ରାଜନଗର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ରାଜ୍ୟର ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ, ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଯିବା ସହିତ ମହିଳା ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।  ପରିସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ବିଗୁଡୁଛି ବୋଲି ବିଜେଡି କହିଛି ।  

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ଲଜ୍ଜ୍ୟା: ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ପିଏସି ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ପୂର୍ବତନ ମହିଳା କମିସନର ଶ୍ରୀମତୀ ମିନତୀ ବେହେରା, ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପରିଡା ଓ ରୀତାଞ୍ଜଳି ପ୍ରଧାନ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।  

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଆଜି ଓ କାଲି ରାଜ୍ୟର ୮ ଜିଲ୍ଲାରେ ବର୍ଷା ସମ୍ଭାବନା

ଶ୍ରୀମତୀ ଟୁକୁନି ସାହୁ କହିଥିଲେ, କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକର ଏକ ଘରୋଇ ବିଦ୍ୟାଳୟରେ ଗୋଟିଏ ସପ୍ତମ ଶ୍ରେଣୀର ଛାତ୍ରୀକୁ ପାଞ୍ଚ ଜଣ ଶିକ୍ଷକଙ୍କ ଦ୍ୱାରା ଗଣଦୁଷ୍କର୍ମ ଘଟଣା ଲୋକଲୋଚନକୁ ଆସିଛି, ଯାହା ପ୍ରତ୍ୟେକ ରାଜ୍ୟବାସୀଙ୍କୁ ମନକୁ ଗଭୀର ଆଘାତ ଦେଇଛି । ଦୁଃଖ ଓ ପରିତାପର ବିଷୟ, ବିଜେପି ରାଜ୍ୟରେ କ୍ଷମତାସୀନ ହେବା ପରଠାରୁ ବିଦ୍ୟାଳୟ ଏପରିକି ସରକାରୀ ଆବାସିକ ହଷ୍ଟେଲ ଗୁଡିକରେ ରହୁଥିବା ନାବାଳିକା ଛାତ୍ରୀମାନେ ଦୁଷ୍କର୍ମ, ନିର୍ଯାତନା ଓ ଗର୍ଭବତୀ ହେଉଥିବା ଖବର ଗଣମାଧ୍ୟମରେ ଶିରୋନାମା ପାଲଟୁଛି । ବିରୋଧୀ ଦଳ ବିଶେଷକରି ବିଜୁ ଜନତା ଦଳ ତରଫରୁ ମହିଳା ମାନଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିଦ୍ରାଭଙ୍ଗ ହେଉନାହିଁ । ସରକାର ମିଛ ସଫଳତା ବଖାଣି ନିଜ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ସରକାରଙ୍କ ଉଦାସୀନତା କାରଣରୁ, ମହିଳା ନିର୍ଯାତନା ଥମିବାର ନାଁ ନେଉନାହିଁ । ରାଜକନିକା ଘଟଣାରେ, ବିଜେଡି ସଭାପତିଙ୍କ ନିଦେ୍ର୍ଦଶକ୍ରମେ, ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଭେଟି ସ୍ୱାନ୍ତ୍ୱନା ଜଣାଇବା ସହିତ ପୋଲିସ ଅଧିକାରୀଙ୍କୁ ଭେଟି ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଦାବି ରଖିଛନ୍ତି । 

ଆହୁରି ପଢ଼ନ୍ତୁ: ମୁକ୍ତ ହସ୍ତରେ ଦାନ କରୁଛନ୍ତି ଭକ୍ତ; ୨୦୨୫ରେ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮କୋଟି ଟଙ୍କା ଓ ୩ କେଜିରୁ ଉର୍ଦ୍ଧ୍ୱ ସୁନା ସଂଗ୍ରହ

ଶ୍ରୀମତୀ ମିନତୀ ବେହେରା କହିଥିଲେ, ଯଦିଓ ବିଜେଡି ପ୍ରତିନିଧି ମଣ୍ଡଳୀର ଗସ୍ତ ପରେ ଅଭିଯୁକ୍ତ ମାନଙ୍କୁ ପୋଲିସ ଦ୍ୱାରା ଗିରଫ କରା ଯାଇଛି, ଏହି ନାବାଳିକା ଗଣ ଦୁଷ୍କର୍ମ ଘଟଣାର ସବିଶେଷ ତଦନ୍ତ ହେବା ସହିତ ଏହାକୁ ଫାଷ୍ଟ ଟ୍ରାକ କୋର୍ଟରେ ଶୁଣାଣି କରାଯାଉ ବୋଲି ବିଜେଡି ଦାବି କରୁଛି । ଶ୍ରୀମତୀ ବେହେରା କହିଥିଲେ, ଗତ ୧୯ମାସର ବିଜେପି ଶାସନରେ ୪୦, ୦୦୦ରୁ ଉଦ୍ଧ୍ୱର୍ ମହିଳା ନିର୍ଯାତନାର ଶିକାର ହେଲେଣି । ପ୍ରାୟ ୪୦୦୦  ରୁ ଉଦ୍ଧ୍ୱର୍ ମହିଳା ଦୁଷ୍କର୍ମ ଓ ଗଣ ଦୁଷ୍କର୍ମର ଶିକାର ହେଲେଣି ଓ ପ୍ରାୟ ୨୦୦ ରୁ ଉଦ୍ଧ୍ୱର୍ ନାବାଳିକା ଦୁଷ୍କର୍ମର ଶିକାର ହେଲେଣି ।  

ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ସଦସ୍ୟ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପରିଡା କହିଥିଲେ, ପୀଡିତାଙ୍କ ପରିବାର ସଦସ୍ୟ ଓ ତାଙ୍କର ଗ୍ରାମବାସୀ ମାନେ ଏହି ଘଟଣାରେ ସମ୍ପୂର୍ଣ୍ଣ ମର୍ମାହତ । ଯୋଜନାବୋଧ ଭାବେ ବିଦ୍ୟାଳୟ ପରିସରରେ ନାବାଳିକା ଜଣକୁ ଦୁଷ୍କର୍ମ କରାଯାଉଥିଲା । ଏହି ଘଟଣା ସମୟରେ ସ୍କୁଲର ସିସି କ୍ୟାମେରାକୁ ବନ୍ଦ କରି ଦିଆ ଯାଉଥିଲା । ଏପରିକି, ଅଭିଯୁକ୍ତ ମାନଙ୍କ ଦ୍ୱାରା ପୀଡିତାଙ୍କୁ ବାରମ୍ୱାର ଘଟଣା ବିଷୟରେ କାହାକୁ ନଜଣାଇବା ପାଇଁ କୁହାଯାଉଥିଲା ଓ ସେ ଯଦି କୁହନ୍ତି, ତାହେଲେ ସେହି ସ୍କୁଲରେ ଦୁଇ କ୍ଲାସରେ ପଢ଼ୁଥିବା ପୀଡ଼ିତାଙ୍କ ସାନଭାଇକୁ ହତ୍ୟା କରି ଦିଆଯିବ ବୋଲି ଭୟଭୀତ କରାଯାଉଥିଲା । ତେଣୁ, ଏହି ଘଟଣାର ସବିଶେଷ ତଦନ୍ତ କରି ସମସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ପାଇଁ ବିଜେଡି ଦାବି କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp