୧୦ ବିଧାୟକଙ୍କ ସହ ନବୀନଙ୍କ ଆଲୋଚନା; ପଞ୍ଚାୟତ ନିର୍ବାଚନ ରଣକୌଶଳ ଉପରେ ଗୁରୁତ୍ବାରୋପ

Madhusudan Das Picture
Published On

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚତୁର୍ଥ ପର୍ଯ୍ୟାୟରେ ଦଳର ଆଉ ୧୦ ଜଣ ବିଧାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ନବୀନ ସେମାନଙ୍କ ସହ ସେମାନଙ୍କ ନିର୍ବାଚନମଣ୍ଡଳୀରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ରଣକୌଶଳ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ବିଜେପି ସରକାର ବିରୁଦ୍ଧରେ ସୃଷ୍ଟି ହୋଇ ଥିବା ପ୍ରବଳ ଜନ ଅସନ୍ତୋଷକୁ ଅସ୍ତ୍ର କରି ଲୋକଙ୍କ ନିକଟତର ହେବାକୁ ସେ ଏହି ଅବସରରେ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ସରକାରଙ୍କ ଜନ ବିରୋଧୀ  କାର୍ଯ୍ୟ, ପ୍ରତିଶ୍ରୁତି ପୂରଣରେ ବିଫଳତା ସମ୍ପର୍କରେ  ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ନବୀନ ବିଧାୟକଙ୍କୁ ପରାମର୍ଶ ଦେଇଥଲେ। ରାଜ୍ୟରେ ରାଜ୍ୟ ବିଜେପି ସରକାର ଏକାଧିକ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଲୋକଙ୍କୁ ସୁଶାସନ ଦେଇପାରୁ ନାହିଁ। ସମସ୍ତ ପ୍ରସଙ୍ଗଗୁଡ଼ିକୁ ଲୋକଙ୍କ ନିକଟରେ ଶାଣିତ ଢଙ୍ଗରେ ଉତ୍ଥାପନ ପାଇଁ ନବୀନ କହିଥିଲେ। ସେମାନଙ୍କ ନିର୍ବାଚନମଣ୍ଡଳୀର ବିକାଶ କାମ ବିଷୟରେ ଆଲୋଚନା ସହ ଚାଷୀଙ୍କ ସମସ୍ୟା, ଧାନ କିଣା ସ୍ଥିତି  ସମ୍ପର୍କରେ ମଧ୍ୟ ସେ ପଚାରି  ବୁଝିଥିଲେ। ବିଜୁ ଜନତା ଦଳର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ଏହି ଅବସରରେ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜିର ଏହି ବୈଠକରେ ବିଧାୟକ ପ୍ରତାପ କେଶରୀ ଦେବ, ବିଭୂତି ଭୂଷଣ ବଳବନ୍ତରାୟ, ସାରଦା ପ୍ରସନ୍ନ ନାୟକ,  ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ଯୋଗେଶ କୁମାର ସିଂହ, ଅଧୀରାଜ ମୋହନ ପାଣିଗ୍ରାହୀ, ସୁନୀଲ ମହାନ୍ତି, ରୁପେଶ ପାଣିଗ୍ରାହୀ ଓ ରୋହିତ ଜୋସେଫ ତିର୍କୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

21 Jan 2026 By Madhusudan Das

୧୦ ବିଧାୟକଙ୍କ ସହ ନବୀନଙ୍କ ଆଲୋଚନା; ପଞ୍ଚାୟତ ନିର୍ବାଚନ ରଣକୌଶଳ ଉପରେ ଗୁରୁତ୍ବାରୋପ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚତୁର୍ଥ ପର୍ଯ୍ୟାୟରେ ଦଳର ଆଉ ୧୦ ଜଣ ବିଧାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ନବୀନ ସେମାନଙ୍କ ସହ ସେମାନଙ୍କ ନିର୍ବାଚନମଣ୍ଡଳୀରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ରଣକୌଶଳ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ବିଜେପି ସରକାର ବିରୁଦ୍ଧରେ ସୃଷ୍ଟି ହୋଇ ଥିବା ପ୍ରବଳ ଜନ ଅସନ୍ତୋଷକୁ ଅସ୍ତ୍ର କରି ଲୋକଙ୍କ ନିକଟତର ହେବାକୁ ସେ ଏହି ଅବସରରେ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ସରକାରଙ୍କ ଜନ ବିରୋଧୀ  କାର୍ଯ୍ୟ, ପ୍ରତିଶ୍ରୁତି ପୂରଣରେ ବିଫଳତା ସମ୍ପର୍କରେ  ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ନବୀନ ବିଧାୟକଙ୍କୁ ପରାମର୍ଶ ଦେଇଥଲେ। ରାଜ୍ୟରେ ରାଜ୍ୟ ବିଜେପି ସରକାର ଏକାଧିକ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଲୋକଙ୍କୁ ସୁଶାସନ ଦେଇପାରୁ ନାହିଁ। ସମସ୍ତ ପ୍ରସଙ୍ଗଗୁଡ଼ିକୁ ଲୋକଙ୍କ ନିକଟରେ ଶାଣିତ ଢଙ୍ଗରେ ଉତ୍ଥାପନ ପାଇଁ ନବୀନ କହିଥିଲେ। ସେମାନଙ୍କ ନିର୍ବାଚନମଣ୍ଡଳୀର ବିକାଶ କାମ ବିଷୟରେ ଆଲୋଚନା ସହ ଚାଷୀଙ୍କ ସମସ୍ୟା, ଧାନ କିଣା ସ୍ଥିତି  ସମ୍ପର୍କରେ ମଧ୍ୟ ସେ ପଚାରି  ବୁଝିଥିଲେ। ବିଜୁ ଜନତା ଦଳର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ଏହି ଅବସରରେ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜିର ଏହି ବୈଠକରେ ବିଧାୟକ ପ୍ରତାପ କେଶରୀ ଦେବ, ବିଭୂତି ଭୂଷଣ ବଳବନ୍ତରାୟ, ସାରଦା ପ୍ରସନ୍ନ ନାୟକ,  ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ଯୋଗେଶ କୁମାର ସିଂହ, ଅଧୀରାଜ ମୋହନ ପାଣିଗ୍ରାହୀ, ସୁନୀଲ ମହାନ୍ତି, ରୁପେଶ ପାଣିଗ୍ରାହୀ ଓ ରୋହିତ ଜୋସେଫ ତିର୍କୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର