ସାଂସଦ ଅପରାଜିତାଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର

The Sakala Picture
Published On

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସଭାପତି ମୋତେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିବା ପରେ ଆପଣ ଭୟଭୀତ ହେବା ସହିତ ଆପଣଙ୍କ ନିଦ ଭାଙ୍ଗି ଯାଇଛି କି ବୋଲି ବିଜେପି ସାଂସଦଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରୀମୟୀ ମିଶ୍ର । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଦୀର୍ଘ ୪ ବର୍ଷ ପରେ ଶ୍ରୀମତୀ […]

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସଭାପତି ମୋତେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିବା ପରେ ଆପଣ ଭୟଭୀତ ହେବା ସହିତ ଆପଣଙ୍କ ନିଦ ଭାଙ୍ଗି ଯାଇଛି କି ବୋଲି ବିଜେପି ସାଂସଦଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରୀମୟୀ ମିଶ୍ର ।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଦୀର୍ଘ ୪ ବର୍ଷ ପରେ ଶ୍ରୀମତୀ ଷଡଙ୍ଗୀ ଦଳର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରୁଥିବାରୁ ଉତ୍ସାହିତ ଅଛନ୍ତି । ବୋଧହୁଏ ଗତକାଲି ବିଜୁ ଜନତା ଦଳ ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ତାହାର ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ପରେ ସାଂସଦଙ୍କର ଏଭଳି ଅବସ୍ଥା ହୋଇଛି ।

ଆହୁରି ପଢ଼ନ୍ତୁ: ଘର କବାଟ ଭାଙ୍ଗି ଆଲମିରାରୁ ୮ ଭରି ସୁନା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଆପଣ ଜଣେ ରାଜନେତା, ଏବେ ଆପଣ ଜଣେ ଅମଲାତନ୍ତ୍ରି ନୁହଁନ୍ତି, ଆପଣଙ୍କ ନିଜର ଅମଲାତାନ୍ତ୍ରିକ ମାନସିକତାରୁ ବାହାରକୁ ବାହାରନ୍ତୁ । ଆପଣ ଡାକ୍ତରଖାନାଗୁଡ଼ିକୁ ଯାଇ ରୋଗୀଙ୍କୁ ଭେଟନ୍ତୁ, ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହିତ ସେମାନଙ୍କର ଯତ୍ନ ନିଅନ୍ତୁ । ଏଭଳି କରିବା କ’ଣ ଭୁଲ୍‌ କି? ଯେତେବେଳେ ପ୍ରଶାସନ ଲୋକଙ୍କ ଦୁଆର ମୁହଁକୁ ଯାଇ କାର୍ଯ୍ୟ କରୁଛି, ଯେତେବେଳେ ସମୟ ସୀମା ମଧ୍ୟରେ ପ୍ରକଳ୍ପଗୁଡିକ ମଞ୍ଜୁର ହେଉଛି, ଯେତେବେଳେ କାର୍ଯ୍ୟ ସମୟ ସୀମା ମଧ୍ୟରେ ସମାପ୍ତ ହେଉଛି, ଯେତେବେଳେ ସାଧାରଣ ଲୋକ ନିଜର ଅଭିଯୋଗକୁ ପ୍ରଶାସନ ନିକଟରେ ପହଞ୍ଚାଇବାକୁ ସକ୍ଷମ ହେଉଛନ୍ତି, ଯେତେବେଳେ କଲେଜ ଛାତ୍ରମାନେ ସେମାନଙ୍କ ଅଭିଯୋଗ ଜଣାଇବାରେ ସକ୍ଷମ ହେବା ସହିତ ତତକ୍ଷଣାତ ସମାଧାନ ପାଉଛନ୍ତି, ଯେତେବେଳେ ମନ୍ଦିର ଏବଂ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନଗୁଡ଼ିକ ଉଲ୍ଲେଖନୀୟ ବିକାଶ ପ୍ରାପ୍ତ କରୁଛନ୍ତି, ଯାହା ପୂର୍ବରୁ ହୋଇନଥିଲା, ଯେତେବେଳେ ସରକାର ଏଭଳି ଜନମଙ୍ଗଳ ଶାସନ କରୁଛନ୍ତି ସେତେବେଳେ ଆପଣ କାହିଁକି ଡରୁଛନ୍ତି?

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

ଶ୍ରୀମନ୍ଦିର କାର୍ଯ୍ୟକୁ ବନ୍ଦ କରିବା ପାଇଁ ଆପଣ ଯେଉଁ ଡ୍ରାମା କରିଥିଲେ ତାହା ଲୋକମାନେ ଦେଖିଛନ୍ତି । ଏକାମ୍ର ଲିଙ୍ଗରାଜ କ୍ଷେତ୍ର ଏବଂ ସେବାୟତମାନଙ୍କର ବିକାଶ କାର୍ଯ୍ୟକୁ ଅଟକାଇବା ଏବଂ ବିଳମ୍ବ କରିବା ପାଇଁ ଲୋକମାନେ ଆପଣଙ୍କୁ ଆଦୌ କ୍ଷମା କରିବେ ନାହିଁ । ଯେଉଁ ଉତ୍ସାହର ସହିତ ଆପଣ ଶ୍ରୀମନ୍ଦିର ପ୍ରକଳ୍ପକୁ ବନ୍ଦ କରିବାକୁ ଯାଇଥିଲେ ଏବଂ ଆପଣ ଓଡ଼ିଶାର ଆରାଧ୍ୟ ଦେବତାଙ୍କ ମନ୍ଦିର ବିକାଶ କାର୍ଯ୍ୟକୁ ଅଟକାଇବାକୁ ପଦଯାତ୍ରା କରିଥିଲେ ଲୋକେ ତାହାକୁ ମନେ ରଖିଛନ୍ତି ।

ଲୋକମାନେ ସେମାନଙ୍କ ପାଇଁ କାମ କରିବାକୁ ଆପଣଙ୍କୁ ଭୋଟ ଦେଇଛନ୍ତି, ସେମାନଙ୍କ ସ୍ୱାର୍ଥର ବିରୁଦ୍ଧରେ ନୁହେଁ । ଭୁବନେଶ୍ୱରରେ ଜାତୀୟ ରାଜପଥ ଦ୍ୱାରା ସୃଷ୍ଟି ହୋଇଥିବା ଜଳବନ୍ଦୀ ଅବସ୍ଥାକୁ ସମାଧାନ କରିବାରେ ଆପଣ ସକ୍ଷମ ହୋଇଛନ୍ତି କି? ଆପଣଙ୍କର କ୍ୟାପିଟାଲ୍‌ ରିଙ୍ଗ୍‌ ରୋଡ୍‌ ଏବେ ମଧ୍ୟ କାଗଜ କଲମରେ ଅଛି । ଆପଣଙ୍କର ମଡେଲ ରେଳ ଷ୍ଟେସନ କିମ୍ବା ଉପକୂଳ ରାଜପଥ ସବୁକିଛି ଅଦୃଶ୍ୟ ଅବସ୍ଥାରେ ।

ଆପଣଙ୍କର ଅପାରଗତା ଏବଂ ଅବହେଳାକୁ ଘୋଡାଇବା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରନ୍ତୁ ନାହିଁ ଯିଏ କି ସକ୍ରିୟ ଭାବେ ଲୋକଙ୍କ ପାଇଁ କାମ କରୁଛନ୍ତି । ଆପଣ କେବଳ ସାଂସଦ ଭାବରେ କ୍ଷମତା ପାଇଛନ୍ତି ଏବଂ ଆପଣ ଓଡିଶାର ବିକାଶକୁ ଅଟକାଇବା ସହିତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି । ଲୋକମାନେ ସବୁ ଦେଖୁଛନ୍ତି ଏବଂ ଆପଣଙ୍କର ଆଇଏଏସ୍‍ ଜ୍ଞାନ ସେମାନଙ୍କୁ ବୋକା ବନାଇ ପାରିବନାହିଁ । ଆପଣ ଦୀର୍ଘ ବର୍ଷ ଧରି ଶିକ୍ଷା ସଚିବ ଥିଲେ ବି ଆପଣ କେବେ ଭଲ ବିଦ୍ୟାଳୟରେ ପିଲାମାନଙ୍କ ପାଠପଢା ବିଷୟରେ ଚିନ୍ତା କରିଥିଲେ କି? ଯେତେବେଳେ ସରକାର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ମନ୍ଦିରର ରୂପାନ୍ତର କରୁଛନ୍ତି ସେତେବେଳେ ଆପଣ କାହିଁକି ଭୟଭୀତ ହୋଇପଡୁଛନ୍ତି? ଲୋକମାନେ ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଚାହୁଛନ୍ତି ଏବଂ ମହିଳାମାନେ ସେମାନଙ୍କର ସଶକ୍ତିକରଣ ପାଇଁ ଯେଉଁ ପରିବର୍ତ୍ତନ ଆବଶ୍ୟକ କରୁଛନ୍ତି ତାହା ମଧ୍ୟକୁ ସେମାନେ କାହାରିକୁ ଆସିବାକୁ ଦେବେ ନାହିଁ ବୋଲି ଶ୍ରୀମତୀ ମିଶ୍ର ଦୃଢ ଭାବେ କହିଛନ୍ତି ।

17 Jun 2023 By The Sakala

ସାଂସଦ ଅପରାଜିତାଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସଭାପତି ମୋତେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିବା ପରେ ଆପଣ ଭୟଭୀତ ହେବା ସହିତ ଆପଣଙ୍କ ନିଦ ଭାଙ୍ଗି ଯାଇଛି କି ବୋଲି ବିଜେପି ସାଂସଦଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରୀମୟୀ ମିଶ୍ର ।

ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଦୀର୍ଘ ୪ ବର୍ଷ ପରେ ଶ୍ରୀମତୀ ଷଡଙ୍ଗୀ ଦଳର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରୁଥିବାରୁ ଉତ୍ସାହିତ ଅଛନ୍ତି । ବୋଧହୁଏ ଗତକାଲି ବିଜୁ ଜନତା ଦଳ ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ତାହାର ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ପରେ ସାଂସଦଙ୍କର ଏଭଳି ଅବସ୍ଥା ହୋଇଛି ।

ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଆପଣ ଜଣେ ରାଜନେତା, ଏବେ ଆପଣ ଜଣେ ଅମଲାତନ୍ତ୍ରି ନୁହଁନ୍ତି, ଆପଣଙ୍କ ନିଜର ଅମଲାତାନ୍ତ୍ରିକ ମାନସିକତାରୁ ବାହାରକୁ ବାହାରନ୍ତୁ । ଆପଣ ଡାକ୍ତରଖାନାଗୁଡ଼ିକୁ ଯାଇ ରୋଗୀଙ୍କୁ ଭେଟନ୍ତୁ, ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହିତ ସେମାନଙ୍କର ଯତ୍ନ ନିଅନ୍ତୁ । ଏଭଳି କରିବା କ’ଣ ଭୁଲ୍‌ କି? ଯେତେବେଳେ ପ୍ରଶାସନ ଲୋକଙ୍କ ଦୁଆର ମୁହଁକୁ ଯାଇ କାର୍ଯ୍ୟ କରୁଛି, ଯେତେବେଳେ ସମୟ ସୀମା ମଧ୍ୟରେ ପ୍ରକଳ୍ପଗୁଡିକ ମଞ୍ଜୁର ହେଉଛି, ଯେତେବେଳେ କାର୍ଯ୍ୟ ସମୟ ସୀମା ମଧ୍ୟରେ ସମାପ୍ତ ହେଉଛି, ଯେତେବେଳେ ସାଧାରଣ ଲୋକ ନିଜର ଅଭିଯୋଗକୁ ପ୍ରଶାସନ ନିକଟରେ ପହଞ୍ଚାଇବାକୁ ସକ୍ଷମ ହେଉଛନ୍ତି, ଯେତେବେଳେ କଲେଜ ଛାତ୍ରମାନେ ସେମାନଙ୍କ ଅଭିଯୋଗ ଜଣାଇବାରେ ସକ୍ଷମ ହେବା ସହିତ ତତକ୍ଷଣାତ ସମାଧାନ ପାଉଛନ୍ତି, ଯେତେବେଳେ ମନ୍ଦିର ଏବଂ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନଗୁଡ଼ିକ ଉଲ୍ଲେଖନୀୟ ବିକାଶ ପ୍ରାପ୍ତ କରୁଛନ୍ତି, ଯାହା ପୂର୍ବରୁ ହୋଇନଥିଲା, ଯେତେବେଳେ ସରକାର ଏଭଳି ଜନମଙ୍ଗଳ ଶାସନ କରୁଛନ୍ତି ସେତେବେଳେ ଆପଣ କାହିଁକି ଡରୁଛନ୍ତି?

ଶ୍ରୀମନ୍ଦିର କାର୍ଯ୍ୟକୁ ବନ୍ଦ କରିବା ପାଇଁ ଆପଣ ଯେଉଁ ଡ୍ରାମା କରିଥିଲେ ତାହା ଲୋକମାନେ ଦେଖିଛନ୍ତି । ଏକାମ୍ର ଲିଙ୍ଗରାଜ କ୍ଷେତ୍ର ଏବଂ ସେବାୟତମାନଙ୍କର ବିକାଶ କାର୍ଯ୍ୟକୁ ଅଟକାଇବା ଏବଂ ବିଳମ୍ବ କରିବା ପାଇଁ ଲୋକମାନେ ଆପଣଙ୍କୁ ଆଦୌ କ୍ଷମା କରିବେ ନାହିଁ । ଯେଉଁ ଉତ୍ସାହର ସହିତ ଆପଣ ଶ୍ରୀମନ୍ଦିର ପ୍ରକଳ୍ପକୁ ବନ୍ଦ କରିବାକୁ ଯାଇଥିଲେ ଏବଂ ଆପଣ ଓଡ଼ିଶାର ଆରାଧ୍ୟ ଦେବତାଙ୍କ ମନ୍ଦିର ବିକାଶ କାର୍ଯ୍ୟକୁ ଅଟକାଇବାକୁ ପଦଯାତ୍ରା କରିଥିଲେ ଲୋକେ ତାହାକୁ ମନେ ରଖିଛନ୍ତି ।

ଲୋକମାନେ ସେମାନଙ୍କ ପାଇଁ କାମ କରିବାକୁ ଆପଣଙ୍କୁ ଭୋଟ ଦେଇଛନ୍ତି, ସେମାନଙ୍କ ସ୍ୱାର୍ଥର ବିରୁଦ୍ଧରେ ନୁହେଁ । ଭୁବନେଶ୍ୱରରେ ଜାତୀୟ ରାଜପଥ ଦ୍ୱାରା ସୃଷ୍ଟି ହୋଇଥିବା ଜଳବନ୍ଦୀ ଅବସ୍ଥାକୁ ସମାଧାନ କରିବାରେ ଆପଣ ସକ୍ଷମ ହୋଇଛନ୍ତି କି? ଆପଣଙ୍କର କ୍ୟାପିଟାଲ୍‌ ରିଙ୍ଗ୍‌ ରୋଡ୍‌ ଏବେ ମଧ୍ୟ କାଗଜ କଲମରେ ଅଛି । ଆପଣଙ୍କର ମଡେଲ ରେଳ ଷ୍ଟେସନ କିମ୍ବା ଉପକୂଳ ରାଜପଥ ସବୁକିଛି ଅଦୃଶ୍ୟ ଅବସ୍ଥାରେ ।

ଆପଣଙ୍କର ଅପାରଗତା ଏବଂ ଅବହେଳାକୁ ଘୋଡାଇବା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରନ୍ତୁ ନାହିଁ ଯିଏ କି ସକ୍ରିୟ ଭାବେ ଲୋକଙ୍କ ପାଇଁ କାମ କରୁଛନ୍ତି । ଆପଣ କେବଳ ସାଂସଦ ଭାବରେ କ୍ଷମତା ପାଇଛନ୍ତି ଏବଂ ଆପଣ ଓଡିଶାର ବିକାଶକୁ ଅଟକାଇବା ସହିତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି । ଲୋକମାନେ ସବୁ ଦେଖୁଛନ୍ତି ଏବଂ ଆପଣଙ୍କର ଆଇଏଏସ୍‍ ଜ୍ଞାନ ସେମାନଙ୍କୁ ବୋକା ବନାଇ ପାରିବନାହିଁ । ଆପଣ ଦୀର୍ଘ ବର୍ଷ ଧରି ଶିକ୍ଷା ସଚିବ ଥିଲେ ବି ଆପଣ କେବେ ଭଲ ବିଦ୍ୟାଳୟରେ ପିଲାମାନଙ୍କ ପାଠପଢା ବିଷୟରେ ଚିନ୍ତା କରିଥିଲେ କି? ଯେତେବେଳେ ସରକାର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ମନ୍ଦିରର ରୂପାନ୍ତର କରୁଛନ୍ତି ସେତେବେଳେ ଆପଣ କାହିଁକି ଭୟଭୀତ ହୋଇପଡୁଛନ୍ତି? ଲୋକମାନେ ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଚାହୁଛନ୍ତି ଏବଂ ମହିଳାମାନେ ସେମାନଙ୍କର ସଶକ୍ତିକରଣ ପାଇଁ ଯେଉଁ ପରିବର୍ତ୍ତନ ଆବଶ୍ୟକ କରୁଛନ୍ତି ତାହା ମଧ୍ୟକୁ ସେମାନେ କାହାରିକୁ ଆସିବାକୁ ଦେବେ ନାହିଁ ବୋଲି ଶ୍ରୀମତୀ ମିଶ୍ର ଦୃଢ ଭାବେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର