ସେଲ୍ଫି ଅଭିଯାନ ପରିବର୍ତ୍ତେ ମହିଳାଙ୍କ ସମସ୍ୟା ପ୍ରସଙ୍ଗ ଉଠାଅ: ବିଜେଡି

The Sakala Picture
Published On

ଭୁବନେଶ୍ବର: ବିଜେପି ମହିଳା ମୋର୍ଚ୍ଚାର ସେଲଫି କ୍ୟାମ୍ପେନକୁ ବିଜେଡିର କଡା ସମାଲୋଚନା କରିଛି। ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ବିଜେଡି ସର୍ବଦା ମହିଳାଙ୍କ ବିକାଶ ଲାଗି ସଂଗ୍ରାମ କରିଆସିଛି। ଯଦି ବିଜେପି ମହିଳାଙ୍କ ବିକାଶ ଚାହୁଁଛି, ତା ହେଲେ ସଂସଦରେ ବିଜେପିର ସାଂସଦମାନେ ମହିଳା ସଂରକ୍ଷଣ ବିଲ ପାରିତ ନେଇ ଦାବି କରନ୍ତୁ। ବିଜେଡି ଦୀର୍ଘ ଦିନରୁ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ନେଇ କାର୍ଯ୍ଯ କରିଆସୁଛି। ୨୦୨୧-୨୨ରୁ ଓଡ଼ିଶାର ୯୦ ଲକ୍ଷ୍ୟ ମହିଳା […]

ଭୁବନେଶ୍ବର: ବିଜେପି ମହିଳା ମୋର୍ଚ୍ଚାର ସେଲଫି କ୍ୟାମ୍ପେନକୁ ବିଜେଡିର କଡା ସମାଲୋଚନା କରିଛି। ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ବିଜେଡି ସର୍ବଦା ମହିଳାଙ୍କ ବିକାଶ ଲାଗି ସଂଗ୍ରାମ କରିଆସିଛି। ଯଦି ବିଜେପି ମହିଳାଙ୍କ ବିକାଶ ଚାହୁଁଛି, ତା ହେଲେ ସଂସଦରେ ବିଜେପିର ସାଂସଦମାନେ ମହିଳା ସଂରକ୍ଷଣ ବିଲ ପାରିତ ନେଇ ଦାବି କରନ୍ତୁ। ବିଜେଡି ଦୀର୍ଘ ଦିନରୁ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ନେଇ କାର୍ଯ୍ଯ କରିଆସୁଛି। ୨୦୨୧-୨୨ରୁ ଓଡ଼ିଶାର ୯୦ ଲକ୍ଷ୍ୟ ମହିଳା ଉଜ୍ଜଳା ଗ୍ୟାସର ରିଫିଲ କରି ପାରିନାହାଁନ୍ତି। ଯଦି ବିଜେପିର ସାଂସଦମାନେ କେନ୍ଦ୍ର ସରକାରଙ୍କ ପାଖରେ ଏ ବିଷୟରେ ଦୃଢ଼ ଦାବି ରଖନ୍ତି ତା ହେଲେ ରାଜ୍ୟର ଉଜ୍ଜ୍ୱଳା ହିତାଧିକାରୀ ଉପକୃତ ହୁଅନ୍ତେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୫ କିଲୋ ଚାଉଳ କାଟି ଦିଆଗଲା। ଏହାର ପ୍ରଭାବ ରାଜ୍ୟର ୧ କୋଟି ଗରିବ ମାଆଙ୍କ ହାଣ୍ଡିଶାଳ ଉପରେ ପଡ଼ିଛି। କେନ୍ଦୁପତ୍ରରରେ ଜିଏସଟି ୧୮ ପ୍ରତିଶତ ଯୋଗୁ ୮ ଲକ୍ଷ୍ୟ ଆଦିବାସୀ ମହିଳା କେନ୍ଦୁପତ୍ର ତୋଳାଳୀଙ୍କ ଜୀବିକା ପ୍ରଭାବିତ ହେଉଛି। ଜିଏସଟି ଛାଡ଼ ନ ହେଲେ ଆଦିବାସୀ ମହିଳା ରୋଜଗାର ହରାଇବେ । ଏ କଥାକୁ ବିଜେପିକୁ କାହିଁକି ଦେଖାଯାଉ ନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର