ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ ବିଜେଡି ଟିମ୍

The Sakala Picture
Published On

ଭୁବନେଶ୍ବର: ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି ଟିମ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଟିମ ଗଠନ କରିଛନ୍ତି। ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟି। ଟିମରେ ରହିଛନ୍ତି ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର ଓ ସ୍ଥାନୀୟ ଅଞ୍ଚଳର ବିଜେଡି ନେତା। ମାଲକାନଗିରି ମୋଟୁ ଅଞ୍ଚଳ ପରିଦର୍ଶନ କରି ବିଜେଡ଼ି ସୁପ୍ରିମୋଙ୍କୁ ରିପୋର୍ଟ ଦେବେ। ସୂଚନା ଅନୁଯାୟୀ, ଆନ୍ଧ୍ର ସରକାରଙ୍କ ପୋଲାଭରମ୍‌‌ ପ୍ରକଳ୍ପ ଓଡ଼ିଶାର ବିଭିନ୍ନ ଜିଲ୍ଲା ବିଶେଷକରି […]

ଭୁବନେଶ୍ବର: ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି ଟିମ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଟିମ ଗଠନ କରିଛନ୍ତି। ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟି। ଟିମରେ ରହିଛନ୍ତି ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର ଓ ସ୍ଥାନୀୟ ଅଞ୍ଚଳର ବିଜେଡି ନେତା। ମାଲକାନଗିରି ମୋଟୁ ଅଞ୍ଚଳ ପରିଦର୍ଶନ କରି ବିଜେଡ଼ି ସୁପ୍ରିମୋଙ୍କୁ ରିପୋର୍ଟ ଦେବେ।

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ସୂଚନା ଅନୁଯାୟୀ, ଆନ୍ଧ୍ର ସରକାରଙ୍କ ପୋଲାଭରମ୍‌‌ ପ୍ରକଳ୍ପ ଓଡ଼ିଶାର ବିଭିନ୍ନ ଜିଲ୍ଲା ବିଶେଷକରି ମାଲକାନଗିରି ଜିଲ୍ଲା ପାଇଁ ଦୁଃଖ ଆଣି ଦେବ। ଏହି ପ୍ରକଳ୍ପରୁ ଓଡ଼ିଶା କିଛି ପାଇବ ନାହିଁ ବରଂ ବହୁତ କିଛି ହରାଇବ। ସେଥିପାଇଁ ଆରମ୍ଭରୁ ଓଡ଼ିଶା ଏହି ପ୍ରକଳ୍ପକୁ ବିରୋଧ କରି ଆସୁଛି। ଆନ୍ଧ୍ର ସରକାରଙ୍କ ମନମାନିକୁ ଛତିଶଗଡ଼ ମଧ୍ୟ ବିରୋଧ କରୁଛି। ଓଡ଼ିଶାରେ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କୁ କ୍ଷତିପୂରଣ ଦେବା ଲାଗି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର କିଛି କ୍ଷତି ହେବ ନାହିଁ ବୋଲ ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍‌‌ ରାଜଶେଖର ରେଡ୍ଡୀ ସଫେଇ ଦେଇ ଦୋଷ ଝାଡି ଦେଇଥିଲେ। ମାତ୍ର ନବୀନ ନିଜ ଦାବିରେ ଅଟଳ ରହିବାରୁ ବିବାଦ ଘନିଭୂତ ହେବାରେ ଲାଗିଥିଲା। ୨୦୧୦ ପରେ ଓଡ଼ିଶା ଏବଂ ଛତିଶଗଡ଼ ସରକାର ସୁପ୍ରିମ୍‌‌ କୋର୍ଟରେ ଭିନ୍ନ ଭିନ୍ନ ଆବେଦନ ଦାଖଲ କରିଥିଲେ।

ଆହୁରି ପଢ଼ନ୍ତୁ: ସରକାରୀ ଅଫିସରଙ୍କୁ ତାଗିଦ୍‌: ରାଜ୍ୟ ବାହାରକୁ ଗସ୍ତ କରୁଥିବା ଅଧିକାରୀଙ୍କ ପାଇଁ ୨୧ ଦିନ ପୂର୍ବରୁ ନୋଟିସ୍ ବାଧ୍ୟତାମୂଳକ

ପରିବେଶ ମନ୍ତ୍ରାଳୟ ଓ କେନ୍ଦ୍ରୀୟ ଜଳ ଆୟୋଗଙ୍‌‌କ ଉପଯୁକ୍ତ ମଞ୍ଜୁରୀ ବିନା ଆନ୍ଧ୍ର ସରକାର ପୋଲାଭରମ୍‌‌ ପ୍ରକଳ୍ପ ଜାରି ରଖିଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। ପରେ ଗୋଦାବୀ ଜଳବିବାଦ ଟ୍ରିବୁନାଲ ଅନ୍ଥର୍ଗତ ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶ ସରକାର ଏକ ରାଜିନାମା ସ୍ୱାକ୍ଷର କରାଗଲା। ଫଳରେ ପ୍ରକଳ୍ପ ପାଇଁ ଆନ୍ଧ୍ରକୁ ଅନୁମତି ମିଳିଥିଲା। କିନ୍ତୁ ଜଳଭଣ୍ଡାରରେ ଜଳଧାରଣ କ୍ଷମତା ବୃଦ୍ଧି କରାଯାଇ ଥିବାରୁ ଜଳବୁଡି ସମସ୍ୟା ଦୂର ହେବ ନାହିଁ ବୋଲି ଓଡ଼ିଶା ଏବଂ ଛତିଶଗଡ଼ ସୁପ୍ରିମ୍‌‌ କୋର୍ଟରେ ଅଭିଯୋଗ ଆଣିଥିଲେ। ଓଡ଼ିଶାର ବହୁ ଅଞ୍ଚଳ ସବୁଦିନ ପାଇଁ ଜଳାର୍ଣ୍ଣବ ହୋଇଯିବ ବୋଲି କୁହାଗଲା। ଏହା ଭିତରେ ବର୍ଷ ପରେ ବର୍ଷ ଗଡ଼ି ଚାଲିଛି ଆଉ ଆନ୍ଧ୍ର ପ୍ରଦେଶ ପୋଲାଭରମ୍‌‌ ପ୍ରକଳ୍ପ ଆଗକୁ ନେଇ ଚାଲିଛନ୍ତି।

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ: ଚରମ ବିଫଳତାକୁ ନେଇ ବିଜେଡିର କଡ଼ା ସମାଲୋଚନା

06 Aug 2024 By The Sakala

ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ ବିଜେଡି ଟିମ୍

ଭୁବନେଶ୍ବର: ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି ଟିମ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଟିମ ଗଠନ କରିଛନ୍ତି। ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟି। ଟିମରେ ରହିଛନ୍ତି ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର ଓ ସ୍ଥାନୀୟ ଅଞ୍ଚଳର ବିଜେଡି ନେତା। ମାଲକାନଗିରି ମୋଟୁ ଅଞ୍ଚଳ ପରିଦର୍ଶନ କରି ବିଜେଡ଼ି ସୁପ୍ରିମୋଙ୍କୁ ରିପୋର୍ଟ ଦେବେ।

ସୂଚନା ଅନୁଯାୟୀ, ଆନ୍ଧ୍ର ସରକାରଙ୍କ ପୋଲାଭରମ୍‌‌ ପ୍ରକଳ୍ପ ଓଡ଼ିଶାର ବିଭିନ୍ନ ଜିଲ୍ଲା ବିଶେଷକରି ମାଲକାନଗିରି ଜିଲ୍ଲା ପାଇଁ ଦୁଃଖ ଆଣି ଦେବ। ଏହି ପ୍ରକଳ୍ପରୁ ଓଡ଼ିଶା କିଛି ପାଇବ ନାହିଁ ବରଂ ବହୁତ କିଛି ହରାଇବ। ସେଥିପାଇଁ ଆରମ୍ଭରୁ ଓଡ଼ିଶା ଏହି ପ୍ରକଳ୍ପକୁ ବିରୋଧ କରି ଆସୁଛି। ଆନ୍ଧ୍ର ସରକାରଙ୍କ ମନମାନିକୁ ଛତିଶଗଡ଼ ମଧ୍ୟ ବିରୋଧ କରୁଛି। ଓଡ଼ିଶାରେ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କୁ କ୍ଷତିପୂରଣ ଦେବା ଲାଗି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର କିଛି କ୍ଷତି ହେବ ନାହିଁ ବୋଲ ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍‌‌ ରାଜଶେଖର ରେଡ୍ଡୀ ସଫେଇ ଦେଇ ଦୋଷ ଝାଡି ଦେଇଥିଲେ। ମାତ୍ର ନବୀନ ନିଜ ଦାବିରେ ଅଟଳ ରହିବାରୁ ବିବାଦ ଘନିଭୂତ ହେବାରେ ଲାଗିଥିଲା। ୨୦୧୦ ପରେ ଓଡ଼ିଶା ଏବଂ ଛତିଶଗଡ଼ ସରକାର ସୁପ୍ରିମ୍‌‌ କୋର୍ଟରେ ଭିନ୍ନ ଭିନ୍ନ ଆବେଦନ ଦାଖଲ କରିଥିଲେ।

ପରିବେଶ ମନ୍ତ୍ରାଳୟ ଓ କେନ୍ଦ୍ରୀୟ ଜଳ ଆୟୋଗଙ୍‌‌କ ଉପଯୁକ୍ତ ମଞ୍ଜୁରୀ ବିନା ଆନ୍ଧ୍ର ସରକାର ପୋଲାଭରମ୍‌‌ ପ୍ରକଳ୍ପ ଜାରି ରଖିଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। ପରେ ଗୋଦାବୀ ଜଳବିବାଦ ଟ୍ରିବୁନାଲ ଅନ୍ଥର୍ଗତ ଓଡ଼ିଶା, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶ ସରକାର ଏକ ରାଜିନାମା ସ୍ୱାକ୍ଷର କରାଗଲା। ଫଳରେ ପ୍ରକଳ୍ପ ପାଇଁ ଆନ୍ଧ୍ରକୁ ଅନୁମତି ମିଳିଥିଲା। କିନ୍ତୁ ଜଳଭଣ୍ଡାରରେ ଜଳଧାରଣ କ୍ଷମତା ବୃଦ୍ଧି କରାଯାଇ ଥିବାରୁ ଜଳବୁଡି ସମସ୍ୟା ଦୂର ହେବ ନାହିଁ ବୋଲି ଓଡ଼ିଶା ଏବଂ ଛତିଶଗଡ଼ ସୁପ୍ରିମ୍‌‌ କୋର୍ଟରେ ଅଭିଯୋଗ ଆଣିଥିଲେ। ଓଡ଼ିଶାର ବହୁ ଅଞ୍ଚଳ ସବୁଦିନ ପାଇଁ ଜଳାର୍ଣ୍ଣବ ହୋଇଯିବ ବୋଲି କୁହାଗଲା। ଏହା ଭିତରେ ବର୍ଷ ପରେ ବର୍ଷ ଗଡ଼ି ଚାଲିଛି ଆଉ ଆନ୍ଧ୍ର ପ୍ରଦେଶ ପୋଲାଭରମ୍‌‌ ପ୍ରକଳ୍ପ ଆଗକୁ ନେଇ ଚାଲିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର