କେନ୍ଦ୍ରୀୟ ଅବହେଳା ଓ ଦର ନିୟନ୍ତ୍ରଣରେ କେନ୍ଦ୍ରର ବିଫଳତା ନେଇ ଲୋକଙ୍କୁ ସଚେତନ କରିବ ବିଜେଡି

The Sakala Picture
Published On

ଭୁବନେଶ୍ବର: ଓଡିଶାକୁ ଅବହେଳା କରୁଛି କେନ୍ଦ୍ର । କେନ୍ଦ୍ରୀୟ ଅବହେଳା ଓ ଦର ନିୟନ୍ତ୍ରଣରେ କେନ୍ଦ୍ରର ବିଫଳତା ନେଇ ଲୋକଙ୍କୁ ବିଜେଡି ସଚେତନ କରିବ । ଓଡ଼ିଶାର ହଜାର ହଜାର ଗରିବ ଲୋକଙ୍କ ଚାଉଳ କାଟିବାଠାରୁ ଆରମ୍ଭ କରି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରୁଛି କେନ୍ଦ୍ର ସରକାର । ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଓ ଗରିବ ମାରଣl ନୀତିକୁ ଆମେ ବିରୋଧ କରିଛୁ ଓ କରିବୁ । ରାଜ୍ୟର ସ୍ୱାର୍ଥ ପାଇଁ […]

ଭୁବନେଶ୍ବର: ଓଡିଶାକୁ ଅବହେଳା କରୁଛି କେନ୍ଦ୍ର । କେନ୍ଦ୍ରୀୟ ଅବହେଳା ଓ ଦର ନିୟନ୍ତ୍ରଣରେ କେନ୍ଦ୍ରର ବିଫଳତା ନେଇ ଲୋକଙ୍କୁ ବିଜେଡି ସଚେତନ କରିବ । ଓଡ଼ିଶାର ହଜାର ହଜାର ଗରିବ ଲୋକଙ୍କ ଚାଉଳ କାଟିବାଠାରୁ ଆରମ୍ଭ କରି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରୁଛି କେନ୍ଦ୍ର ସରକାର ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଓ ଗରିବ ମାରଣl ନୀତିକୁ ଆମେ ବିରୋଧ କରିଛୁ ଓ କରିବୁ । ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡି ଲଢ଼ୁଛି ଆଉ ଲଢ଼ିବ ବୋଲି ବିଧାୟକ ଅମର ଶତପଥୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଉଛନ୍ତି l ଲୋକଙ୍କ ସାଙ୍ଗରେ ନବୀନ ଅଛନ୍ତି। କେନ୍ଦ୍ର ସରକାର ଅବହେଳା କରୁଛନ୍ତି । ଲୋକ କାହିଁକି ଚାଉଳ ଓ ଘର ପାଉନାହାନ୍ତି, ସେ ବିଷୟରେ ବିଜେଡି ଲୋକଙ୍କୁ ଅବଗତ କରିବ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ଲୋକମାନେ ସଚେତନ ହେବେ ଓ ସବୁ କଥା ବିଚାର କରିବେ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି । ସେହିପରି ସମାନ ପସଙ୍ଗକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ କେନ୍ଦ୍ର ଉପରେ ବର୍ଷିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର