କରୋନା ମହାମାରୀକୁ ନେଇ ବିଜେପି ହୀନ ରାଜନୀତି କରୁଛି- ବିଜେଡ଼ି

The Sakala Picture
Published On

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏକତ୍ର ଭାବେ କାର୍ଯ୍ଯ କରିବାକୁ ଚାହୁଁଥିବା ବେଳେ ଓଡ଼ିଶା ବିଜେପି ନେତାମାନେ କିନ୍ତୁ ଏହା ଚାହୁଁ ନାହାନ୍ତି। ରାଜ୍ୟ ବିଜେପି ନେତାମାନେ କରୋନାକୁ ନେଇ ହୀନ ରାଜନୀତି ଆରମ୍ଭ କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ବିଜେପି ପ୍ରେସ୍‍ ବିବୃତ୍ତିର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ କହିଛନ୍ତି  ଯେ, ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟ ଓ ଦେଶର […]

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏକତ୍ର ଭାବେ କାର୍ଯ୍ଯ କରିବାକୁ ଚାହୁଁଥିବା ବେଳେ ଓଡ଼ିଶା ବିଜେପି ନେତାମାନେ କିନ୍ତୁ ଏହା ଚାହୁଁ ନାହାନ୍ତି। ରାଜ୍ୟ ବିଜେପି ନେତାମାନେ କରୋନାକୁ ନେଇ ହୀନ ରାଜନୀତି ଆରମ୍ଭ କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ ।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ବିଜେପି ପ୍ରେସ୍‍ ବିବୃତ୍ତିର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀମତୀ ଦେଓ କହିଛନ୍ତି  ଯେ, ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟ ଓ ଦେଶର ଦୁଇ ସର୍ବୋଚ୍ଚ ନେତା ଏକମତ ଥିବାବେଳେ ରାଜ୍ୟ ବିଜେପି ନେତାମାନେ କିନ୍ତୁ ଏହାକୁ ନେଇ ରାଜନୀତି କରିବା ସେମାନଙ୍କ ପ୍ରେସ୍‍ ବିବୃତିରୁ ବାରି ହୋଇ ପଡୁଛି। ଏଭଳି ମହାମାରୀ ସମୟରେ ସରକାରଙ୍କୁ ପରାମର୍ଶ ଦେବା ସହିତ କରୋନା ଲଢେଇରେ ସାମିଲ ହେବା ପରିବର୍ତ୍ତେ ସମାଲୋଚନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ରାଜ୍ୟ ବିଜେପି ନେତାମାନେ ସରକାରଙ୍କ ସମାଲୋଚନା ବଦଳରେ ଯଦି ଯୁକ୍ତିସଙ୍ଗତ ପରାମର୍ଶ ଓ ସମର୍ଥନର ହାତ ବଢେଇ ଥାନ୍ତେ ତେବେ ଓଡ଼ିଶାବାସୀ ଖୁସି ହୋଇଥାନ୍ତେ । ହେଲେ ତାହା ନକରି ନିଜର ରାଜନୈତିକ ଅସ୍ତିତ୍ୱ ଓ ଗଣମାଧ୍ୟମରେ ନିଜର ପ୍ରାସଙ୍ଗିକତା ରକ୍ଷା କରିବା ପାଇଁ କରୋନାକୁ ନେଇ ରାଜନୀତି ଆରମ୍ଭ କରିଦେଇଛନ୍ତି । ଓଡିଶାବାସୀ ରାଜ୍ୟ ବିଜେପି ନେତାମାନଙ୍କ ମନୋଭାବ ସଂକ୍ରାନ୍ତରେ ଭଲଭାବେ ଅବଗତ ଓ ସେମାନଙ୍କର ଏଭଳି ହୀନ ରାଜନୈତିକ ମନ୍ତବ୍ୟକୁ ଆଦୌ ଗ୍ରହଣ କରିବେ ନାହିଁ ବୋଲି ଶ୍ରୀମତୀ ଦେଓ କହିଛନ୍ତି ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର