ମନୋରଞ୍ଜନ

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେଡିର କ୍ଷୋଭ: ଛତିଶଗଡ଼ ନିକଟରେ ମୁଣ୍ଡ ବିକିଦେଲେ ଓଡ଼ିଶା ସରକାର

Madhusudan Das Picture
Published On

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ ଓ କର୍ପୋରେଟ୍‌ ସଂସ୍ଥାଙ୍କ ସ୍ୱାର୍ଥରେ କାମ କରୁଛି ଓଡ଼ିଶା ବିଜେପି ସରକାର। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଗତ ମାସରେ ଯୁଗ୍ମ ବୈଷୟିକ କମିଟି ଦେଇଥିବା ରିପୋର୍ଟ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯାଉଛି ବୋଲି ବିଜେଡି ଅଭିଯୋଗ କରିଛି।

ଆହୁରି ପଢ଼ନ୍ତୁ: ଯୁକ୍ତ ୨ ରିଚେକିଂ ଆବେଦନ ଅବଧିକୁ ଜୁଲାଇ ୪ ପର୍ଯ୍ୟନ୍ତ ବୃଦ୍ଧି କଲେ CHSE କର୍ତ୍ତୃପକ୍ଷ

ଶଙ୍ଖ ଭବନଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦକ  ଭୃଗୁ ବକ୍ସିପାତ୍ର କହିଥିଲେ ଯେ ଛତିଶଗଡ ଏବଂ କର୍ପୋରେଟ୍‌ ସଂସ୍ଥାମାନଙ୍କୁ ସୁହାଇଲା ଭଳି ଭୂମିକା ଓଡ଼ିଶା ସରକାର ନେବା ଦୁର୍ଭାଗ୍ୟଜନକ। ଟ୍ରିବ୍ୟୁନାଲ ନିକଟରେ ଗତ ମାସରେ ଯୁଗ୍ମ ବୈଷୟିକ କମିଟି ଦାଖଲ କରିଥିବା ରିପୋର୍ଟ ଅନୁଯାୟୀ ମହାନଦୀର ଅବବାହିକାରେ ୬୨.୩୬ ନିୟୁତ ଏକର ଫୁଟ୍‌ ପାଣି ଉପଲବ୍ଧ ଅଛି, ଛତିଶଗଡ ଓ ଓଡ଼ିଶା ସୀମାନ୍ତରେ ୨୮.୪୮, ହୀରାକୁଦ ନିକଟରେ ୩୨.୮୩ ଓ ନରାଜ ନିକଟରେ ୫୬.୨୯ ନିୟୁତ ଏକର ଫୁଟ ପାଣି ଉପଲବ୍ଧ। ଏଥିରୁ ସ୍ପଷ୍ଟ ହେଉଛି ଯେ ଓଡ଼ିଶାରେ ମହାନଦୀରେ ପ୍ରଚୁର ପାଣି ରହିଛି ଏବଂ ଛତିଶଗଡ ସହିତ ବିବାଦର କୌଣସି ଯର୍ଥାଥତା ନାହିଁ । ଏହି ରିପୋର୍ଟକୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଅପରପକ୍ଷରେ ୨୦୨୫ ଅଗଷ୍ଟ ୨୫ତାରିଖରେ ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ମହାନଦୀର ଉପରମୁଣ୍ଡରେ ଛତିଶଗଡ ବନ୍ଧ ବାନ୍ଧିବା କାରଣରୁ ଅଣମୌସୁମୀ ସମୟରେ ଓଡ଼ିଶାରେ ଜଳ ପ୍ରବାହ ହ୍ରାସ ପାଇଛି । ସରକାରକୁ ଆସିଲା ପରେ ତୁରନ୍ତ ମହାନଦୀ ଜଳ ବଣ୍ଟନ ସମସ୍ୟା ସମାଧାନ କରିଦେବୁ ବୋଲି ବାହାସ୍ପୋଟ ମାରୁଥିବା ବିଜେପି ସରକାର ଆଜି ଛତିଶଗଡ ନିକଟରେ ମୁଣ୍ଡ ବିକିଦେଇଛି। ତୁରନ୍ତ ରାଜ୍ୟ ସରକାର ଏ ସଂପର୍କରେ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ସେ ଦାବି କରିଛନ୍ତି। 

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜରେ ବିଜେଡିର ୨ଟି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌: ମାଆ-ଝିଅଙ୍କୁ ହତ୍ୟା ଓ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ତୀବ୍ର ଉଦ୍‌ବେଗ

ସମ୍ୱଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ ଯେ ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଲକ୍ଷାଧିକ ସ୍ଥାନୀୟ ବାସିନ୍ଦା ବିସ୍ଥାପିତ ହୋଇଥିଲେ। ଆଜି ସୁଦ୍ଧା ସେମାନଙ୍କ ସମସ୍ୟାର ସମାଧାନ ହୋଇନଥିବା ବେଳେ ରାଜ୍ୟ ବିଜେପି ସରକାର, ଟ୍ରିବ୍ୟୁନାଲ ନିକଟରେ ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛି। ଚୁଟକିରେ ସମାଧାନ ହେଇଯିବ ବୋଲି କହୁଥିବା ରାଜ୍ୟ ବିଜେପି ସରକାର ଆଜି ଓଡ଼ିଶାର ସ୍ୱାର୍ଥ ଟ୍ରିବ୍ୟୁନାଲ ନିକଟରେ ସଠିକ୍‌ ଢଙ୍ଗରେ ଉପସ୍ଥାପନ କରିବା ପରିବର୍ତ୍ତେ ଛତିଶଗଡ଼ ଦେଇଥିବା ତଥ୍ୟକୁ ସ୍ୱୀକାର କରିନେଇଛି । ୨୦୧୮ ମସିହାରେ ତକ୍ରାଳୀନ ବିଜେଡି ସରକାର ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲରେ ଛତିଶଗଡ ମହାନଦୀରେ ପାଣି ଅଟକାଇବା ନେଇ ଦୃଢ ଦାବି ଉପସ୍ଥାପନ କରିଥିଲା ବେଳେ ବର୍ତ୍ତମାନର ବିଜେପି ସରକାର ଛତିଶଗଡ ଦେଇଥିବା ତଥ୍ୟକୁ ଯୁଗ୍ମ ବୈଷୟିକ କମିଟି ନିକଟରେ ଅନୁମୋଦନ କରି ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛନ୍ତି। ମହାନଦୀ ଶୁଖିଲା ପଡିଥିଲା ବେଳେ ପର୍ଯ୍ୟାପ୍ତ ପାଣି ଉପଲବ୍ଧ ଅଛି ବୋଲି ଟ୍ରିବ୍ୟୁନାଲ ନିକଟରେ ସହମତି ପ୍ରକାଶ କରିବା, ଡବଲ ଇଂଜିନ ସରକାରର ରାଜ୍ୟବାସୀଙ୍କ ପ୍ରତି ଚରମ ଉପହାସ ବୋଲି ବିଜେଡି କହିଛି।

ଆହୁରି ପଢ଼ନ୍ତୁ: କୋଳଥିଆ ହତ୍ୟାକାଣ୍ଡ: ପ୍ରେମ ପାଇଁ ପୁଅକୁ ପିଟିପିଟି ମାରି ଦେଇଥିଲେ ! ଚିକିତ୍ସାଧୀନ ଅବସ୍ଥାରେ ବାପାଙ୍କ ମୃତ୍ୟୁ

27 Jun 2026 By Madhusudan Das

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେଡିର କ୍ଷୋଭ: ଛତିଶଗଡ଼ ନିକଟରେ ମୁଣ୍ଡ ବିକିଦେଲେ ଓଡ଼ିଶା ସରକାର

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ ଓ କର୍ପୋରେଟ୍‌ ସଂସ୍ଥାଙ୍କ ସ୍ୱାର୍ଥରେ କାମ କରୁଛି ଓଡ଼ିଶା ବିଜେପି ସରକାର। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଗତ ମାସରେ ଯୁଗ୍ମ ବୈଷୟିକ କମିଟି ଦେଇଥିବା ରିପୋର୍ଟ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯାଉଛି ବୋଲି ବିଜେଡି ଅଭିଯୋଗ କରିଛି।

ଶଙ୍ଖ ଭବନଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦକ  ଭୃଗୁ ବକ୍ସିପାତ୍ର କହିଥିଲେ ଯେ ଛତିଶଗଡ ଏବଂ କର୍ପୋରେଟ୍‌ ସଂସ୍ଥାମାନଙ୍କୁ ସୁହାଇଲା ଭଳି ଭୂମିକା ଓଡ଼ିଶା ସରକାର ନେବା ଦୁର୍ଭାଗ୍ୟଜନକ। ଟ୍ରିବ୍ୟୁନାଲ ନିକଟରେ ଗତ ମାସରେ ଯୁଗ୍ମ ବୈଷୟିକ କମିଟି ଦାଖଲ କରିଥିବା ରିପୋର୍ଟ ଅନୁଯାୟୀ ମହାନଦୀର ଅବବାହିକାରେ ୬୨.୩୬ ନିୟୁତ ଏକର ଫୁଟ୍‌ ପାଣି ଉପଲବ୍ଧ ଅଛି, ଛତିଶଗଡ ଓ ଓଡ଼ିଶା ସୀମାନ୍ତରେ ୨୮.୪୮, ହୀରାକୁଦ ନିକଟରେ ୩୨.୮୩ ଓ ନରାଜ ନିକଟରେ ୫୬.୨୯ ନିୟୁତ ଏକର ଫୁଟ ପାଣି ଉପଲବ୍ଧ। ଏଥିରୁ ସ୍ପଷ୍ଟ ହେଉଛି ଯେ ଓଡ଼ିଶାରେ ମହାନଦୀରେ ପ୍ରଚୁର ପାଣି ରହିଛି ଏବଂ ଛତିଶଗଡ ସହିତ ବିବାଦର କୌଣସି ଯର୍ଥାଥତା ନାହିଁ । ଏହି ରିପୋର୍ଟକୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଅପରପକ୍ଷରେ ୨୦୨୫ ଅଗଷ୍ଟ ୨୫ତାରିଖରେ ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ମହାନଦୀର ଉପରମୁଣ୍ଡରେ ଛତିଶଗଡ ବନ୍ଧ ବାନ୍ଧିବା କାରଣରୁ ଅଣମୌସୁମୀ ସମୟରେ ଓଡ଼ିଶାରେ ଜଳ ପ୍ରବାହ ହ୍ରାସ ପାଇଛି । ସରକାରକୁ ଆସିଲା ପରେ ତୁରନ୍ତ ମହାନଦୀ ଜଳ ବଣ୍ଟନ ସମସ୍ୟା ସମାଧାନ କରିଦେବୁ ବୋଲି ବାହାସ୍ପୋଟ ମାରୁଥିବା ବିଜେପି ସରକାର ଆଜି ଛତିଶଗଡ ନିକଟରେ ମୁଣ୍ଡ ବିକିଦେଇଛି। ତୁରନ୍ତ ରାଜ୍ୟ ସରକାର ଏ ସଂପର୍କରେ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ସେ ଦାବି କରିଛନ୍ତି। 

ସମ୍ୱଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ କହିଥିଲେ ଯେ ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଲକ୍ଷାଧିକ ସ୍ଥାନୀୟ ବାସିନ୍ଦା ବିସ୍ଥାପିତ ହୋଇଥିଲେ। ଆଜି ସୁଦ୍ଧା ସେମାନଙ୍କ ସମସ୍ୟାର ସମାଧାନ ହୋଇନଥିବା ବେଳେ ରାଜ୍ୟ ବିଜେପି ସରକାର, ଟ୍ରିବ୍ୟୁନାଲ ନିକଟରେ ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛି। ଚୁଟକିରେ ସମାଧାନ ହେଇଯିବ ବୋଲି କହୁଥିବା ରାଜ୍ୟ ବିଜେପି ସରକାର ଆଜି ଓଡ଼ିଶାର ସ୍ୱାର୍ଥ ଟ୍ରିବ୍ୟୁନାଲ ନିକଟରେ ସଠିକ୍‌ ଢଙ୍ଗରେ ଉପସ୍ଥାପନ କରିବା ପରିବର୍ତ୍ତେ ଛତିଶଗଡ଼ ଦେଇଥିବା ତଥ୍ୟକୁ ସ୍ୱୀକାର କରିନେଇଛି । ୨୦୧୮ ମସିହାରେ ତକ୍ରାଳୀନ ବିଜେଡି ସରକାର ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲରେ ଛତିଶଗଡ ମହାନଦୀରେ ପାଣି ଅଟକାଇବା ନେଇ ଦୃଢ ଦାବି ଉପସ୍ଥାପନ କରିଥିଲା ବେଳେ ବର୍ତ୍ତମାନର ବିଜେପି ସରକାର ଛତିଶଗଡ ଦେଇଥିବା ତଥ୍ୟକୁ ଯୁଗ୍ମ ବୈଷୟିକ କମିଟି ନିକଟରେ ଅନୁମୋଦନ କରି ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛନ୍ତି। ମହାନଦୀ ଶୁଖିଲା ପଡିଥିଲା ବେଳେ ପର୍ଯ୍ୟାପ୍ତ ପାଣି ଉପଲବ୍ଧ ଅଛି ବୋଲି ଟ୍ରିବ୍ୟୁନାଲ ନିକଟରେ ସହମତି ପ୍ରକାଶ କରିବା, ଡବଲ ଇଂଜିନ ସରକାରର ରାଜ୍ୟବାସୀଙ୍କ ପ୍ରତି ଚରମ ଉପହାସ ବୋଲି ବିଜେଡି କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର