ଶଙ୍ଖ ଭବନରେ ତ୍ରିରଙ୍ଗା ଉଡ଼ାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ; ଦେଶର ଏକତା, ଅଖଣ୍ଡତା ଓ ସମୃଦ୍ଧି ବଜାୟ ରଖିବାକୁ ଆହ୍ବାନ

Madhusudan Das Picture
Published On

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଦେଶର ଏକତା, ଅଖଣ୍ଡତା ଓ ସମୃଦ୍ଧିକୁ ଏକତ୍ରିତ ରଖିବା ପାଇଁ ସମସ୍ତେ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଜଣାଇଥିଲେ। ସମ୍ପୂର୍ଣ୍ଣ ଶଙ୍ଖ ଭବନ ପରିସର ବିଭିନ୍ନ ଦେଶାତ୍ମକବୋଧ ସ୍ଲୋଗାନରେ ପ୍ରକମ୍ପିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ବିଧାୟକ, ନିର୍ବାଚନମଣ୍ଡଳୀ, ବ୍ଳକ ଓ ପୌରାଞ୍ଚଳର ଦଳୀୟ ପଦାଧିକାରୀ, ଜନପ୍ରତିନିଧି, କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଟନ୍ ଟନ୍ ଇଲିଶି, ୩୦ ଟନ୍‌ରୁ ଅଧିକ ମାଛ ଧରି ଦିଘା ମୁହାଣରେ ଲାଗିଲା ଟ୍ରଲର

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦେଶମାତୃକାର ସ୍ୱାଧୀନତା ପାଇଁ ଜୀବନ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସଂଗ୍ରାମୀ ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ସ୍ୱାଧୀନତା ସଂଗ୍ରାମୀଙ୍କ ଅତୁଳନୀୟ ତ୍ୟାଗ, ସଂଘର୍ଷ ଓ ବଳିଦାନକୁ ସ୍ମୃତି ଚାରଣ କରାଯାଇଥିଲା। ଦେଶର ଏକତା, ଅଖଣ୍ଡତାକୁ ସୁଦୃଢ଼ ରଖିବାକୁ ଉପସ୍ଥିତ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଡ. ସଂତୃପ୍ତ ମିଶ୍ର, ଅଶୋକ ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସୁଲୋଚନା ଦାସ, ସୁଲତା ଦେଓ, ସୁଦାମ ମାର୍ଣ୍ଡି, ପ୍ରଦୀପ ଅମାତ୍‌, ସ୍ନେହାଙ୍ଗୀନୀ ଛୁରିଆ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ମୁନ୍ନା ଖାନ୍‌, ପ୍ରଣବ ବଳବନ୍ତରାୟ, ମନ୍ମଥ ରାଉତରାୟ, ରାଜେନ୍ଦ୍ର ସାହୁ, ଭ୍ରୁଗୁ ବକ୍ସିପାତ୍ର, ଶର୍ମିଷ୍ଠା ସେଠୀ, ବିଜୟ ନାୟକ, ଡ. ଲେନିନ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ସୁମିତ୍ରା ଜେନା, ଗୀତା ବସ୍ତିଆ, ମିନତୀ ବେହେରା, ଦୁର୍ଗା ସାମନ୍ତରାୟ, ରମାରଞ୍ଜନ ବଳିୟାରସିଂହଙ୍କ ସହ ବହୁ ଯୁବ, ଛାତ୍ର, ମହିଳା ଏବଂ ଅନ୍ୟାନ୍ୟ ନେତୃବର୍ଗ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଚାଷକାମ ସାରି ଫେରୁଥିବାବେଳେ ଗେଙ୍ଗୁଟି ନଦୀରେ ଭାସି ଯାଇ ଚାଷୀ ନିଖୋଜ

15 Aug 2026 By Madhusudan Das

ଶଙ୍ଖ ଭବନରେ ତ୍ରିରଙ୍ଗା ଉଡ଼ାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ; ଦେଶର ଏକତା, ଅଖଣ୍ଡତା ଓ ସମୃଦ୍ଧି ବଜାୟ ରଖିବାକୁ ଆହ୍ବାନ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଦେଶର ଏକତା, ଅଖଣ୍ଡତା ଓ ସମୃଦ୍ଧିକୁ ଏକତ୍ରିତ ରଖିବା ପାଇଁ ସମସ୍ତେ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଜଣାଇଥିଲେ। ସମ୍ପୂର୍ଣ୍ଣ ଶଙ୍ଖ ଭବନ ପରିସର ବିଭିନ୍ନ ଦେଶାତ୍ମକବୋଧ ସ୍ଲୋଗାନରେ ପ୍ରକମ୍ପିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ବିଧାୟକ, ନିର୍ବାଚନମଣ୍ଡଳୀ, ବ୍ଳକ ଓ ପୌରାଞ୍ଚଳର ଦଳୀୟ ପଦାଧିକାରୀ, ଜନପ୍ରତିନିଧି, କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦେଶମାତୃକାର ସ୍ୱାଧୀନତା ପାଇଁ ଜୀବନ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସଂଗ୍ରାମୀ ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ସ୍ୱାଧୀନତା ସଂଗ୍ରାମୀଙ୍କ ଅତୁଳନୀୟ ତ୍ୟାଗ, ସଂଘର୍ଷ ଓ ବଳିଦାନକୁ ସ୍ମୃତି ଚାରଣ କରାଯାଇଥିଲା। ଦେଶର ଏକତା, ଅଖଣ୍ଡତାକୁ ସୁଦୃଢ଼ ରଖିବାକୁ ଉପସ୍ଥିତ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଡ. ସଂତୃପ୍ତ ମିଶ୍ର, ଅଶୋକ ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସୁଲୋଚନା ଦାସ, ସୁଲତା ଦେଓ, ସୁଦାମ ମାର୍ଣ୍ଡି, ପ୍ରଦୀପ ଅମାତ୍‌, ସ୍ନେହାଙ୍ଗୀନୀ ଛୁରିଆ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ମୁନ୍ନା ଖାନ୍‌, ପ୍ରଣବ ବଳବନ୍ତରାୟ, ମନ୍ମଥ ରାଉତରାୟ, ରାଜେନ୍ଦ୍ର ସାହୁ, ଭ୍ରୁଗୁ ବକ୍ସିପାତ୍ର, ଶର୍ମିଷ୍ଠା ସେଠୀ, ବିଜୟ ନାୟକ, ଡ. ଲେନିନ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ସୁମିତ୍ରା ଜେନା, ଗୀତା ବସ୍ତିଆ, ମିନତୀ ବେହେରା, ଦୁର୍ଗା ସାମନ୍ତରାୟ, ରମାରଞ୍ଜନ ବଳିୟାରସିଂହଙ୍କ ସହ ବହୁ ଯୁବ, ଛାତ୍ର, ମହିଳା ଏବଂ ଅନ୍ୟାନ୍ୟ ନେତୃବର୍ଗ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର