ରାଜ୍ୟସଭାରେ ପୁଣି ଓଡିଶାର ହକ୍ ମାଗି ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି କଲା ବିଜେଡି

The Sakala Picture
Published On

ଭୁବନେଶ୍ବର: ଓଡିଶାକୁ ମିଳୁ ସ୍ବତନ୍ତ୍ର ରାଜ୍ୟପାହ୍ୟାର ମାନ୍ୟତା । ଏନେଇ ରାଜ୍ୟସଭାରେ ପୁଣି ଓଡିଶାର ହକ୍ ମାଗି ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି କରିଛି ବିଜେଡି । ଦଳୀୟ ସାଂସଦ ସସ୍ମିତ ପାତ୍ର ବଜେଟ ସଂପର୍କୀତ ବିତର୍କରେ ଅଂଶ ଗ୍ରହଣ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ଶିକାର ହେଉଥିବା ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦେବାକୁ ରାଜ୍ୟବାସୀ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି । ହେଲେ କେନ୍ଦ୍ର ସରକାର ସେ ଦିଗରେ କର୍ଣ୍ଣପାତ କରୁନାହାଁନ୍ତି । […]

ଭୁବନେଶ୍ବର: ଓଡିଶାକୁ ମିଳୁ ସ୍ବତନ୍ତ୍ର ରାଜ୍ୟପାହ୍ୟାର ମାନ୍ୟତା । ଏନେଇ ରାଜ୍ୟସଭାରେ ପୁଣି ଓଡିଶାର ହକ୍ ମାଗି ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି କରିଛି ବିଜେଡି । ଦଳୀୟ ସାଂସଦ ସସ୍ମିତ ପାତ୍ର ବଜେଟ ସଂପର୍କୀତ ବିତର୍କରେ ଅଂଶ ଗ୍ରହଣ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ଶିକାର ହେଉଥିବା ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦେବାକୁ ରାଜ୍ୟବାସୀ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି । ହେଲେ କେନ୍ଦ୍ର ସରକାର ସେ ଦିଗରେ କର୍ଣ୍ଣପାତ କରୁନାହାଁନ୍ତି । ଏହାସହ ଅତ୍ୟାବଶ୍ୟକ ଦ୍ରବ୍ୟର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ମଧ୍ୟ ରାଜ୍ୟସଭାରେ ଉଠାଇଛନ୍ତି ସସ୍ମିତ । ଗୋଟିଏ ପଟେ ଖାଦ୍ୟ ପଦାର୍ଥର ଆକାଶଛୁଆଁ ଦର ବୃଦ୍ଧି ହୋଇଥିବା ବେଳେ, ବେକାରୀ ଓ କର ବୋଝ ସାଧାରଣ ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଇଛି । ଦରଦାମ ନିୟନ୍ତ୍ରଣକୁ ଆଣିବାକୁ ସେ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

କୋଇଲା ରୟାଲଟି ଓ ଗ୍ରୀନ୍ ଟ୍ୟାକ୍ସ କ୍ଷେତ୍ରରେ ସଂସ୍କାର ଅଣାଯିବା ସହ, ଓଡିଶାର ଯେଉଁ ଜିଲ୍ଲା ଗୁଡିକରେ କୋଇଲା ଖଣି ରହିଛି, ସେହି ଜିଲ୍ଲାଗୁଡିକୁ ପର୍ଯ୍ୟାପ୍ତ ପରିମାଣର ଆଞ୍ଚଳିକ ବିକାଶ ପାଣ୍ଠି ଯୋଗାଇ ଦିଆଯାଉନାହିଁ । କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସସ୍ମିତ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ପୁରୀ ବିମାନବନ୍ଦର କାର୍ଯ୍ୟକ୍ଷମ ପ୍ରସଙ୍ଗ: ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ ବାଆଁରେଇଲେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ

27 Mar 2025 By The Sakala

ରାଜ୍ୟସଭାରେ ପୁଣି ଓଡିଶାର ହକ୍ ମାଗି ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି କଲା ବିଜେଡି

ଭୁବନେଶ୍ବର: ଓଡିଶାକୁ ମିଳୁ ସ୍ବତନ୍ତ୍ର ରାଜ୍ୟପାହ୍ୟାର ମାନ୍ୟତା । ଏନେଇ ରାଜ୍ୟସଭାରେ ପୁଣି ଓଡିଶାର ହକ୍ ମାଗି ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି କରିଛି ବିଜେଡି । ଦଳୀୟ ସାଂସଦ ସସ୍ମିତ ପାତ୍ର ବଜେଟ ସଂପର୍କୀତ ବିତର୍କରେ ଅଂଶ ଗ୍ରହଣ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ଶିକାର ହେଉଥିବା ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦେବାକୁ ରାଜ୍ୟବାସୀ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି । ହେଲେ କେନ୍ଦ୍ର ସରକାର ସେ ଦିଗରେ କର୍ଣ୍ଣପାତ କରୁନାହାଁନ୍ତି । ଏହାସହ ଅତ୍ୟାବଶ୍ୟକ ଦ୍ରବ୍ୟର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ମଧ୍ୟ ରାଜ୍ୟସଭାରେ ଉଠାଇଛନ୍ତି ସସ୍ମିତ । ଗୋଟିଏ ପଟେ ଖାଦ୍ୟ ପଦାର୍ଥର ଆକାଶଛୁଆଁ ଦର ବୃଦ୍ଧି ହୋଇଥିବା ବେଳେ, ବେକାରୀ ଓ କର ବୋଝ ସାଧାରଣ ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଇଛି । ଦରଦାମ ନିୟନ୍ତ୍ରଣକୁ ଆଣିବାକୁ ସେ ଦାବି କରିଛନ୍ତି ।

କୋଇଲା ରୟାଲଟି ଓ ଗ୍ରୀନ୍ ଟ୍ୟାକ୍ସ କ୍ଷେତ୍ରରେ ସଂସ୍କାର ଅଣାଯିବା ସହ, ଓଡିଶାର ଯେଉଁ ଜିଲ୍ଲା ଗୁଡିକରେ କୋଇଲା ଖଣି ରହିଛି, ସେହି ଜିଲ୍ଲାଗୁଡିକୁ ପର୍ଯ୍ୟାପ୍ତ ପରିମାଣର ଆଞ୍ଚଳିକ ବିକାଶ ପାଣ୍ଠି ଯୋଗାଇ ଦିଆଯାଉନାହିଁ । କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସସ୍ମିତ ଦାବି କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର