ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି; କାହିଁକି କରାଯାଇଛି ଏଭଳି ବ୍ୟବସ୍ଥା...

Madhusudan Das Picture
Published On

ଭୁବନେଶ୍ୱର: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଲାଗି ଅଲଗା ଘର ପ୍ରସଙ୍ଗରେ ବର୍ଷିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି , ସ୍ୱାଧୀନତା ପରଠାରୁ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ଏଭଳି ବାସଭବନ ନେଇ ନାହାନ୍ତି । କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାହିଁକି ଏଭଳି ବ୍ୟବସ୍ଥା କରାଯାଇଛି । ଯାହାର ଅର୍ଥ ଓଡ଼ିଶା ତହବିଲରୁ ଯାଉଛି , ଯାହା ଦ୍ୱାରା ଓଡ଼ିଶାର କ୍ଷତି ହେବ ।

ଆହୁରି ପଢ଼ନ୍ତୁ: ମୋବାଇଲ୍‌ କିଣିବାକୁ ଟଙ୍କା ନ ଦେବାରୁ ବାପାକୁ ଟାଙ୍ଗିଆ ହାଣି ହତ୍ୟା କଲା ନୃଶଂସ ପୁଅ

ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ଦ୍ବିତୀୟ ଘର ନେଇ ନଥିବାବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କର କ'ଣ ଆବଶ୍ୟକ ପଡିଲା ବୋଲି ପ୍ରଶ୍ନ କରିଛି ବିଜେଡି । ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେଇଥାଏ ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସ ବଦଳରେ ସେହି ଘରେ ମୁତୟନ ହେବେ ଓଡ଼ିଶା ପୋଲିସ । ୨୬ରୁ ଅଧିକ କନଷ୍ଟେବଳ, ବୁଲେଟ ପ୍ରୁଫ ଗାଡି ରହିବ । ଏଥିପାଇଁ ଓଡ଼ିଶା ତହବିଲରୁ କରଦାତାଙ୍କ ଟଙ୍କା ଦିଆଯିବ । ଭାଷା ଭିତ୍ତିରେ ଓଡ଼ିଶା ଗଠନ ପରଠାରୁ ଏହା କେବେ ଘଟି ନଥିଲା ବୋଲି ବିଜେଡି କହିଛି । ଓଡ଼ିଶା ପୋଲିସକୁ ନେଇ ସେଠାରେ କଣ ଲୁଚାଇବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ? ପତିଆରା ଜାହିର ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି କଟାକ୍ଷ କରିଛି ବିଜେଡି । 

ଆହୁରି ପଢ଼ନ୍ତୁ: କଟକଣାକୁ ଆଖିଠାର: ଖୁଲମ୍‌‌ଖୁଲା ପଲିଥିନ୍‌‌ ବେପାର, ଦୋକାନ ବଜାରରେ ଚଢ଼ଉ; କାରଖାନାକୁ ମାଫ୍‌...

ସେ ଆହୁରି ମଧ୍ୟ କହିଛନ୍ତି, ଏକ ଦାମୀ ହୋଟେଲରୁ ୧୦୦ରୁ ଅଧିକ ମିଲ ପ୍ରତ୍ୟେକ ଦିନ ଆସୁଛି ଏବଂ ତାହା ଲୋକସେବା ଭବନର ୪୦୦ ମିଟର ପରିଧି ଭିତରେ ବ୍ୟବହାର ହେଉଛି । ଗୋଟିଏ ଲେଖାଏଁ ମିଲର ମୂଲ୍ୟ  ୪୦୦୦ ଟଙ୍କା । ସେହିପରି ଆର୍ସେଲର-ମିତ୍ତଲ ଆସିଲେ ଭଲ । ହେଲେ ଶାସକ ଦଳର କିଏ ସେ ଲୋକ ଯିଏ କେନ୍ଦୁଝରର ଏହି ପ୍ରକଳ୍ପ ଅଞ୍ଚଳ ପାଖରେ ଜମି କିଣିଲେ ? ଜୟସ୍ବାଲ କିଏ ? ସେ କେମିତି ସୁପର ମୁଖ୍ୟମନ୍ତ୍ରୀ ହେଲା ? ଏହାର ଉତ୍ତର ଦାବି କରିଛି ବିଜେଡି ।

ଆହୁରି ପଢ଼ନ୍ତୁ: ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ, ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ ପଠାଇ ପ୍ରେମ ନିବେଦନ କରିଥିଲେ

Join Us @ WhatsApp

About The Author

Google News
Join Us @ WhatsApp