ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେଡିର ଟାର୍ଗେଟ

The Sakala Picture
Published On

ଭୁବନେଶ୍ବର: ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେଡି ନେତା ସଞ୍ଜୟ ଦାସବର୍ମା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଭାଷା, ସାହିତ୍ୟ ଓ ସଂସ୍କୃତି ଏକ ଜାତିର ପରିଚୟ । ଆମ ସଂସ୍କୃତି ଘୃଣାର ସଂସ୍କୃତି ନୁହେଁ। ଓଡ଼ିଆ ଅସ୍ମିତା କଥା ବିରୋଧୀ ବାରମ୍ବାର ଉଠାଉଛନ୍ତି । ଓଡ଼ିଆ ଅସ୍ମିତାର ଆଧାର ହେଉଛି ଭାଷା ଓ ସଂସ୍କୃତି । ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ କରିଚାଲିଛନ୍ତି ନବୀନ ସରକାର। ଓରିଶାରୁ ଓଡ଼ିଆ ହୋଇଛି। ଏଥିପାଇଁ ରାଜ୍ଯ […]

ଭୁବନେଶ୍ବର: ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେଡି ନେତା ସଞ୍ଜୟ ଦାସବର୍ମା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଭାଷା, ସାହିତ୍ୟ ଓ ସଂସ୍କୃତି ଏକ ଜାତିର ପରିଚୟ । ଆମ ସଂସ୍କୃତି ଘୃଣାର ସଂସ୍କୃତି ନୁହେଁ। ଓଡ଼ିଆ ଅସ୍ମିତା କଥା ବିରୋଧୀ ବାରମ୍ବାର ଉଠାଉଛନ୍ତି । ଓଡ଼ିଆ ଅସ୍ମିତାର ଆଧାର ହେଉଛି ଭାଷା ଓ ସଂସ୍କୃତି । ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ କରିଚାଲିଛନ୍ତି ନବୀନ ସରକାର। ଓରିଶାରୁ ଓଡ଼ିଆ ହୋଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଏଥିପାଇଁ ରାଜ୍ଯ ସରକାର ନେଇଥିବା ବିଭିନ୍ନ ପଦକ୍ଷେପର ଉଦାହରଣ ଦେଇଥିଲେ ସଞ୍ଜୟ ଦାସବର୍ମା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଦୂରଦୃଷ୍ଟିସମ୍ପନ୍ନ ପ୍ରକଳ୍ପ। ଏହାର ଉଦଘାଟନ ଉତ୍ସବକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ସତ୍ତ୍ୱେ ଧର୍ମେନ୍ଦ୍ର ଆସିଲେନି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଅସ୍ମିତାକୁ ବିକଶିତ କରିବା ପାଇଁ କ’ଣ କରିଛନ୍ତି ବୋଲି ସଞ୍ଜୟ ଦାସବର୍ମା ପ୍ରଶ୍ନ କରିଛନ୍ତି ?

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ କ’ଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ? ବିଜୁବାବୁଙ୍କୁ ଭାରତରତ୍ନ ନମିଳିବା କ’ଣ ଓଡ଼ିଆ ଅସ୍ମିତାର ପରିଚୟ ବୋଲି ପ୍ରଶ୍ନ କରିଛି ବିଜେଡି। ବିଜୁବାବୁଙ୍କୁ କାହିଁକି ଦେଉନାହାନ୍ତି ଭାରତରତ୍ନ ? ବିଜୁବାବୁଙ୍କୁ ଭାରତରତ୍ନ ପାଇଁ ବିଚାର ନକରିବା ଦୁର୍ଭାଗ୍ୟଜନକ । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ବିରୋଧୀ ଓଡ଼ିଆ ଅସ୍ମିତା କଥା ଉଠାଉଛନ୍ତି। ୧୦ ବର୍ଷ ଧରି କେନ୍ଦ୍ର କ୍ୟାବିନେଟରେ ରହି କ’ଣ କରିଛନ୍ତି ଧର୍ମେନ୍ଦ୍ର ? କୋଷ୍ଟାଲ ହାଇଓ୍ୱେ ନେଇ ଖାଲି ଫାଙ୍କା ବୟାନବାଜି କରୁଛନ୍ତି। କାମ କିଛି ହେଉନାହିଁ ବୋଲି ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର