ଫାଇନ ଆଦାୟ ନାଁରେ ଜନତାଙ୍କ ଠାରୁ ଜିଜିଆ କର ଆଦାୟ କରୁଛନ୍ତି ସରକାର: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଡ଼କ ଦୁର୍ଘଟଣା । ରାଜଧାନୀ ଭୁବନେଶ୍ୱର ସଡ଼କ ଦୁର୍ଘଟଣାର ପେଣ୍ଠସ୍ଥଳୀ ପାଲଟି ଥିବାବେଳେ ପରିବହନ ବିଭାଗ ଦୁର୍ଘଟଣା ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କହିଛି ବିଜୁ ଜନତା ଦଳ ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ପରିବହନ ବିଭାଗର ଅପାରଗତା କାରଣରୁ ରାଜ୍ୟରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଛି । ସାଧରଣ ଜନତାଙ୍କ ସୁରକ୍ଷାକୁ ବେଖାତିର କରି ପରିବହନ ବିଭାଗ ଯେଣତେଣ ଉପାୟରେ କେମିତି ଲୋକଙ୍କ ଠାରୁ ଫାଇନ ଆଦାୟ କରାଯିବ, ସେଥିରେ ବ୍ୟସ୍ତ ରହୁଛି । ରାଜ୍ୟରେ ଚାଲୁଥିବା ସମସ୍ତ ଗାଡ଼ି ଓ ସାଧରଣ ଜନତା ଭୁଲ୍ କରନ୍ତୁ ବା ନ କରନ୍ତୁ ତାକୁ ତର୍ଜମା ନ କରି ଫାଇନ ଆଦାୟରେ ମାତିଛି ପରିବହନ ବିଭାଗ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଡ଼ ମହାନ୍ତି ଆହୁରି କହିଛନ୍ତି, ପରିବହନ କମିଶନର ତଥା ଅଧ୍ୟକ୍ଷ, ରାଜ୍ୟ ପରିବହନ ପ୍ରାଧିକରଣ ରାଜ୍ୟର ସମସ୍ତ ଆରଟିଓ ମାନଙ୍କ ପାଇଁ ଏକ ନିଦେ୍ର୍ଦଶାନାମା ଜାରି କରି ଅର୍ଥ ଆଦାୟ ପାଇର୍ ଟାର୍ଗେଟ ଦେଇଛନ୍ତି, ସେଥିପାଇଁ ଲୋକଙ୍କ ଠାରୁ ମୋଟା ଅଙ୍କର ଫାଇନ ବିଭିନ୍ନ ଆଳ ଦେଖାଇ ଆଦାୟ କରାଯାଉଛି । ଟ୍ରାଫିକ ବ୍ୟବସ୍ଥା ରାଜ୍ୟରେ ଠିକ୍ ଭାବେ ଚାଲୁଛି କି ନ ଚାଲୁଛୁ ତାକୁ ଅନୁଧ୍ୟାନ ନ କରି କେମିତି ସାଧାରଣ ଜନତାଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ ହେବ ସେଥିପାଇଁ ପରିବହନ କମିଶନର ଖସଡ଼ା ପ୍ରସ୍ତୁତ କରିଛନ୍ତି । ଦୁଃଖ ଓ ପରିତାପର ବିଷୟ ରାଜ୍ୟରେ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଅକାଳରେ ନିରୀହ ଜୀବନ ଚାଲିଯାଉଛି । ସରକାରଙ୍କ ଏଥିପ୍ରତି ତିଳେ ହେଲେ ନିଘା ନାହିଁ । ରାତି ୧୦ଟା ପରେ ଭାରିଯାନ ସହର ମଧ୍ୟକୁ ପବେଶ କରିବାର ନିୟମ ଥିବାବେଳେ ସନ୍ଧ୍ୟା ହେଲେ ପୋଲିସ୍କୁ ହାତଗୁଞ୍ଜା ବେଧଡ଼କ ଭାବେ ଭାରିଯାନ ସହର ମଧ୍ୟକୁ ପ୍ରବେଶ କରୁଛି । କିଛି ଦିନ ତଳେ ଏକ ହାଇୱା ସହର ମଧ୍ୟରେ ୩ ଜଣ ନିରୀହ ପିଲାଙ୍କ ଉପରେ ଚଢ଼ାଇ ମାରିଦେଲା । ପରିବହନ କମିଶନର, ପୋଲିସ୍ କମିଶନର ଓ ସହରରେ ପ୍ରତି ଛକରେ ଲାଗିଥିବା ଏଆଇ କ୍ୟାମେରା ଏପର୍ଯ୍ୟନ୍ତ ସେ ଗାଡ଼ିଟିକୁ ଧରିବାକୁ ସକ୍ଷମ ହେଲେ ନାହିଁ । ଗାଡ଼ିଟି କାହାର, କାହିଁକି ସେ ୩ଟି ଅମୂଲ୍ୟ ଜୀବନ ନେଇଗଲା, ତାହା ଉପରେ ସ୍ପଷ୍ଟୀକରଣ ନ ଦେଇ ବିଭିନ୍ନ ଆଳ ଦେଖାଇ କେମିତି ଫାଇନ ଆଦାୟ କରାଯିବ ସେଥିରେ ବ୍ୟସ୍ତ ଅଛନ୍ତି ରାଜ୍ୟ ସରକାର । 

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

କନ୍ଭିକସନ ରେଟ୍ ୫%ରୁ ୪୦% ପ୍ରତିଶତ ବଢ଼ିଥିବା ନେଇ ଆଇନ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ହାସ୍ୟାସ୍ପଦ । ଛୋଟ ଛୋଟ ଭୁଲ୍ ପାଇଁ ଗାଡ଼ି ଚାଳକ ମାନେ ଲୋକଅଦାଲତରେ ଦୋଷ ସ୍ୱୀକାର କରି ଦେଉଥିବା ଫାଇନକୁ ଆଇନ ମନ୍ତ୍ରୀ କନଭିକ୍ସନ୍ ରେଟ୍ ବଢ଼ିଥିବା ନେଇ ଗଣମାଧ୍ୟମରେ ସୂଚନା ଦେବା ନିନ୍ଦନୀୟ । ଫାଇନ ଆଦାୟ ନାଁରେ ସରକାର ସାଧାରଣ ଜନତାଙ୍କ ଠାରୁ ଜିଜିଆ କର ଆଦାୟ କରିବା ବନ୍ଦ କରନ୍ତୁ । ନଚେତ୍ ଆଗାମୀ ଦିନରେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର