ଓଡ଼ିଶା ସରକାରଙ୍କ ଦୁର୍ନୀତିମୁକ୍ତ ନୀତି ବିଷୟରେ ଜାଣି କେନ୍ଦ୍ରମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ନିହାତି ଭାବରେ ଦୁଃଖ ଏବଂ ନିନ୍ଦନୀୟ କଥା: ସସ୍ମିତ୍‌ ପାତ୍ର

The Sakala Picture
Published On

ଭୁବନେଶ୍ୱର: ହାସ୍ୟାସ୍ପଦ ପାଲଟିଛି କେନ୍ଦ୍ରମନ୍ତ୍ରୀଙ୍କ କଥା । ଓଡ଼ିଶା ସରକାରଙ୍କ ଦୁର୍ନୀତିମୁକ୍ତ ନୀତି ବିଷୟରେ ଜାଣି ମଧ୍ୟ କେନ୍ଦ୍ରମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ନିହାତି ଭାବରେ ଦୁଃଖ ଏବଂ ନିନ୍ଦନୀୟ କଥା ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାସ୍ୟାସ୍ପଦ ଉକ୍ତି ଶୁଣି ଓଡ଼ିଶାବାସୀ ହସୁଛନ୍ତି । ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି ଆପଣେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତ ଅଭିଯୋଗ ପ୍ରମାଣିତ ହେବା ପରେ ୧୮୦ ଅଫିସର […]

ଭୁବନେଶ୍ୱର: ହାସ୍ୟାସ୍ପଦ ପାଲଟିଛି କେନ୍ଦ୍ରମନ୍ତ୍ରୀଙ୍କ କଥା । ଓଡ଼ିଶା ସରକାରଙ୍କ ଦୁର୍ନୀତିମୁକ୍ତ ନୀତି ବିଷୟରେ ଜାଣି ମଧ୍ୟ କେନ୍ଦ୍ରମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ନିହାତି ଭାବରେ ଦୁଃଖ ଏବଂ ନିନ୍ଦନୀୟ କଥା ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାସ୍ୟାସ୍ପଦ ଉକ୍ତି ଶୁଣି ଓଡ଼ିଶାବାସୀ ହସୁଛନ୍ତି । ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି ଆପଣେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତ ଅଭିଯୋଗ ପ୍ରମାଣିତ ହେବା ପରେ ୧୮୦ ଅଫିସର ଓ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର କିମ୍ବା ଚାକିରିରୁ ବିଦା କରାଯାଇଛି । କିନ୍ତୁ ରାଜ୍ୟରେ ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ରେଡକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମତକୁ ନେଇ ହସୁଛନ୍ତି ଓଡ଼ିଶାବାସୀ । ଧର୍ମେନ୍ଦ୍ରଙ୍କ ଏଭଳି ମତକୁ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଧର୍ମେନ୍ଦ୍ରଙ୍କ ବୟାନ ଆଶ୍ଚର୍ଯ୍ୟକର ବୋଲି ସସ୍ମିତ ପାତ୍ର କହିଛନ୍ତି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ ନୀତିକୁ ପ୍ରଶଂସା କରିବା ବଦଳରେ ଏଭଳି ବୟାନବାଜି କରି ରାଜନୀତି କରୁଛନ୍ତି ଧର୍ମେନ୍ଦ୍ର ପ୍ରଚାନ । ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ମଧ୍ୟ ଏହାକୁ ନେଇ ରାଜନୀତି କରିବା ହାସ୍ୟାସ୍ପଦ । ତାଳଚେର ଏମସିଏଲରେ କାହା ଛତ୍ରଛାୟା ତଳେ ଦୁର୍ନୀତି ଚାଲିଛି ତାହା ଓଡ଼ିଶାବାସୀ ଜାଣନ୍ତି ବୋଲି ସସ୍ମିତ ପାତ୍ର କହିଛନ୍ତି । କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପି ସରକାରର ଜଣେ ବିଧାୟକଙ୍କ ଘରୁ ୮ କୋଟି ଟଙ୍କା ନଗଦ ଧରାପଡ଼ିଥିଲା । ସେତେବେଳେ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଥିବା ଧର୍ମେନ୍ଦ୍ର ପ୍ରଧାନ କାହିଁକି ମୁହଁ ଖୋଲିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ତାହା କଣ ଦୁର୍ନୀତି ନଥିଲା ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

24 Jun 2023 By The Sakala

ଓଡ଼ିଶା ସରକାରଙ୍କ ଦୁର୍ନୀତିମୁକ୍ତ ନୀତି ବିଷୟରେ ଜାଣି କେନ୍ଦ୍ରମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ନିହାତି ଭାବରେ ଦୁଃଖ ଏବଂ ନିନ୍ଦନୀୟ କଥା: ସସ୍ମିତ୍‌ ପାତ୍ର

ଭୁବନେଶ୍ୱର: ହାସ୍ୟାସ୍ପଦ ପାଲଟିଛି କେନ୍ଦ୍ରମନ୍ତ୍ରୀଙ୍କ କଥା । ଓଡ଼ିଶା ସରକାରଙ୍କ ଦୁର୍ନୀତିମୁକ୍ତ ନୀତି ବିଷୟରେ ଜାଣି ମଧ୍ୟ କେନ୍ଦ୍ରମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ନିହାତି ଭାବରେ ଦୁଃଖ ଏବଂ ନିନ୍ଦନୀୟ କଥା ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାସ୍ୟାସ୍ପଦ ଉକ୍ତି ଶୁଣି ଓଡ଼ିଶାବାସୀ ହସୁଛନ୍ତି । ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି ଆପଣେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତ ଅଭିଯୋଗ ପ୍ରମାଣିତ ହେବା ପରେ ୧୮୦ ଅଫିସର ଓ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର କିମ୍ବା ଚାକିରିରୁ ବିଦା କରାଯାଇଛି । କିନ୍ତୁ ରାଜ୍ୟରେ ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ରେଡକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମତକୁ ନେଇ ହସୁଛନ୍ତି ଓଡ଼ିଶାବାସୀ । ଧର୍ମେନ୍ଦ୍ରଙ୍କ ଏଭଳି ମତକୁ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଧର୍ମେନ୍ଦ୍ରଙ୍କ ବୟାନ ଆଶ୍ଚର୍ଯ୍ୟକର ବୋଲି ସସ୍ମିତ ପାତ୍ର କହିଛନ୍ତି ।

ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ ନୀତିକୁ ପ୍ରଶଂସା କରିବା ବଦଳରେ ଏଭଳି ବୟାନବାଜି କରି ରାଜନୀତି କରୁଛନ୍ତି ଧର୍ମେନ୍ଦ୍ର ପ୍ରଚାନ । ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ମଧ୍ୟ ଏହାକୁ ନେଇ ରାଜନୀତି କରିବା ହାସ୍ୟାସ୍ପଦ । ତାଳଚେର ଏମସିଏଲରେ କାହା ଛତ୍ରଛାୟା ତଳେ ଦୁର୍ନୀତି ଚାଲିଛି ତାହା ଓଡ଼ିଶାବାସୀ ଜାଣନ୍ତି ବୋଲି ସସ୍ମିତ ପାତ୍ର କହିଛନ୍ତି । କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପି ସରକାରର ଜଣେ ବିଧାୟକଙ୍କ ଘରୁ ୮ କୋଟି ଟଙ୍କା ନଗଦ ଧରାପଡ଼ିଥିଲା । ସେତେବେଳେ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଥିବା ଧର୍ମେନ୍ଦ୍ର ପ୍ରଧାନ କାହିଁକି ମୁହଁ ଖୋଲିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ତାହା କଣ ଦୁର୍ନୀତି ନଥିଲା ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର