ସଂସଦରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ କରିବା ପାଇଁ ଦାବି ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର

The Sakala Picture
Published On

ନୂଆଦିଲ୍ଲୀ:ସଂସଦରେ ମହିଳା ସଂରକ୍ଷଣ ବିଲ ଗୃହୀତ କରିବାକୁ ରାଜ୍ୟସଭାରେ ଦାବି ଉଠାଇଲେ ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର । ଏହି ବିଲ୍ ଗୃହୀତ ହେଲେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ହେବ ବୋଲି ସେ କହିଛନ୍ତି । ଭାରତ ସ୍ବାଧୀନତାର ଅମୃତ ମହୋତ୍ସବ ପାଳୁଥିବା ବେଳେ ଏହି ପ୍ରସ୍ତାବ ଗୃହୀତ କରିବା ପାଇଁ ଏକ ବଡ଼ ସୁଯୋଗ ରହିଛି । ମହିଳା ସଂରକ୍ଷଣ ବିଲ୍ ଗୃହୀତ କରି ବିଶ୍ବରେ ଭାରତ ଏକ […]

ନୂଆଦିଲ୍ଲୀ:ସଂସଦରେ ମହିଳା ସଂରକ୍ଷଣ ବିଲ ଗୃହୀତ କରିବାକୁ ରାଜ୍ୟସଭାରେ ଦାବି ଉଠାଇଲେ ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର । ଏହି ବିଲ୍ ଗୃହୀତ ହେଲେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ହେବ ବୋଲି ସେ କହିଛନ୍ତି । ଭାରତ ସ୍ବାଧୀନତାର ଅମୃତ ମହୋତ୍ସବ ପାଳୁଥିବା ବେଳେ ଏହି ପ୍ରସ୍ତାବ ଗୃହୀତ କରିବା ପାଇଁ ଏକ ବଡ଼ ସୁଯୋଗ ରହିଛି । ମହିଳା ସଂରକ୍ଷଣ ବିଲ୍ ଗୃହୀତ କରି ବିଶ୍ବରେ ଭାରତ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିବ ବୋଲି ସସ୍ମିତ ଗୃହରେ କହିଥିଲେ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ସରବାହାଲ ସ୍ଥିତ ସପିଂ ମଲ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଏହି ବିଲ୍ ୬୬କୋଟି ମହିଳାଙ୍କ ସଶକ୍ତିକରଣରେ ଇତିହାସ ସୃଷ୍ଟି କରିବ । ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କଲେ ମହିଳାଙ୍କୁ ନେତୃତ୍ବ ଦେବା କ୍ଷେତ୍ରରେ ନୂଆ ମାଇଲଷ୍ଟୋନ ସ୍ଥାପନ କରିପାରିବା । ଦୀର୍ଘ ବର୍ଷ ହେଲା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ ବିଲ ସଂସଦରେ ପାରିତ କରିବାକୁ ଦାବି କରିଆସୁଛନ୍ତି । ୨୦୧୮ରେ ବିଜେଡି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳ ୨୨ଟି ରାଜନୈତିକ ଦଳକୁ ଭେଟି ଏହି ବିଲ୍ କୁ ସମର୍ଥନ କରିବା ପାଇଁ ଅପିଲ କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ପକ୍ଷରୁ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଅନୁଗୋଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ

15 Dec 2022 By The Sakala

ସଂସଦରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ କରିବା ପାଇଁ ଦାବି ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ:ସଂସଦରେ ମହିଳା ସଂରକ୍ଷଣ ବିଲ ଗୃହୀତ କରିବାକୁ ରାଜ୍ୟସଭାରେ ଦାବି ଉଠାଇଲେ ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର । ଏହି ବିଲ୍ ଗୃହୀତ ହେଲେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ ହେବ ବୋଲି ସେ କହିଛନ୍ତି । ଭାରତ ସ୍ବାଧୀନତାର ଅମୃତ ମହୋତ୍ସବ ପାଳୁଥିବା ବେଳେ ଏହି ପ୍ରସ୍ତାବ ଗୃହୀତ କରିବା ପାଇଁ ଏକ ବଡ଼ ସୁଯୋଗ ରହିଛି । ମହିଳା ସଂରକ୍ଷଣ ବିଲ୍ ଗୃହୀତ କରି ବିଶ୍ବରେ ଭାରତ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିବ ବୋଲି ସସ୍ମିତ ଗୃହରେ କହିଥିଲେ।

ଏହି ବିଲ୍ ୬୬କୋଟି ମହିଳାଙ୍କ ସଶକ୍ତିକରଣରେ ଇତିହାସ ସୃଷ୍ଟି କରିବ । ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କଲେ ମହିଳାଙ୍କୁ ନେତୃତ୍ବ ଦେବା କ୍ଷେତ୍ରରେ ନୂଆ ମାଇଲଷ୍ଟୋନ ସ୍ଥାପନ କରିପାରିବା । ଦୀର୍ଘ ବର୍ଷ ହେଲା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ ବିଲ ସଂସଦରେ ପାରିତ କରିବାକୁ ଦାବି କରିଆସୁଛନ୍ତି । ୨୦୧୮ରେ ବିଜେଡି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳ ୨୨ଟି ରାଜନୈତିକ ଦଳକୁ ଭେଟି ଏହି ବିଲ୍ କୁ ସମର୍ଥନ କରିବା ପାଇଁ ଅପିଲ କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ପକ୍ଷରୁ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର