ହୋ, ମୁଣ୍ଡାରୀ ଓ ଭୂମିଜ ଜନଜାତୀୟ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ପାଇଁ ପୁଣି ସ୍ୱର ଶାଣିତ କଲେ ବିଜେଡି ସାଂସଦ

The Sakala Picture
Published On

ଭୁବନେଶ୍ବର: ସଂସଦରେ ପୁଣି ଥରେ ଓଡିଶା ଜନଜାତିଙ୍କ ସ୍ୱାର୍ଥରେ ସ୍ୱର ଶାଣିତ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ହୋ, ଭୂମିଜ, ମୁଣ୍ଡାରୀ, ସୌରା ଓ କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ପାଇଁ ରାଜ୍ୟସଭାରେ ଉଠାଇଲେ ଦାବି । ଏକ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ରାଜ୍ୟସଭାରେ ଏହି ଦାବି ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଓଡିଶା ସରକାର ଓ ରାଜ୍ୟ କ୍ୟାବିନେଟରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇ ବାରମ୍ବାର ଏହି ପାଂଚଟି […]

ଭୁବନେଶ୍ବର: ସଂସଦରେ ପୁଣି ଥରେ ଓଡିଶା ଜନଜାତିଙ୍କ ସ୍ୱାର୍ଥରେ ସ୍ୱର ଶାଣିତ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ହୋ, ଭୂମିଜ, ମୁଣ୍ଡାରୀ, ସୌରା ଓ କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ପାଇଁ ରାଜ୍ୟସଭାରେ ଉଠାଇଲେ ଦାବି । ଏକ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ରାଜ୍ୟସଭାରେ ଏହି ଦାବି ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଓଡିଶା ସରକାର ଓ ରାଜ୍ୟ କ୍ୟାବିନେଟରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇ ବାରମ୍ବାର ଏହି ପାଂଚଟି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ପାଇଁ ଦାବି କରାଯାଉଥିବା ବେଳେ କେନ୍ଦ୍ର ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଓଡିଶାର ଏହି ଦାବିକୁ କେନ୍ଦ୍ର ସରକାର ସହୃଦୟତାର ସହ ବିଚାର କରିବାକୁ ପୁଣିଥରେ ଦାବି କରିଛନ୍ତି ସସ୍ମିତ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଭାଷା ହେଉଛି ଗୋଟିଏ ଜାତିର ପରିଚୟ । ଓଡିଶା ଭଳି ରାଜ୍ୟରେ ଯେଉଁଠି ୨୨.୮୫ ପ୍ରତିଶତ ଜନଜାତି, ୬୨ ପ୍ରକାର ଆଦିବାସୀ ସମ୍ପ୍ରଦାୟ ଓ ୧୩ ଆଦିମ ଜନଜାତି ଅଛନ୍ତି ସେଠାରେ ହୋ, ମୁଣ୍ଡାରୀ, ଭୂମିଜ, ସୌରା ଓ କୁଇ ଭାଷାକୁ ସମ୍ବିଧାନରେ ସାମିଲ କରାଗଲେ ଏହିସବୁ ସମ୍ପ୍ରଦାୟର ଦୀର୍ଘଦିନ ଦାବି ପୂରଣ ହୋଇପାରିବ । ଆଧିବାସୀ ସମ୍ପ୍ରଦାୟର ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ରାଜ୍ୟ ସରକାର ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଏହା ବେଶ ଫଳପ୍ରଦ ମଧ୍ୟ ହୋଇଛି । ତେବେ ଏହି ପାଂଚଟି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଗଲେ ସେମାନଙ୍କ ପରିଚୟର ସୁରକ୍ଷା ସାଙ୍ଗକୁ ଓଡିଶା ଓ ଅନ୍ୟ ରାଜ୍ୟରେ ମଧ୍ୟ ଏହିସବୁ ଜନଜାତିର ବିକାଶକୁ ସୁନିଶ୍ଚିତ କରାଯାଇପାରିବ ବୋଲି ବିଜେଡି ସାଂସଦ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ପୂର୍ବରୁ ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଇଛି । ସଂସଦ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗର ସମାଧାନ କରିବାକୁ ବିଜେଡି ସଂସଦୀୟ ନେତାମାନେ ଦାବି ଉପସ୍ଥାପନ କରିଥିଲେ। ଏହାସହ ହୋ, ମୁଣ୍ଡାରୀ ସୌରା ଏବଂ ଭୂମିଜ୍‌ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ଦୀର୍ଘ ଦିନ ହେଲା ଦାବି କରିଆସୁଛନ୍ତି ଓଡିଶା ସରକାର ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର