ନବରଙ୍ଗପୁରରେ ପ୍ରେସର କୁକର ଫାଟି ଛାତ୍ର ଆହତ ଘଟଣା: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ନବରଙ୍ଗପୁରରେ ପ୍ରେସର କୁକର ଫାଟି ଛାତ୍ର ଆହତ ହେବା ଘଟଣାରେ ସରକାରଙ୍କୁ ଘେରିଛି ବିଜେଡି । ଛାତ୍ର ଆହତ ହେବା ଘଟଣାରେ ୯ ଦିନ କାଳ ଘରେ ରଖିବା ଅବହେଳାର ସବୁ ସୀମା ଟପିଯାଇଛି । ଏହା ଘୋର ଅମାନବିକତା । ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିଲା । ଏଠି କେହି କାହାକୁ ମାନୁନାହାଁନ୍ତି । ଆଦିବାସୀଙ୍କ ପାଇଁ ଡିଣ୍ଡିମ ପିଟୁଥିବା ବିଜେପି ସରକାର ଚୁପ ବସିଯାଇଛି ବୋଲି ଅଭିଯୋଗ କରିଛି ବିଜେଡି । କେବଳ ନିର୍ବାଚନ ସମୟରେ ଆଦିବାସୀ ମନେ ପଡନ୍ତି । ନିର୍ବାଚନ ସରିଲେ ସବୁ ଭୁଲିଯାଆନ୍ତି ବୋଲି କହିଛି ବିଜେଡି । ଚିକିତ୍ସା ମିଳୁନଥିବାରୁ ପ୍ରତି ଦୁଇ ମାସରେ ଦୁଇ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟୁଛି । ଆମ୍ବୁଲାନ୍ସ ମିଳୁ ନଥିବାରୁ ପିଲାଙ୍କୁ ଅଟୋରେ ବୁହାଯାଉଛି । ଯେଉଁଥିପାଇଁ ଅଭିଭାବକ ଶବ ଧରି ଘରକୁ ଫେରୁଛି । ବାପାମାଆ ପିଲାଙ୍କ ଭବିଷ୍ଯତ ଗଠନ ନିମନ୍ତେ ଆଡମିଶନ କରନ୍ତି ହେଲେ ଏବେ ସେମାନଙ୍କ ଭବିଷ୍ଯତ ଅନ୍ଧାରରେ ବୋଲି କହିଛି ବିଜେଡି ।

ଆହୁରି ପଢ଼ନ୍ତୁ: ୩୦ ହଜାର ଲାଞ୍ଚ ନେଇ ଧରାପଡିଲେ ଖଣି ଉପନିର୍ଦ୍ଦେଶକ: ଘରୁ ମିଳିଲା ୪ କୋଟି ଟଙ୍କା, ଟ୍ରଲି ବ୍ୟାଗ୍ ଓ ଆଲମିରାରେ ଥାକ ଥାକ ନୋଟ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp