ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର: ବିଜେଡି

The Sakala Picture
Published On

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି। କିଛିଦିନ ତଳେ କିଡନୀ ଓ ମାନସିକ ରୋଗ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ ଜୟନାରାୟଣ। ହେଲେ ମାନସିକ ରୋଗ ଚିକିତ୍ସା ଅଧାରୁ ଛାଡ଼ି ଚାଲିଆସିଛନ୍ତି । ଏବେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବିରୋଧୀ ଦଳ ନେତା। ଏଭଳି ଅବସ୍ଥାରେ ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ ଦେବାକୁ ଏବେ ଆଗେଇ ଆସିଛନ୍ତି ଜୟନାରାୟଣ। କିନ୍ତୁ ସୌମ୍ୟ ଯଦି କହିବେ ବିଜେପିରେ ଯୋଗ ଦେବି, […]

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି। କିଛିଦିନ ତଳେ କିଡନୀ ଓ ମାନସିକ ରୋଗ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ ଜୟନାରାୟଣ। ହେଲେ ମାନସିକ ରୋଗ ଚିକିତ୍ସା ଅଧାରୁ ଛାଡ଼ି ଚାଲିଆସିଛନ୍ତି । ଏବେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବିରୋଧୀ ଦଳ ନେତା। ଏଭଳି ଅବସ୍ଥାରେ ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ ଦେବାକୁ ଏବେ ଆଗେଇ ଆସିଛନ୍ତି ଜୟନାରାୟଣ। କିନ୍ତୁ ସୌମ୍ୟ ଯଦି କହିବେ ବିଜେପିରେ ଯୋଗ ଦେବି, ତେବେ ସେ ଡିପ୍ରେସନକୁ ପଳାଇବେ ବୋଲି କହି ଜୟନାରାୟଣଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ପ୍ରଭୁ ଜଗନ୍ନାଥ ଜୟନାରାୟଣଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ଲେନିନ୍।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ

ଅନ୍ୟପକ୍ଷରେ, ଅତି ଅପମାନଜନକ ସ୍ଥିତିରେ ସୌମ୍ୟ ପଟ୍ଟନାୟକଙ୍କୁ କଂଗ୍ରେସରୁ ସସପେଣ୍ଡ କରାଯାଇଥିଲା। ସସପେଣ୍ଡ ହେବା ପରେ ସୌମ୍ୟ ପଟ୍ଟନାୟକ କଂଗ୍ରେସକୁ ଓଡ଼ିଶାରେ ଫିନିସ କରିଦେବାକୁ ପ୍ରତିଜ୍ଞା କରିଥିଲେ। ହେଲେ ଏବେ ସୌମ୍ୟଙ୍କୁ କଂଗ୍ରେସ ପୁଣି ସ୍ବାଗତ କରିବ କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ପିସିସି ସଭାପତିଙ୍କ ଏଭଳି ବିବୃତି ଆମ ନଜରକୁ ଆସିଛି।

ଆହୁରି ପଢ଼ନ୍ତୁ: ବିଗତ ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାର ନିମ୍ନତାର ସବୁ ସୀମା ଟପିଗଲା: ସୁଜାତା ରାଉତ କାର୍ତ୍ତିକେୟନ

ହେଲେ ପିସିସି ସଭାପତିଙ୍କ ଏହି କଥା ନିହାତି ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା। ସମ୍ଭବତଃ ସେହି ପ୍ରତିଜ୍ଞା ପୂରଣ ପାଇଁ ସୌମ୍ୟଙ୍କୁ କଂଗ୍ରେସକୁ ଡାକୁଛନ୍ତି ଶରତ। ଓଡ଼ିଶାରେ ବିଜେପିକୁ ଶକ୍ତିଶାଳୀ କରିବାକୁ ଶରତ ଓ ସୌମ୍ୟ ଯୋଜନା କରୁଛନ୍ତି। ସେଥିପାଇଁ ସୌମ୍ୟଙ୍କୁ କଂଗ୍ରେସରେ ସ୍ୱାଗତ ପାଇଁ କହୁଛନ୍ତି ଶରତ। ଶରତଙ୍କ ସହ ମିଶି ଓଡ଼ିଶାରୁ କଂଗ୍ରେସକୁ ସୌମ୍ୟ ଫିନିସ କରିଦେବେ ବୋଲି କହିଛନ୍ତି ତୁମ୍ବନାଥ ପଣ୍ଡା।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର