ଯୁବ ଓ ଛାତ୍ର ବିଜେଡିର ରାଜ୍ୟସ୍ତରୀୟ କମିଟି ଗଠନ କଲେ ବିଜେଡି ସୁପ୍ରିମୋ, ୧୬୦ ଯୁବ ଓ ୧୪୫ ଛାତ୍ର ନେତାଙ୍କୁ ବିଭିନ୍ନ ପଦବୀ

Madhusudan Das Picture
Published On

ଭୁବନେଶ୍ୱର: ବିଜେଡି ବଦଳୁଛି। ଦଳରେ ଦ୍ୱିତୀୟ ପିଢ଼ି ନେତାମାନଙ୍କ ଅପେକ୍ଷା ନୂତନ ଅର୍ଥାତ୍‌ ତୃତୀୟ ପିଢ଼ିକୁ ମିଳୁଛି ଅଧିକ ଗୁରୁତ୍ୱ। ପ୍ରତିଷ୍ଠା ଦିବସରେ ଦଳର ସଭାପତି ନବୀନ ପଟ୍ଟନାୟକ କରିଥିବା ଘୋଷଣା ଓ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡ଼ିଶାବାସୀଙ୍କ ସ୍ୱର ହେବାର ପ୍ରତିଶ୍ରୁତି ଆଧାରରେ ଛାତ୍ର ଓ ଯୁବ ଗୋଷ୍ଠୀର ଟାଣୁଆ ନେତାମାନଙ୍କୁ ନେତୃତ୍ୱ ନେବା ପାଇଁ ଏବେଠାରୁ ପ୍ରସ୍ତୁତ କରାଯାଉଛି। ୨୦୨୬ ଦ୍ୱିତୀୟାର୍ଦ୍ଧରେ ଛାତ୍ରସଂସଦ, ୨୦୨୭ ପ୍ରଥମାର୍ଦ୍ଧରେ ପଞ୍ଚାୟତ, ପୌର ପରିଷଦ ନିର୍ବାଚନ ଏବଂ ୨୦୨୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ଦୁଇ ଛାମୁଆଁ ସଙ୍ଗଠନ ଯୁବ ଓ ଛାତ୍ର ବାହିନୀର ପୁନର୍ଗଠନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜୁ ଯୁବ ଜନତା ଦଳରେ ୪ ଜଣ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ରାଜେନ୍ଦ୍ର ହୋତା, ପ୍ରଶାନ୍ତ ପଣ୍ଡା, ଅମୀର ଅହମ୍ମଦ , ୨ ମହାସଚିବ ଅମରଜିତ୍‌ ସେନାପତି ଓ ସୋଫିଆ ଆଲାମଙ୍କ ସହ ୧୭ ଜଣ ବରିଷ୍ଠ ଉପସଭାପତି, ୫୩ ଉପସଭାପତି ଓ ୮୪ ସାଧାରଣ ସମ୍ପାଦକଙ୍କୁ ନବୀନ ନିଯୁକ୍ତି ପ୍ରଦାନ କରିଛନ୍ତି। ସେହିପରି ବିଜୁ ଛାତ୍ର ଜନତା ଦଳରେ ୫ କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନ, ବିଷ୍ଣୁପ୍ରସାଦ ପଣ୍ଡା, ଚିନ୍ମୟ ଦାସ, ଆଲ୍ଲାରଖା ଖାନ୍‌, ପ୍ରଦୋଷ ପରିଡ଼ା, ରକି ଦାସ, ସୁଜିତ୍‌ ପାଲଟା ସିଂହ ପ୍ରମୁଖ ୨ ମହାସଚିବ, ୧୫ ବରିଷ୍ଠ ଉପସଭାପତି, ୩୪ ଉପସଭାପତି ଓ ୮୯ ଜଣ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ମିଳିଛି। 

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ କହିଛନ୍ତି ଯେ ପ୍ରତିଷ୍ଠା ଦିବସରେ ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ବିଜେଡି ରାଜ୍ୟବାସୀଙ୍କ ସ୍ୱର ଭାବେ କାର୍ଯ୍ୟ କରିବ। ତଦନୁଯାୟୀ ପ୍ରତିଷ୍ଠା ଦିବସ ପରେ ପରେ ୧୧ଟି ଜିଲ୍ଲା କମିଟି ଘୋଷଣା ସହ ଯୁବ ଓ ଛାତ୍ର ଶାଖାର ଏକ ସଶକ୍ତ କମିଟି ଅନୁମୋଦନ କରିଛନ୍ତି । ରାଜ୍ୟର ସବୁ ଅଞ୍ଚଳ ଓ ଜିଲ୍ଲାର ଦକ୍ଷ ଓ ପ୍ରତିଭାବାନ ଯୁବକ ଯୁବତୀମାନଙ୍କୁ ଏହି କମିଟିରେ ସ୍ଥାନିତ କରାଯାଇଛି। ରାଜ୍ୟ ବିଜେପି ସରକାରଙ୍କ ଅବହେଳା ଓ ସମ୍ୱେଦନହୀନ ଶାସନ ବିରୋଧରେ ପ୍ରତ୍ୟେକ ସ୍ତରରେ ବିଜୁ ଯୁବ ଜନତା ଦଳ ରାଜ୍ୟବାସୀଙ୍କ ସ୍ୱର ହୋଇ ଦୃଢ ପ୍ରତିବାଦ କରିବ। 

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ସେହିପରି ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ଆଇନଶୃଙ୍ଖଳା ସ୍ଥିତି ବିପନ୍ନ ହୋଇଛି। ମହିଳା ବିରୋଧୀ ହିଂସା ଓ ଛାତ୍ରୀମାନଙ୍କ ଉପରେ ଅତ୍ୟାଚାର ଉଦବେଗ ଜନକ ଭାବେ ବୃଦ୍ଧି ପାଇଛି। ଛାତ୍ର ସମାଜର ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ବିଜେପି ସରକାର ଛାତ୍ରବୃତ୍ତି ବନ୍ଦ କରିବା ଭଳି ପଦକ୍ଷେପ ନେଇଛନ୍ତି। ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଛାତ୍ର ବିଜୁ ଜନତା ଦଳର ଏହି ନୂଆ କର୍ମକର୍ତ୍ତାମାନେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଜନ ବିରୋଧୀ କାର୍ଯ୍ୟ ଓ ବିଫଳତା ବିରୋଧରେ ସଶକ୍ତ ଲଢେଇ ଜାରି ରଖିବ। ସମସ୍ତ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ଦକ୍ଷ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ନେତାମାନେ ଏହି କମିଟିରେ ସ୍ଥାନ ପାଇଛନ୍ତି। ତୃଣମୂଳସ୍ତରରେ ଦଳର କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି କମିଟି ଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଦଳ  ପକ୍ଷରୁ କୁହାଯାଇଛି । 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

28 Dec 2025 By Madhusudan Das

ଯୁବ ଓ ଛାତ୍ର ବିଜେଡିର ରାଜ୍ୟସ୍ତରୀୟ କମିଟି ଗଠନ କଲେ ବିଜେଡି ସୁପ୍ରିମୋ, ୧୬୦ ଯୁବ ଓ ୧୪୫ ଛାତ୍ର ନେତାଙ୍କୁ ବିଭିନ୍ନ ପଦବୀ

ଭୁବନେଶ୍ୱର: ବିଜେଡି ବଦଳୁଛି। ଦଳରେ ଦ୍ୱିତୀୟ ପିଢ଼ି ନେତାମାନଙ୍କ ଅପେକ୍ଷା ନୂତନ ଅର୍ଥାତ୍‌ ତୃତୀୟ ପିଢ଼ିକୁ ମିଳୁଛି ଅଧିକ ଗୁରୁତ୍ୱ। ପ୍ରତିଷ୍ଠା ଦିବସରେ ଦଳର ସଭାପତି ନବୀନ ପଟ୍ଟନାୟକ କରିଥିବା ଘୋଷଣା ଓ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡ଼ିଶାବାସୀଙ୍କ ସ୍ୱର ହେବାର ପ୍ରତିଶ୍ରୁତି ଆଧାରରେ ଛାତ୍ର ଓ ଯୁବ ଗୋଷ୍ଠୀର ଟାଣୁଆ ନେତାମାନଙ୍କୁ ନେତୃତ୍ୱ ନେବା ପାଇଁ ଏବେଠାରୁ ପ୍ରସ୍ତୁତ କରାଯାଉଛି। ୨୦୨୬ ଦ୍ୱିତୀୟାର୍ଦ୍ଧରେ ଛାତ୍ରସଂସଦ, ୨୦୨୭ ପ୍ରଥମାର୍ଦ୍ଧରେ ପଞ୍ଚାୟତ, ପୌର ପରିଷଦ ନିର୍ବାଚନ ଏବଂ ୨୦୨୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ଦୁଇ ଛାମୁଆଁ ସଙ୍ଗଠନ ଯୁବ ଓ ଛାତ୍ର ବାହିନୀର ପୁନର୍ଗଠନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜୁ ଯୁବ ଜନତା ଦଳରେ ୪ ଜଣ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ରାଜେନ୍ଦ୍ର ହୋତା, ପ୍ରଶାନ୍ତ ପଣ୍ଡା, ଅମୀର ଅହମ୍ମଦ , ୨ ମହାସଚିବ ଅମରଜିତ୍‌ ସେନାପତି ଓ ସୋଫିଆ ଆଲାମଙ୍କ ସହ ୧୭ ଜଣ ବରିଷ୍ଠ ଉପସଭାପତି, ୫୩ ଉପସଭାପତି ଓ ୮୪ ସାଧାରଣ ସମ୍ପାଦକଙ୍କୁ ନବୀନ ନିଯୁକ୍ତି ପ୍ରଦାନ କରିଛନ୍ତି। ସେହିପରି ବିଜୁ ଛାତ୍ର ଜନତା ଦଳରେ ୫ କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନ, ବିଷ୍ଣୁପ୍ରସାଦ ପଣ୍ଡା, ଚିନ୍ମୟ ଦାସ, ଆଲ୍ଲାରଖା ଖାନ୍‌, ପ୍ରଦୋଷ ପରିଡ଼ା, ରକି ଦାସ, ସୁଜିତ୍‌ ପାଲଟା ସିଂହ ପ୍ରମୁଖ ୨ ମହାସଚିବ, ୧୫ ବରିଷ୍ଠ ଉପସଭାପତି, ୩୪ ଉପସଭାପତି ଓ ୮୯ ଜଣ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ମିଳିଛି। 

ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ କହିଛନ୍ତି ଯେ ପ୍ରତିଷ୍ଠା ଦିବସରେ ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ବିଜେଡି ରାଜ୍ୟବାସୀଙ୍କ ସ୍ୱର ଭାବେ କାର୍ଯ୍ୟ କରିବ। ତଦନୁଯାୟୀ ପ୍ରତିଷ୍ଠା ଦିବସ ପରେ ପରେ ୧୧ଟି ଜିଲ୍ଲା କମିଟି ଘୋଷଣା ସହ ଯୁବ ଓ ଛାତ୍ର ଶାଖାର ଏକ ସଶକ୍ତ କମିଟି ଅନୁମୋଦନ କରିଛନ୍ତି । ରାଜ୍ୟର ସବୁ ଅଞ୍ଚଳ ଓ ଜିଲ୍ଲାର ଦକ୍ଷ ଓ ପ୍ରତିଭାବାନ ଯୁବକ ଯୁବତୀମାନଙ୍କୁ ଏହି କମିଟିରେ ସ୍ଥାନିତ କରାଯାଇଛି। ରାଜ୍ୟ ବିଜେପି ସରକାରଙ୍କ ଅବହେଳା ଓ ସମ୍ୱେଦନହୀନ ଶାସନ ବିରୋଧରେ ପ୍ରତ୍ୟେକ ସ୍ତରରେ ବିଜୁ ଯୁବ ଜନତା ଦଳ ରାଜ୍ୟବାସୀଙ୍କ ସ୍ୱର ହୋଇ ଦୃଢ ପ୍ରତିବାଦ କରିବ। 

ସେହିପରି ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ଆଇନଶୃଙ୍ଖଳା ସ୍ଥିତି ବିପନ୍ନ ହୋଇଛି। ମହିଳା ବିରୋଧୀ ହିଂସା ଓ ଛାତ୍ରୀମାନଙ୍କ ଉପରେ ଅତ୍ୟାଚାର ଉଦବେଗ ଜନକ ଭାବେ ବୃଦ୍ଧି ପାଇଛି। ଛାତ୍ର ସମାଜର ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ବିଜେପି ସରକାର ଛାତ୍ରବୃତ୍ତି ବନ୍ଦ କରିବା ଭଳି ପଦକ୍ଷେପ ନେଇଛନ୍ତି। ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଛାତ୍ର ବିଜୁ ଜନତା ଦଳର ଏହି ନୂଆ କର୍ମକର୍ତ୍ତାମାନେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଜନ ବିରୋଧୀ କାର୍ଯ୍ୟ ଓ ବିଫଳତା ବିରୋଧରେ ସଶକ୍ତ ଲଢେଇ ଜାରି ରଖିବ। ସମସ୍ତ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ଦକ୍ଷ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ନେତାମାନେ ଏହି କମିଟିରେ ସ୍ଥାନ ପାଇଛନ୍ତି। ତୃଣମୂଳସ୍ତରରେ ଦଳର କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି କମିଟି ଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଦଳ  ପକ୍ଷରୁ କୁହାଯାଇଛି । 

https://www.thesakala.in/latest-odisha-news/bjd-supremo-forms-state-level-committee-of-bjd-youth-and-students/article-43825
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର