ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ବିଶ୍ବ ମହିଳା ଦିବସରେ ‘ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ର ବାର୍ତ୍ତା ଦେବ ବିଜେଡି

The Sakala Picture
Published On

ଭୁବନେଶ୍ୱର: ‘ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ର ବାର୍ତ୍ତା ଦେଇ ମାର୍ଚ୍ଚ ୮ ତାରିଖରେ ବିଜେଡି ବିଶ୍ୱ ମହିଳା ଦିବସ ପାଳନ କରିବ। ଏ ନେଇ ବିଜେଡି ମୁଖ୍ୟାଳୟରେ ବିରାଟ କାର୍ଯ୍ଯକ୍ରମ ଆୟୋଜନ ହେବ। ସମସ୍ତ ନିର୍ବାଚନମଣ୍ଡଳୀରେ ବି ଏହା ପାଳନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବିଶ୍ୱ କଲ୍ୟାଣରେ ମହିଳାଙ୍କ ଭୂମିକା ପ୍ରତିପାଦନ। ଉପସ୍ଥାପନ ହେବ ମହିଳାଙ୍କ ପ୍ରତିଭା । ଫୋକସ୍‌ରେ ମହିଳା ସଶକ୍ତୀକରଣ । ମାର୍ଚ୍ଚ ୮ରେ […]

ଭୁବନେଶ୍ୱର: ‘ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ର ବାର୍ତ୍ତା ଦେଇ ମାର୍ଚ୍ଚ ୮ ତାରିଖରେ ବିଜେଡି ବିଶ୍ୱ ମହିଳା ଦିବସ ପାଳନ କରିବ। ଏ ନେଇ ବିଜେଡି ମୁଖ୍ୟାଳୟରେ ବିରାଟ କାର୍ଯ୍ଯକ୍ରମ ଆୟୋଜନ ହେବ। ସମସ୍ତ ନିର୍ବାଚନମଣ୍ଡଳୀରେ ବି ଏହା ପାଳନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶରେ ଅଦିନିଆ ରଥଯାତ୍ରା: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିବାଦ, ହାପୁର ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ

ବିଶ୍ୱ କଲ୍ୟାଣରେ ମହିଳାଙ୍କ ଭୂମିକା ପ୍ରତିପାଦନ। ଉପସ୍ଥାପନ ହେବ ମହିଳାଙ୍କ ପ୍ରତିଭା । ଫୋକସ୍‌ରେ ମହିଳା ସଶକ୍ତୀକରଣ । ମାର୍ଚ୍ଚ ୮ରେ ବିଜେଡି ଅଫିସରେ ମହାସମାରୋହରେ ପାଳନ ହେବ ବିଶ୍ୱ ମହିଳା ଦିବସ । ସାମିଲ ହେବେ ୨ ହଜାରରୁ ଅଧିକ ମହିଳା । ‘ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ ନେଇ ମହିଳାଙ୍କୁ ସମ୍ବୋଧିତ କରାଯିବ। ମହିଳାଙ୍କୁ ଜାଗ୍ରତ କରିବା ଏହାର ଉଦ୍ଦେଶ୍ୟ । ମହିଳାଙ୍କ ପାଖରେ ଥିବା ପ୍ରତିଭା ଉପସ୍ଥାପନ କରାଯିବ। ଯାହା ବିଶ୍ୱ କଲ୍ୟାଣରେ ଆସିବ। ବିଭିନ୍ନ ସମୟରେ ପ୍ରତିଭାମୟୀ ମହିଳା ଘରର ଚାରିକାନ୍ଥ ଭିତରେ ସୀମିତ ରହିଯାଆନ୍ତି । ସେମାନଙ୍କୁ ଘରଘର ବୁଲି ଜାଗ୍ରତ କରିବାର ଗୁରୁ ଦାୟିତ୍ୱ ବିଜେଡିର ବିଭିନ୍ନ ଛାମୁଆ ସଂଗଠନ ପାଇପାରନ୍ତି। ସମାରୋହରେ ମହିଳା ସଶକ୍ତୀକରଣ ପାଇଁ ବିଜୁବାବୁଙ୍କ ଅବଦାନ ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ ।

ଆହୁରି ପଢ଼ନ୍ତୁ: ଶୃଙ୍ଖଳିତ ରଥଯାତ୍ରା ପାଇଁ ରାଜ୍ୟ ଅତିଥି ଭବନରେ ଉଚ୍ଚସ୍ତରୀୟ ବୈଠକ, ଆଇନ ମନ୍ତ୍ରୀଙ୍କ ସମୀକ୍ଷା

ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏସ୍‌ଏଚ୍‌ଜି ଗଠନ ନବୀନ ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ । ଏଥିପାଇଁ ମିଶନ ଶକ୍ତି ଏବେ ଏକ କେସ୍ ଷ୍ଟଡି ପାଲଟିଛି । ପଞ୍ଚାୟତ ଘରେ ବସି ବିକାଶର ଚିନ୍ତା, ମିଶନ ଶକ୍ତିରେ ମା’ମାନଙ୍କୁ ସ୍ୱାବଲମ୍ବୀ କରିବା ଓ ସମୃଦ୍ଧିର ଉଜ୍ଜ୍ୱଳ ଚିତ୍ର ଦେଖାଇବା ନେଇ ବିଜୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଥିଲେ । ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ପଦପେକ୍ଷ ରହିବ ମହିଳା ଦିବସ ସମାରୋହର ମୁଖ୍ୟ ଏଜେଣ୍ଡା । ବିଜୁ ଜୟନ୍ତୀ ପରି ମହିଳା ଦିବସ ସମାରୋହକୁ କୋଭିଡ୍‌ କଟକଣା ଭିତରେ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ଅଭାବନୀୟ ଘଟଣା: ୯ ବର୍ଷର ଶିଶୁପୁତ୍ରକୁ ଝୁଣି ପକାଇଲେ ବୁଲା କୁକୁର

06 Mar 2021 By The Sakala

ବିଶ୍ବ ମହିଳା ଦିବସରେ ‘ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ର ବାର୍ତ୍ତା ଦେବ ବିଜେଡି

ଭୁବନେଶ୍ୱର: ‘ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ର ବାର୍ତ୍ତା ଦେଇ ମାର୍ଚ୍ଚ ୮ ତାରିଖରେ ବିଜେଡି ବିଶ୍ୱ ମହିଳା ଦିବସ ପାଳନ କରିବ। ଏ ନେଇ ବିଜେଡି ମୁଖ୍ୟାଳୟରେ ବିରାଟ କାର୍ଯ୍ଯକ୍ରମ ଆୟୋଜନ ହେବ। ସମସ୍ତ ନିର୍ବାଚନମଣ୍ଡଳୀରେ ବି ଏହା ପାଳନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ବିଶ୍ୱ କଲ୍ୟାଣରେ ମହିଳାଙ୍କ ଭୂମିକା ପ୍ରତିପାଦନ। ଉପସ୍ଥାପନ ହେବ ମହିଳାଙ୍କ ପ୍ରତିଭା । ଫୋକସ୍‌ରେ ମହିଳା ସଶକ୍ତୀକରଣ । ମାର୍ଚ୍ଚ ୮ରେ ବିଜେଡି ଅଫିସରେ ମହାସମାରୋହରେ ପାଳନ ହେବ ବିଶ୍ୱ ମହିଳା ଦିବସ । ସାମିଲ ହେବେ ୨ ହଜାରରୁ ଅଧିକ ମହିଳା । ‘ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ ନେଇ ମହିଳାଙ୍କୁ ସମ୍ବୋଧିତ କରାଯିବ। ମହିଳାଙ୍କୁ ଜାଗ୍ରତ କରିବା ଏହାର ଉଦ୍ଦେଶ୍ୟ । ମହିଳାଙ୍କ ପାଖରେ ଥିବା ପ୍ରତିଭା ଉପସ୍ଥାପନ କରାଯିବ। ଯାହା ବିଶ୍ୱ କଲ୍ୟାଣରେ ଆସିବ। ବିଭିନ୍ନ ସମୟରେ ପ୍ରତିଭାମୟୀ ମହିଳା ଘରର ଚାରିକାନ୍ଥ ଭିତରେ ସୀମିତ ରହିଯାଆନ୍ତି । ସେମାନଙ୍କୁ ଘରଘର ବୁଲି ଜାଗ୍ରତ କରିବାର ଗୁରୁ ଦାୟିତ୍ୱ ବିଜେଡିର ବିଭିନ୍ନ ଛାମୁଆ ସଂଗଠନ ପାଇପାରନ୍ତି। ସମାରୋହରେ ମହିଳା ସଶକ୍ତୀକରଣ ପାଇଁ ବିଜୁବାବୁଙ୍କ ଅବଦାନ ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ ।

ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏସ୍‌ଏଚ୍‌ଜି ଗଠନ ନବୀନ ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ । ଏଥିପାଇଁ ମିଶନ ଶକ୍ତି ଏବେ ଏକ କେସ୍ ଷ୍ଟଡି ପାଲଟିଛି । ପଞ୍ଚାୟତ ଘରେ ବସି ବିକାଶର ଚିନ୍ତା, ମିଶନ ଶକ୍ତିରେ ମା’ମାନଙ୍କୁ ସ୍ୱାବଲମ୍ବୀ କରିବା ଓ ସମୃଦ୍ଧିର ଉଜ୍ଜ୍ୱଳ ଚିତ୍ର ଦେଖାଇବା ନେଇ ବିଜୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଥିଲେ । ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ପଦପେକ୍ଷ ରହିବ ମହିଳା ଦିବସ ସମାରୋହର ମୁଖ୍ୟ ଏଜେଣ୍ଡା । ବିଜୁ ଜୟନ୍ତୀ ପରି ମହିଳା ଦିବସ ସମାରୋହକୁ କୋଭିଡ୍‌ କଟକଣା ଭିତରେ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର