ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିଜେଡିର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ଓ ବନ୍ଧୁମିଳନ ଅନୁଷ୍ଠିତ

The Sakala Picture
Published On

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିଜେଡିର ଉନ୍ନୟନ କାର୍ଯ୍ୟର ସମୀକ୍ଷା ଏବଂ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଆମ୍ବପୁଆରେ ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡି ସଭାପତି ଅଜିତ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତାଦଳର ସମସ୍ତ କର୍ମୀ ଓ ନେତା କିଭଳି ଏକତ୍ରିତ ହୋଇ କାର୍ଯ୍ୟକରିବେ ସେନେଇ  ଆଲୋଚନା କରାଯାଇଛି […]

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିଜେଡିର ଉନ୍ନୟନ କାର୍ଯ୍ୟର ସମୀକ୍ଷା ଏବଂ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଆମ୍ବପୁଆରେ ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡି ସଭାପତି ଅଜିତ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତାଦଳର ସମସ୍ତ କର୍ମୀ ଓ ନେତା କିଭଳି ଏକତ୍ରିତ ହୋଇ କାର୍ଯ୍ୟକରିବେ ସେନେଇ  ଆଲୋଚନା କରାଯାଇଛି । ଆଗାମୀ ସାଧାରଣ ନିର୍ବାଚନରେ ଯେପରି ବିଜେଡି ପ୍ରାର୍ଥୀ ଏକପାଖିଆ ଭାବେ ବିଜୟ ଲାଭ କରିବେ ସେନେଇ ରଣନୀତି ହୋଇଛି। ମାନସ କହିଛନ୍ତି, ଗୋପାଳପୁର ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଦୃଷ୍ଟି ରହିଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିକାଶ ପଥେ ଆଗେଇ ଚାଲିଛି । ଆଗକୁ କିପରି ଆହୁରି ବିକାଶ ହୋଇପାରିବ ସେନେଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ମାନସ । ମୁଖ୍ୟମନ୍ତ୍ରୀ ଯେତେବେଳେ ଯାହାକୁ ଦାୟିତ୍ବ ଦେଇଛନ୍ତି ସେ ବ୍ୟକ୍ତିଙ୍କୁ ଗୋପାଳପୁର ନିର୍ବାଚନମଣ୍ଡଳୀବାସୀ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଆଗକୁ ମଧ୍ୟ ଲୋକମାନେ ବିଜେଡି ପ୍ରତି ଆଶୀର୍ବାଦ ରଖିବେ ବୋଲି ମାନସ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଙ୍ଘମିତ୍ରା ଦଳାଇ, ପୂର୍ବତନ ବିଧାୟକ ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଉଷା ରାଣୀ, ଉପାଧ୍ୟକ୍ଷା ଅନୀତା ମହାଙ୍କୁଡ,  ରାଜେଶ୍ବରୀ ଦୋରା, ଜିଲ୍ଲାପରିଷଦ ସଦସ୍ୟ ଦୀପକ କୁମାର ସାମନ୍ତ, ଭାରତୀ ନାୟକ, ତଅପୋଇ ଦାସ, ବିଜେଡି ନେତା ବିନୋଦ କୁମାର ମହାଙ୍କୁଡ, ଅମିତ ମଲ୍ଲିକ, ଗୋପାଳପୁର ଏନଏସି ଅଧ୍ୟକ୍ଷ ଏ. ଜାନକୀ ରାମ, ଗଜପତି ଜିଲ୍ଲାର ପର୍ଯ୍ୟବେକ୍ଷକ ଶଶିଭୂଷଣ ମହାନ୍ତି, କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ରାଜ୍ଯ କାଜୁ ନିଗମର ଅଧ୍ୟକ୍ଷ ସୁବାସ ମହାରଣାଙ୍କ ସମେତ ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ସରପଞ୍ଚ, ସମିତି ସଭ୍ଯ ଯୋଗଦେଇଥିଲେ ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର