ପଛୁଆ ବର୍ଗଙ୍କୁ ନ୍ୟାୟ ଦେବା ଲଢେଇରେ ସାମିଲ ହେବାକୁ ସବୁ ଦଳ ଓ ସଂଗଠନକୁ ଆହ୍ୱାନ ଦେଲା ବିଜେଡି

The Sakala Picture
Published On

ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ମିଳିବ ନ୍ୟାୟ। ନ୍ୟାୟ ଦେବାକୁ ବଦ୍ଧପରିକର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓବିସିଙ୍କୁ ନ୍ୟାୟ ପାଇଁ ଲଢେଇରେ ସାମିଲ ହେବାକୁ ସବୁ ଦଳ ଓ ସଂଗଠନକୁ ଆହ୍ୱାନ ଦେଲା ବିଜେଡି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ସାହୁ ଏହି ଆହ୍ୱାନ ଦେଇଛନ୍ତି। କହିଛନ୍ତି, ପଛୁଆ ବର୍ଗଙ୍କ ଯୋଜନା ପୂର୍ବରୁ ସେମାନଙ୍କ ସଂଖ୍ୟା ଜାଣିବା ଦରକାର। କେନ୍ଦ୍ର ମନା କଲା ପରେ ଜାନୁଆରୀ କ୍ୟାବିନେଟ […]

ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ମିଳିବ ନ୍ୟାୟ। ନ୍ୟାୟ ଦେବାକୁ ବଦ୍ଧପରିକର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓବିସିଙ୍କୁ ନ୍ୟାୟ ପାଇଁ ଲଢେଇରେ ସାମିଲ ହେବାକୁ ସବୁ ଦଳ ଓ ସଂଗଠନକୁ ଆହ୍ୱାନ ଦେଲା ବିଜେଡି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ସାହୁ ଏହି ଆହ୍ୱାନ ଦେଇଛନ୍ତି। କହିଛନ୍ତି, ପଛୁଆ ବର୍ଗଙ୍କ ଯୋଜନା ପୂର୍ବରୁ ସେମାନଙ୍କ ସଂଖ୍ୟା ଜାଣିବା ଦରକାର। କେନ୍ଦ୍ର ମନା କଲା ପରେ ଜାନୁଆରୀ କ୍ୟାବିନେଟ ବୈଠକରେ ଜାତିଭିତ୍ତିକ ଜନଗଣନା ପାରିତ ହୋଇଥିଲା। ଓବିସି କମିଶନ ଗଠନ ହେଲା। ଓବିସି ଜନସଂଖ୍ୟାରୁ ଅଧେ। ହେଲେ ଅଧା ସଂରକ୍ଷଣ ବି ମିଳିନି। କାରଣ ୫୦ ପ୍ରତିଶତ ସଂରକ୍ଷଣ ନିୟମ ଅଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପଛୁଆ ବର୍ଗ ୯୪ ପ୍ରତିଶତ। ତେଣୁ ଅନ୍ୟ ରାଜ୍ୟ ସହ ତୁଳନା ଠିକ ନୁହେଁ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଏହି ସଂରକ୍ଷଣ ସୀମା ଉଠାଇବା ସମୟର ଆହ୍ୱାନ। ସଂସଦରେ ପ୍ରାୟ ସବୁ ଦଳ ଏହି କଥା ଉଠାଇଛନ୍ତି। ୨୦୨୧ରେ ଜନଗଣନା ଅଛି। ତେଣୁ ସ୍ୱର ଆହୁରି ଉଠିଲାଣି। ବିଜେଡି ସାଂସଦମାନେ ଏ ଦିଗରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟିଥିଲେ। ଅନ୍ୟ ମୁଖ୍ୟମନ୍ତ୍ରୀ ବି ନବୀନ ପଟ୍ଟନାୟକଙ୍କୁ ସମର୍ଥନ କଲେଣି। ଏପରିକି ବିଜେପି ମେଣ୍ଟ ଦଳ ବି ନବୀନଙ୍କ ସହ ସ୍ୱର ମିଶାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ବି ସମର୍ଥନ ଦେଇଛନ୍ତି। ବିହାରର ୧୦ ଜଣିଆ ପ୍ରତିନିଧି ଦଳ ଯେଉଁଠି ବିଜେପି ନେତା ବି ସାମିଲ ଥିଲେ ସେମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଛନ୍ତି । ବିଜେଡି ଦାବି କରିଛ, ଜାତିଭିତ୍ତିକ ଜନଗଣନା ୫୦ ପ୍ରତିଶତ ସଂରକ୍ଷଣ ସୀମା ଉଠାଯାଉ। ଏପରି ହେଲେ ପଛୁଆ ବର୍ଗ ଯିଏ ଦେଶକୁ ଖାଦ୍ୟ ଦେଇଛନ୍ତି, ସେମାନଙ୍କୁ ନ୍ୟାୟ ମିଳିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି। ଏହାକୁ ଦୀର୍ଘମିଆଦି ସୂତ୍ରରେ କାର୍ଯ୍ଯକାରୀ କରିବାକୁ ଦାବି ରଖିବା ସହ ବିଜେପି କାହିଁକି ଏହା କରୁନି ବୋଲି ପ୍ରଶ୍ନ କରିଛି ବିଜେଡି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର