ଆଜି ପଞ୍ଚଭୂତରେ ବିଲୀନ ହେବ ବିଜୟଶ୍ରୀ ରାଉତରାୟଙ୍କ ପାର୍ଥିବ ଶରୀର, ବିଜେଡି ମୁଖ୍ୟାଳୟରେ ଶ୍ରଦ୍ଧାଞ୍ଜଳି

The Sakala Picture
Published On

ଆଜି ପଞ୍ଚଭୂତରେ ବିଲୀନ ହେବ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କର ମରଶରୀର। ଏହା ପୂର୍ବରୁ ତାଙ୍କ ମରଶରୀରକୁ ବିଜେଡି ମୁଖ୍ୟାଳୟକୁ ନିଆଯାଇଥିଲା । ସେଠାରେ ଦଳୀୟ କର୍ମକର୍ତ୍ତା ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବିଜେଡି କାର୍ଯ୍ୟାଳୟ ପରେ ବିଧାନସଭା ନିଆଯାଇଥିଲା ମରଶରୀର । ବିଧାନସଭା ପରିସରରେ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବାଚସ୍ପତିଙ୍କ ସମେତ ଦଳୀୟ ବିଧାୟକ । ଏହାପରେ ନିଜ କର୍ମଭୂମି ତଥା ଜନ୍ମଭୂମି ବାସୁଦେବପୁର ଓ ତିହିଡି ନିଆଯାଉଛି । ସେଠାରେ ତାଙ୍କ […]

ଆଜି ପଞ୍ଚଭୂତରେ ବିଲୀନ ହେବ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କର ମରଶରୀର। ଏହା ପୂର୍ବରୁ ତାଙ୍କ ମରଶରୀରକୁ ବିଜେଡି ମୁଖ୍ୟାଳୟକୁ ନିଆଯାଇଥିଲା । ସେଠାରେ ଦଳୀୟ କର୍ମକର୍ତ୍ତା ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବିଜେଡି କାର୍ଯ୍ୟାଳୟ ପରେ ବିଧାନସଭା ନିଆଯାଇଥିଲା ମରଶରୀର ।

ଆହୁରି ପଢ଼ନ୍ତୁ: ଜେଲ୍‌ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ

ବିଧାନସଭା ପରିସରରେ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବାଚସ୍ପତିଙ୍କ ସମେତ ଦଳୀୟ ବିଧାୟକ । ଏହାପରେ ନିଜ କର୍ମଭୂମି ତଥା ଜନ୍ମଭୂମି ବାସୁଦେବପୁର ଓ ତିହିଡି ନିଆଯାଉଛି । ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ରିଲ୍ସ ସୁଟିଂ ବେଳେ ବ୍ରାହ୍ମଣୀ ନଦୀରେ ଅଘଟଣ; ରେଳ ପୋଲରୁ ଖସି ଯୁବକ ନିଖୋଜ

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟ ଆଉ ନାହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବୁଧବାର ସନ୍ଧ୍ୟା ସାଢ଼େ ୫ଟାବେଳେ ସେ ନିଃଶ୍ୱାସ ତ୍ୟାଗ କରିଥିଲେ । କୋଭିଡ୍‌ରୁ ମୁକ୍ତ ହେବା ପରେ ବି ଜଟିଳ ରୋଗ (କୋମର୍‌ବିଡିଜ୍‌)ରେ ପୀଡ଼ିତ ଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

ବିଜୟଶ୍ରୀ ରାଉତରାୟ ଓଡ଼ିଶା ରାଜନୀତିର ଜଣାଶୁଣା ଚେହେରା ଥିଲେ । ୧୯୯୦ରୁ ୨୦୧୯ ମସିହା ପର୍ଯ୍ୟନ୍ତ ସେ ୬ଥର ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ଏବଂ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିରୁ ବିଧାୟକ ନିର୍ବାଚିତ ହୋଇଥିଲେ । ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି ବିଜୟଶ୍ରୀ । ଜଙ୍ଗଲ ପରିବେଶ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଶ୍ରମ ଓ ପର୍ଯ୍ୟଟନ ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ୱ ନେଇଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ସେ ବିଧାନସଭାର ବିଭିନ୍ନ ଗୃହ କମିଟିର ସଦସ୍ୟ ଭାବେ କାମ କରିଥିଲେ । ବିଜୟଶ୍ରୀ ରାଉତରାୟ ୧୯୫୩ ମସିହାରେ ଜନ୍ମଗ୍ରହଣ କରିଥିଲେ।

03 Jun 2021 By The Sakala

ଆଜି ପଞ୍ଚଭୂତରେ ବିଲୀନ ହେବ ବିଜୟଶ୍ରୀ ରାଉତରାୟଙ୍କ ପାର୍ଥିବ ଶରୀର, ବିଜେଡି ମୁଖ୍ୟାଳୟରେ ଶ୍ରଦ୍ଧାଞ୍ଜଳି

ଆଜି ପଞ୍ଚଭୂତରେ ବିଲୀନ ହେବ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କର ମରଶରୀର। ଏହା ପୂର୍ବରୁ ତାଙ୍କ ମରଶରୀରକୁ ବିଜେଡି ମୁଖ୍ୟାଳୟକୁ ନିଆଯାଇଥିଲା । ସେଠାରେ ଦଳୀୟ କର୍ମକର୍ତ୍ତା ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବିଜେଡି କାର୍ଯ୍ୟାଳୟ ପରେ ବିଧାନସଭା ନିଆଯାଇଥିଲା ମରଶରୀର ।

ବିଧାନସଭା ପରିସରରେ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବାଚସ୍ପତିଙ୍କ ସମେତ ଦଳୀୟ ବିଧାୟକ । ଏହାପରେ ନିଜ କର୍ମଭୂମି ତଥା ଜନ୍ମଭୂମି ବାସୁଦେବପୁର ଓ ତିହିଡି ନିଆଯାଉଛି । ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି।

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟ ଆଉ ନାହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବୁଧବାର ସନ୍ଧ୍ୟା ସାଢ଼େ ୫ଟାବେଳେ ସେ ନିଃଶ୍ୱାସ ତ୍ୟାଗ କରିଥିଲେ । କୋଭିଡ୍‌ରୁ ମୁକ୍ତ ହେବା ପରେ ବି ଜଟିଳ ରୋଗ (କୋମର୍‌ବିଡିଜ୍‌)ରେ ପୀଡ଼ିତ ଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା।

ବିଜୟଶ୍ରୀ ରାଉତରାୟ ଓଡ଼ିଶା ରାଜନୀତିର ଜଣାଶୁଣା ଚେହେରା ଥିଲେ । ୧୯୯୦ରୁ ୨୦୧୯ ମସିହା ପର୍ଯ୍ୟନ୍ତ ସେ ୬ଥର ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଜନତା ଦଳରୁ ଏବଂ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିରୁ ବିଧାୟକ ନିର୍ବାଚିତ ହୋଇଥିଲେ । ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି ବିଜୟଶ୍ରୀ । ଜଙ୍ଗଲ ପରିବେଶ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଶ୍ରମ ଓ ପର୍ଯ୍ୟଟନ ବିଭାଗ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ୱ ନେଇଛନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ସେ ବିଧାନସଭାର ବିଭିନ୍ନ ଗୃହ କମିଟିର ସଦସ୍ୟ ଭାବେ କାମ କରିଥିଲେ । ବିଜୟଶ୍ରୀ ରାଉତରାୟ ୧୯୫୩ ମସିହାରେ ଜନ୍ମଗ୍ରହଣ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର