ସଂସଦରେ ମହିଳା ସଂରକ୍ଷଣ ଦାବି ଦୋହରାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର

The Sakala Picture
Published On

ନୂଆଦିଲ୍ଲୀ: ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସିଟ୍‌ ସଂରକ୍ଷଣ ଦାବି ପୁଣି ଦୋହରାଇଛି ବିଜେଡି । ରାଜ୍ୟସଭାରେ ମହିଳା ସଂରକ୍ଷଣ ଦାବି ଉଠାଇଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ସଶକ୍ତ ଭାରତ ଲାଗି ମହିଳାଙ୍କ ପ୍ରତିନିଧିତ୍ୱକୁ ବିଜେଡି ଅଗ୍ରାଧିକାର ଦେଇଆସୁଛି । କେନ୍ଦ୍ର ସରକାର ଏହାକୁ ନେଇ ପ୍ରତିଶ୍ରୁତି ରକ୍ଷା କରୁନାହାଁନ୍ତି । ଅନ୍ୟପଟେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରିଆସୁଛନ୍ତି […]

ନୂଆଦିଲ୍ଲୀ: ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସିଟ୍‌ ସଂରକ୍ଷଣ ଦାବି ପୁଣି ଦୋହରାଇଛି ବିଜେଡି । ରାଜ୍ୟସଭାରେ ମହିଳା ସଂରକ୍ଷଣ ଦାବି ଉଠାଇଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ସଶକ୍ତ ଭାରତ ଲାଗି ମହିଳାଙ୍କ ପ୍ରତିନିଧିତ୍ୱକୁ ବିଜେଡି ଅଗ୍ରାଧିକାର ଦେଇଆସୁଛି । କେନ୍ଦ୍ର ସରକାର ଏହାକୁ ନେଇ ପ୍ରତିଶ୍ରୁତି ରକ୍ଷା କରୁନାହାଁନ୍ତି । ଅନ୍ୟପଟେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରିଆସୁଛନ୍ତି । ୨୦୧୯ରେ ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତ ଲୋକସଭା ଟିକେଟ ମହିଳାଙ୍କୁ ଦେଇ ଐତିହାସିକ ପଦକ୍ଷେପ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ସେହିପରି ବିଜେଡି ପ୍ରତିନିଧି ମଣ୍ଡଳ ବିଭିନ୍ନ ରାଜନୈତିକ ଦଳଙ୍କୁ ବୁଝାଇ ସମର୍ଥନ ମାଗିଥିଲେ । ବିଜେଡିର ଏହି ପଦକ୍ଷେପକୁ ଅନେକ ରାଜନୈତିକ ଦଳ ସମର୍ଥନ ଦେଇଥିଲେ । ତା ସତ୍ତ୍ବେ ମଧ୍ୟ ଏଯାଏଁ ମହିଳା ସଂରକ୍ଷଣ ବିଲ ପାସ୍ ହୋଇପାରିଲାନି । ତେଣୁ ତୁରନ୍ତ ମହିଳା ସଂରକ୍ଷଣ ବିଲ୍ ପାରିତ ନେଇ ରାଜ୍ୟସଭାରେ ଦାବି ଦୋହରାଇଛନ୍ତି ସସ୍ମିତ । ଏହାଦ୍ବାରା ଦେଶକୁ ସଶକ୍ତ ମହିଳା ପ୍ରତିନିଧି ମିଳିବା ସହ ୬୬ କୋଟି ମହିଳାଙ୍କ ସ୍ବପ୍ନ ପୂରଣ ହେବ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

26 Jul 2023 By The Sakala

ସଂସଦରେ ମହିଳା ସଂରକ୍ଷଣ ଦାବି ଦୋହରାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସିଟ୍‌ ସଂରକ୍ଷଣ ଦାବି ପୁଣି ଦୋହରାଇଛି ବିଜେଡି । ରାଜ୍ୟସଭାରେ ମହିଳା ସଂରକ୍ଷଣ ଦାବି ଉଠାଇଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ସଶକ୍ତ ଭାରତ ଲାଗି ମହିଳାଙ୍କ ପ୍ରତିନିଧିତ୍ୱକୁ ବିଜେଡି ଅଗ୍ରାଧିକାର ଦେଇଆସୁଛି । କେନ୍ଦ୍ର ସରକାର ଏହାକୁ ନେଇ ପ୍ରତିଶ୍ରୁତି ରକ୍ଷା କରୁନାହାଁନ୍ତି । ଅନ୍ୟପଟେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରିଆସୁଛନ୍ତି । ୨୦୧୯ରେ ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତ ଲୋକସଭା ଟିକେଟ ମହିଳାଙ୍କୁ ଦେଇ ଐତିହାସିକ ପଦକ୍ଷେପ ନେଇଥିଲେ ।

ସେହିପରି ବିଜେଡି ପ୍ରତିନିଧି ମଣ୍ଡଳ ବିଭିନ୍ନ ରାଜନୈତିକ ଦଳଙ୍କୁ ବୁଝାଇ ସମର୍ଥନ ମାଗିଥିଲେ । ବିଜେଡିର ଏହି ପଦକ୍ଷେପକୁ ଅନେକ ରାଜନୈତିକ ଦଳ ସମର୍ଥନ ଦେଇଥିଲେ । ତା ସତ୍ତ୍ବେ ମଧ୍ୟ ଏଯାଏଁ ମହିଳା ସଂରକ୍ଷଣ ବିଲ ପାସ୍ ହୋଇପାରିଲାନି । ତେଣୁ ତୁରନ୍ତ ମହିଳା ସଂରକ୍ଷଣ ବିଲ୍ ପାରିତ ନେଇ ରାଜ୍ୟସଭାରେ ଦାବି ଦୋହରାଇଛନ୍ତି ସସ୍ମିତ । ଏହାଦ୍ବାରା ଦେଶକୁ ସଶକ୍ତ ମହିଳା ପ୍ରତିନିଧି ମିଳିବା ସହ ୬୬ କୋଟି ମହିଳାଙ୍କ ସ୍ବପ୍ନ ପୂରଣ ହେବ ବୋଲି ସେ କହିଛନ୍ତି ।

https://www.thesakala.in/latest-odisha-news/bjd-reiterated-its-demand-for-womens-reservation-in-parliament/article-23850
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର