ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର: ବିଜେଡି

The Sakala Picture
Published On

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି। କିଛିଦିନ ତଳେ କିଡନୀ ଓ ମାନସିକ ରୋଗ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ ଜୟନାରାୟଣ। ହେଲେ ମାନସିକ ରୋଗ ଚିକିତ୍ସା ଅଧାରୁ ଛାଡ଼ି ଚାଲିଆସିଛନ୍ତି । ଏବେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବିରୋଧୀ ଦଳ ନେତା। ଏଭଳି ଅବସ୍ଥାରେ ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ ଦେବାକୁ ଏବେ ଆଗେଇ ଆସିଛନ୍ତି ଜୟନାରାୟଣ। କିନ୍ତୁ ସୌମ୍ୟ ଯଦି କହିବେ ବିଜେପିରେ ଯୋଗ ଦେବି, […]

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି। କିଛିଦିନ ତଳେ କିଡନୀ ଓ ମାନସିକ ରୋଗ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ ଜୟନାରାୟଣ। ହେଲେ ମାନସିକ ରୋଗ ଚିକିତ୍ସା ଅଧାରୁ ଛାଡ଼ି ଚାଲିଆସିଛନ୍ତି । ଏବେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବିରୋଧୀ ଦଳ ନେତା। ଏଭଳି ଅବସ୍ଥାରେ ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ ଦେବାକୁ ଏବେ ଆଗେଇ ଆସିଛନ୍ତି ଜୟନାରାୟଣ। କିନ୍ତୁ ସୌମ୍ୟ ଯଦି କହିବେ ବିଜେପିରେ ଯୋଗ ଦେବି, ତେବେ ସେ ଡିପ୍ରେସନକୁ ପଳାଇବେ ବୋଲି କହି ଜୟନାରାୟଣଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ପ୍ରଭୁ ଜଗନ୍ନାଥ ଜୟନାରାୟଣଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ଲେନିନ୍।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ଅନ୍ୟପକ୍ଷରେ, ଅତି ଅପମାନଜନକ ସ୍ଥିତିରେ ସୌମ୍ୟ ପଟ୍ଟନାୟକଙ୍କୁ କଂଗ୍ରେସରୁ ସସପେଣ୍ଡ କରାଯାଇଥିଲା। ସସପେଣ୍ଡ ହେବା ପରେ ସୌମ୍ୟ ପଟ୍ଟନାୟକ କଂଗ୍ରେସକୁ ଓଡ଼ିଶାରେ ଫିନିସ କରିଦେବାକୁ ପ୍ରତିଜ୍ଞା କରିଥିଲେ। ହେଲେ ଏବେ ସୌମ୍ୟଙ୍କୁ କଂଗ୍ରେସ ପୁଣି ସ୍ବାଗତ କରିବ କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ପିସିସି ସଭାପତିଙ୍କ ଏଭଳି ବିବୃତି ଆମ ନଜରକୁ ଆସିଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

ହେଲେ ପିସିସି ସଭାପତିଙ୍କ ଏହି କଥା ନିହାତି ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା। ସମ୍ଭବତଃ ସେହି ପ୍ରତିଜ୍ଞା ପୂରଣ ପାଇଁ ସୌମ୍ୟଙ୍କୁ କଂଗ୍ରେସକୁ ଡାକୁଛନ୍ତି ଶରତ। ଓଡ଼ିଶାରେ ବିଜେପିକୁ ଶକ୍ତିଶାଳୀ କରିବାକୁ ଶରତ ଓ ସୌମ୍ୟ ଯୋଜନା କରୁଛନ୍ତି। ସେଥିପାଇଁ ସୌମ୍ୟଙ୍କୁ କଂଗ୍ରେସରେ ସ୍ୱାଗତ ପାଇଁ କହୁଛନ୍ତି ଶରତ। ଶରତଙ୍କ ସହ ମିଶି ଓଡ଼ିଶାରୁ କଂଗ୍ରେସକୁ ସୌମ୍ୟ ଫିନିସ କରିଦେବେ ବୋଲି କହିଛନ୍ତି ତୁମ୍ବନାଥ ପଣ୍ଡା।

ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'

08 Sep 2023 By The Sakala

ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର: ବିଜେଡି

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି। କିଛିଦିନ ତଳେ କିଡନୀ ଓ ମାନସିକ ରୋଗ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ ଜୟନାରାୟଣ। ହେଲେ ମାନସିକ ରୋଗ ଚିକିତ୍ସା ଅଧାରୁ ଛାଡ଼ି ଚାଲିଆସିଛନ୍ତି । ଏବେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବିରୋଧୀ ଦଳ ନେତା। ଏଭଳି ଅବସ୍ଥାରେ ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ ଦେବାକୁ ଏବେ ଆଗେଇ ଆସିଛନ୍ତି ଜୟନାରାୟଣ। କିନ୍ତୁ ସୌମ୍ୟ ଯଦି କହିବେ ବିଜେପିରେ ଯୋଗ ଦେବି, ତେବେ ସେ ଡିପ୍ରେସନକୁ ପଳାଇବେ ବୋଲି କହି ଜୟନାରାୟଣଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ପ୍ରଭୁ ଜଗନ୍ନାଥ ଜୟନାରାୟଣଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ଲେନିନ୍।

ଅନ୍ୟପକ୍ଷରେ, ଅତି ଅପମାନଜନକ ସ୍ଥିତିରେ ସୌମ୍ୟ ପଟ୍ଟନାୟକଙ୍କୁ କଂଗ୍ରେସରୁ ସସପେଣ୍ଡ କରାଯାଇଥିଲା। ସସପେଣ୍ଡ ହେବା ପରେ ସୌମ୍ୟ ପଟ୍ଟନାୟକ କଂଗ୍ରେସକୁ ଓଡ଼ିଶାରେ ଫିନିସ କରିଦେବାକୁ ପ୍ରତିଜ୍ଞା କରିଥିଲେ। ହେଲେ ଏବେ ସୌମ୍ୟଙ୍କୁ କଂଗ୍ରେସ ପୁଣି ସ୍ବାଗତ କରିବ କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ପିସିସି ସଭାପତିଙ୍କ ଏଭଳି ବିବୃତି ଆମ ନଜରକୁ ଆସିଛି।

ହେଲେ ପିସିସି ସଭାପତିଙ୍କ ଏହି କଥା ନିହାତି ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା। ସମ୍ଭବତଃ ସେହି ପ୍ରତିଜ୍ଞା ପୂରଣ ପାଇଁ ସୌମ୍ୟଙ୍କୁ କଂଗ୍ରେସକୁ ଡାକୁଛନ୍ତି ଶରତ। ଓଡ଼ିଶାରେ ବିଜେପିକୁ ଶକ୍ତିଶାଳୀ କରିବାକୁ ଶରତ ଓ ସୌମ୍ୟ ଯୋଜନା କରୁଛନ୍ତି। ସେଥିପାଇଁ ସୌମ୍ୟଙ୍କୁ କଂଗ୍ରେସରେ ସ୍ୱାଗତ ପାଇଁ କହୁଛନ୍ତି ଶରତ। ଶରତଙ୍କ ସହ ମିଶି ଓଡ଼ିଶାରୁ କଂଗ୍ରେସକୁ ସୌମ୍ୟ ଫିନିସ କରିଦେବେ ବୋଲି କହିଛନ୍ତି ତୁମ୍ବନାଥ ପଣ୍ଡା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର