ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେଡିର ସମାଲୋଚନା, ରାଜ୍ୟ ବିକାଶ ଦେଖି ଇର୍ଷାପରାୟଣ ହେଉଛନ୍ତି ସାଂସଦ ମ୍ୟାଡ଼ାମ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲା ବିଜେଡି । ଅପରାଜିତାଙ୍କୁ କଡ଼ା ଶବ୍ଦରେ କଟାକ୍ଷ କଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଶ୍ରୀମନ୍ଦିର ପ୍ରକଳ୍ପକୁ ରୋକିଥିଲେ, ମାଗିନାହାନ୍ତି କ୍ଷମା । ନିଜ ଦଳ ନେତାଙ୍କ ବେଆଇନ୍ କାମ ବେଳେ ମୁହଁ ବନ୍ଦ । ରାଜ୍ୟ ବିକାଶ ଦେଖି ଅପରାଜିତା ଇର୍ଷାପରାୟଣ ହେଉଛନ୍ତି ବୋଲି କହିଛି ବିଜେଡି । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗରିବ ନୀରିହ ଦଳିତଙ୍କ ଜମି ହଡ଼ପ ବେଳେ ମଧ୍ୟ […]

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲା ବିଜେଡି । ଅପରାଜିତାଙ୍କୁ କଡ଼ା ଶବ୍ଦରେ କଟାକ୍ଷ କଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଶ୍ରୀମନ୍ଦିର ପ୍ରକଳ୍ପକୁ ରୋକିଥିଲେ, ମାଗିନାହାନ୍ତି କ୍ଷମା । ନିଜ ଦଳ ନେତାଙ୍କ ବେଆଇନ୍ କାମ ବେଳେ ମୁହଁ ବନ୍ଦ । ରାଜ୍ୟ ବିକାଶ ଦେଖି ଅପରାଜିତା ଇର୍ଷାପରାୟଣ ହେଉଛନ୍ତି ବୋଲି କହିଛି ବିଜେଡି । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗରିବ ନୀରିହ ଦଳିତଙ୍କ ଜମି ହଡ଼ପ ବେଳେ ମଧ୍ୟ ପାଟି ଖୋଲିନଥିଲେ ଅପରାଜିତା । ନିଜ ସଂସଦୀୟ କ୍ଷେତ୍ରରେ ଏପରି କାଣ୍ଡକୁ ବିରୋଧ ମଧ୍ୟ କରିନଥିଲେ । ବୈଜୟନ୍ତଙ୍କ ଏପରି ଜମି ହଡ଼ପକୁ ନେଇ ଓଡ଼ିଶା ଲଜ୍ଜିତ ହୋଇଥିଲା ବେଳେ ଅପରାଜିତା ନିରବ ରହିଥିଲେ । ରାଜ୍ୟର ମନ୍ଦିର, ଧାର୍ମିକସ୍ଥଳୀ, କଲେଜ, ସ୍କୁଲ ରୂପାନ୍ତରଣ ହେଉ, ଏକଥା ଅପରାଜିତା ଚାହୁଁନାହାନ୍ତି କି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ରୂପାନ୍ତରଣ ନେଇ ସମସ୍ୟା ଥିଲେ ସରକାରଙ୍କୁ କାହିଁକି ଲିଖିତ ଭାବେ ଦେଉନାହାନ୍ତି । ସାହାସ ଥିଲେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଲୋକଙ୍କୁ ସେମାନଙ୍କ ଭଲ ପାଇଁ ପଦକ୍ଷେପ ନେଉଥିବା ବୁଝାଇ ଜବାବ ଦେବାକୁ ଶ୍ରୀମୟୀ ଚ୍ୟାଲେଞ୍ଜ ଦେଇଛନ୍ତି । ବିଜେପି ନେତା ଜୟନାରାୟଣ ମିଶ୍ର ଓ ଈରାଶିଷ ଆଚାର୍ଯ୍ୟଙ୍କର ମହିଳାଙ୍କ ପ୍ରତି ଆକ୍ରମଣ ନେଇ ଅପରାଜିତା ଲଜ୍ଜିତ ହୋଇନାହାନ୍ତି । ଯେବେକି ସାରା ରାଜ୍ୟ ଲଜ୍ଜିତ ଅନୁଭବ କରିଥିଲା । ଲୋକ ନିଜ ସମସ୍ୟାର ସମାଧାନ ଓ ବିକାଶ ପାଇଁ ଖୁସି ଥିବା ବେଳେ ସେମାନଙ୍କୁ ସମର୍ଥନ କରିବା ବଦଳରେ ଅପରାଜିତା ଇର୍ଷାପରାୟଣ ହୋଇ ଏହାକୁ ବିରୋଧ କରୁଛନ୍ତି । ଇର୍ଷା ନକରି ଲୋକଙ୍କ ପାଖକୁ ଯିବାକୁ ଶ୍ରୀମୟୀ ଟ୍ବିଟ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲୋକଙ୍କ ଦୁଆରେ ପ୍ରଶାସନକୁ ପହଞ୍ଚାଇଛନ୍ତି । ଏହାକୁ ନେଇ ଅପରାଜିତା ଖୁସି ନୁହନ୍ତି । ତା’ର କାରଣ ହେଉଛି, ପ୍ରଶାସନ ଏତେ ପରିମାଣରେ ଲୋକାଭିମୁଖୀ ହୋଇପାରିବ, ସେକଥା ଅପରାଜିତା କେବେ ଭାବି ପାରନ୍ତିନି ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

11 Jul 2023 By The Sakala

ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେଡିର ସମାଲୋଚନା, ରାଜ୍ୟ ବିକାଶ ଦେଖି ଇର୍ଷାପରାୟଣ ହେଉଛନ୍ତି ସାଂସଦ ମ୍ୟାଡ଼ାମ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲା ବିଜେଡି । ଅପରାଜିତାଙ୍କୁ କଡ଼ା ଶବ୍ଦରେ କଟାକ୍ଷ କଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଶ୍ରୀମନ୍ଦିର ପ୍ରକଳ୍ପକୁ ରୋକିଥିଲେ, ମାଗିନାହାନ୍ତି କ୍ଷମା । ନିଜ ଦଳ ନେତାଙ୍କ ବେଆଇନ୍ କାମ ବେଳେ ମୁହଁ ବନ୍ଦ । ରାଜ୍ୟ ବିକାଶ ଦେଖି ଅପରାଜିତା ଇର୍ଷାପରାୟଣ ହେଉଛନ୍ତି ବୋଲି କହିଛି ବିଜେଡି । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗରିବ ନୀରିହ ଦଳିତଙ୍କ ଜମି ହଡ଼ପ ବେଳେ ମଧ୍ୟ ପାଟି ଖୋଲିନଥିଲେ ଅପରାଜିତା । ନିଜ ସଂସଦୀୟ କ୍ଷେତ୍ରରେ ଏପରି କାଣ୍ଡକୁ ବିରୋଧ ମଧ୍ୟ କରିନଥିଲେ । ବୈଜୟନ୍ତଙ୍କ ଏପରି ଜମି ହଡ଼ପକୁ ନେଇ ଓଡ଼ିଶା ଲଜ୍ଜିତ ହୋଇଥିଲା ବେଳେ ଅପରାଜିତା ନିରବ ରହିଥିଲେ । ରାଜ୍ୟର ମନ୍ଦିର, ଧାର୍ମିକସ୍ଥଳୀ, କଲେଜ, ସ୍କୁଲ ରୂପାନ୍ତରଣ ହେଉ, ଏକଥା ଅପରାଜିତା ଚାହୁଁନାହାନ୍ତି କି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ।

ରୂପାନ୍ତରଣ ନେଇ ସମସ୍ୟା ଥିଲେ ସରକାରଙ୍କୁ କାହିଁକି ଲିଖିତ ଭାବେ ଦେଉନାହାନ୍ତି । ସାହାସ ଥିଲେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଲୋକଙ୍କୁ ସେମାନଙ୍କ ଭଲ ପାଇଁ ପଦକ୍ଷେପ ନେଉଥିବା ବୁଝାଇ ଜବାବ ଦେବାକୁ ଶ୍ରୀମୟୀ ଚ୍ୟାଲେଞ୍ଜ ଦେଇଛନ୍ତି । ବିଜେପି ନେତା ଜୟନାରାୟଣ ମିଶ୍ର ଓ ଈରାଶିଷ ଆଚାର୍ଯ୍ୟଙ୍କର ମହିଳାଙ୍କ ପ୍ରତି ଆକ୍ରମଣ ନେଇ ଅପରାଜିତା ଲଜ୍ଜିତ ହୋଇନାହାନ୍ତି । ଯେବେକି ସାରା ରାଜ୍ୟ ଲଜ୍ଜିତ ଅନୁଭବ କରିଥିଲା । ଲୋକ ନିଜ ସମସ୍ୟାର ସମାଧାନ ଓ ବିକାଶ ପାଇଁ ଖୁସି ଥିବା ବେଳେ ସେମାନଙ୍କୁ ସମର୍ଥନ କରିବା ବଦଳରେ ଅପରାଜିତା ଇର୍ଷାପରାୟଣ ହୋଇ ଏହାକୁ ବିରୋଧ କରୁଛନ୍ତି । ଇର୍ଷା ନକରି ଲୋକଙ୍କ ପାଖକୁ ଯିବାକୁ ଶ୍ରୀମୟୀ ଟ୍ବିଟ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲୋକଙ୍କ ଦୁଆରେ ପ୍ରଶାସନକୁ ପହଞ୍ଚାଇଛନ୍ତି । ଏହାକୁ ନେଇ ଅପରାଜିତା ଖୁସି ନୁହନ୍ତି । ତା’ର କାରଣ ହେଉଛି, ପ୍ରଶାସନ ଏତେ ପରିମାଣରେ ଲୋକାଭିମୁଖୀ ହୋଇପାରିବ, ସେକଥା ଅପରାଜିତା କେବେ ଭାବି ପାରନ୍ତିନି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର