ଶଙ୍ଖ ଭବନରେ ବିଜେଡିର ସାଂଗଠନିକ ବୈଠକ

Madhusudan Das Picture
Published On

ଭୁବନେଶ୍ୱର: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶଙ୍ଖ ଭବନରେ ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରତ୍ୟକ୍ଷ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିମାନଙ୍କ ସହିତ ଆଗାମୀ ଦିନର ସାଂଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ବୈଠକରେ ପ୍ରତ୍ୟେକ୍ଷ ଭାବରେ କନ୍ଧମାଳ ଜିଲ୍ଲାର ସାଂଗଠନିକ ସ୍ଥିତି ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲା ସଭାପତି ପଦ୍ମନାଭ ବେହେରା, ବିଧାୟକ ଚନ୍ଦ୍ରମଣୀ କହଁର, ପୂର୍ବତନ ବିଧାୟକ ସାଲୁଗା ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଓ ଫୁଲବାଣୀ ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁରଙ୍କ ଉପସ୍ଥିତିରେ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାରେ ଦଳୀୟ ସଂଗଠନକୁ ଅଧିକ ମଜଭୁତ ଓ କ୍ରିୟାଶୀଳ କରାଯିବା ଉପରେ ଆଲୋଚନା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ସେହିଭଳି ବୌଦ୍ଧ ଜିଲ୍ଲାର ସଭାପତି ମହିଧର ରଣା ଓ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସହିତ ଶ୍ରୀ ମିଶ୍ର ପ୍ରତ୍ୟକ୍ଷ ଭାବରେ ଆଲୋଚନା କରିଥିଲେ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଭିନ୍ନ ଜିଲ୍ଲାର ସଭାପତି ଅନୁଗୁଳର ବ୍ରଜ କିଶୋର ପ୍ରଧାନ, ବରଗଡ଼ର ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକର ଜଗନ୍ନାଥ ସ୍ୱାଇଁ, ବଲାଙ୍ଗିରର ସରୋଜ କୁମାର ମେହେର, କଟକର ପ୍ରଫୁଲ୍ଲ ସିଂ, ଦେବଗଡ଼ର ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଢେଙ୍କାନାଳର କାର୍ଯ୍ୟକାରୀ ସଭାପତି ସନ୍ଦୀପ ଷଡ଼ଙ୍ଗୀ, ଗଜପତିର ପ୍ରଦୀପ ନାୟକ, ଝାରସୁଗୁଡାର ହରିଶ ଗଣତ୍ରା, କଳହାଣ୍ଡିର ପ୍ରଦୀପ କୁମାର ଦିଶାରୀ, କେନ୍ଦ୍ରାପଡ଼ାର ଶିବ ପ୍ରସାଦ ଭୋଇ, କେନ୍ଦୁଝରର ଆଶିଷ ଚକ୍ରବର୍ତ୍ତୀ, କୋରାପୁଟର କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ବିଡିକା ଓ ଦୁର୍ଗା ମିଶ୍ର, ମାଲକାନଗିରିର ମାନସ ମାଡକାମୀ, ମୟୂରଭଞ୍ଜ-୧ର ସୁଦାମ ମାରାଣ୍ଡି, ମୟୂରଭଞ୍ଜ-୨ର ଦେବାଶିଷ ମାରାଣ୍ଡି, ନବରଙ୍ଗପୁରର ମନୋହର ରନ୍ଧାରୀ, ନୟାଗ?ର ରମେଶ ବେହେରା, ନୂଆପଡାର ଅବନୀ ରଞ୍ଜନ ଯୋଶୀ, ରାଉରକେଲାର ପ୍ରଦ୍ୟୁମ୍ନ ତ୍ରିପାଠୀ, ସମ୍ୱଲପୁରର ରୋହିତ ପୂଜାରୀ, ସୁବର୍ଣ୍ଣପୁରର ସରୋଜ କୁମାର କମ୍ପ, ସୁନ୍ଦରଗଡର ଯୋଗେଶ ସିଂ, ରାୟଗଡାର ଜଗନ୍ନାଥ ସାରକାଙ୍କ ସହ ସାଙ୍ଗଠନିକ ବିଷୟରେ ଆଲୋଚନା କରାଯିବା ସହିତ ବାକି ଥିବା ଜିଲ୍ଲା କମିଟି ଓ ବିଏଲ୍‌ଓଙ୍କ ନାମ ଦଳର ମୁଖ୍ୟାଳୟ (ଶଙ୍ଖ ଭବନ)ରେ ତୁରନ୍ତ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତ୍ୟେକ୍ଷ ଭାବରେ ଜଗତସିଂହପୁର ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କ ସହ ଦଳର ସାଧାରଣ ସମ୍ପାଦକ ଦେବେଶ ଆଚାର୍ଯ୍ୟ ଓ ବିଜୟ ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର