେ, ଚାଷୀମାନଙ୍କ ସମସ୍ତ ଧାନକୁ କ୍ରୟ କରିବ, କିନ୍ତୁ ଏବେ ସମସ୍ତ ପ୍ରତିଶ୍ରୁତିକୁ ଭାଙ୍ଗି ୧୫୦ କ୍ୱିଣ୍ଟାଲରୁ ଅଧିକ ଧାନକୁ ଆଉ ୩୧୦୦ ଟଙ୍କାରେ କ୍ରୟ କରୁନାହାନ୍ତି । ରାଜ୍ୟର ଯୋଗାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ କୃଷି ମନ୍ତ୍ରୀ ଧାନ ସଂଗ୍ରହ ପ୍ରସଙ୍ଗରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି ଓ ଚାଷୀକୁଳକୁ ଉପହାସ କରୁଛନ୍ତି । ତେଣୁ ରାଜ୍ୟର କୃଷକ ମାନଙ୍କୁ ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ବିଜୁ ଜନତା ଦଳ ତରଫରୁ ଆସନ୍ତାକାଲି ଏକ ବିଶାଳ ବିକ୍ଷୋଭ ଆୟୋଜନ କରାଯିବ ।

23 Feb 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର