ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଶୂନ୍ୟକାଳରେ କୋଷ୍ଟାଲ ହାଇୱେ ପ୍ରସଙ୍ଗ ଉଠାଇବା ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ କେବେ ଆସିବ ବୋଲି ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

ନୂଆଦିଲ୍ଲୀ: ଶୂନ୍ୟକାଳରେ କୋଷ୍ଟାଲ ହାଇୱେ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । ଉପକୂଳ ରାଜପଥର ଷ୍ଟାଟସ କଣ ବୋଲି ପଚାରିବା ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ କେବେ ଆସିବ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ଓଡ଼ିଶାରେ ୪୮୦ କିଲୋମିଟରର ସୁଦୀର୍ଘ ବେଳାଭୂମି ଥିବାବେଳେ ୨୦୧୫ ମସିହାରେ ୩୪୬ କିଲୋମିଟରର ଉପକୂଳ ରାଜପଥ ନିର୍ମାଣ ନେଇ ଘୋଷଣା କରିଥିଲା କେନ୍ଦ୍ର । ଏହା ଭିତରେ ୮ ବର୍ଷ ବିତିଯାଇଥିଲେ ସୁଦ୍ଧା ୭ […]

ନୂଆଦିଲ୍ଲୀ: ଶୂନ୍ୟକାଳରେ କୋଷ୍ଟାଲ ହାଇୱେ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । ଉପକୂଳ ରାଜପଥର ଷ୍ଟାଟସ କଣ ବୋଲି ପଚାରିବା ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ କେବେ ଆସିବ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ଓଡ଼ିଶାରେ ୪୮୦ କିଲୋମିଟରର ସୁଦୀର୍ଘ ବେଳାଭୂମି ଥିବାବେଳେ ୨୦୧୫ ମସିହାରେ ୩୪୬ କିଲୋମିଟରର ଉପକୂଳ ରାଜପଥ ନିର୍ମାଣ ନେଇ ଘୋଷଣା କରିଥିଲା କେନ୍ଦ୍ର ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଏହା ଭିତରେ ୮ ବର୍ଷ ବିତିଯାଇଥିଲେ ସୁଦ୍ଧା ୭ ଉପକୂଳ ଜିଲ୍ଲାକୁ ଯୋଡିବାକୁ ଥିବା ଏହି ପ୍ରସ୍ତାବିତ ରାଜପଥର କାମ ଏଯାଏଁ ଆରମ୍ଭ ହୋଇପାରିଲାନି । ଏହି ପ୍ରକଳ୍ପ ଦ୍ବାରା ରାଜ୍ୟର ବହୁବିଧ ବିକାଶ ହେବା ସହ ବାଣିଜ୍ୟ, ପର୍ଯ୍ୟଟନ, ଯୋଗାଯୋଗ ଏବଂ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସିବ । କିନ୍ତୁ ଏହା ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ଅବସ୍ଥାରେ ଆସି ପହଞ୍ଚିଯାଇଛି । ଏହି ୩୪୬ କିଲୋମିଟର ରାସ୍ତାକୁ ଦୁଇ ଥାକରେ କରାଯିବ ବୋଲି ପ୍ଲାନ ହୋଇଛି । ଖୋର୍ଦ୍ଧା ରାମେଶ୍ବରରୁ ପୁରୀ ରତନପୁର ଏବଂ ରତନପୁରରୁ ବାଲେଶ୍ବରର ଦୀଘା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସିମେଣ୍ଟ ମିକ୍ସଚର ଟ୍ରକ୍ ଧକ୍କାରେ ବାପା ଓ ଝିଅଙ୍କ ମୃତ୍ୟୁ

ଏହାକୁ ୪ଟି ପ୍ୟାକେଜରେ କରାଯିବାକୁ ମଧ୍ୟ ଯୋଜନା ହୋଇଥିଲା । ଯାହା ମଧ୍ୟରୁ ପ୍ରଥମ ଦୁଇଟି ପ୍ୟାକେଜକୁ ବିନା କୌଣସି କାରଣରେ ବାତିଲ କରାଯାଇଥିଲା । ବାକି ଦୁଇଟି ପ୍ୟାକେଜକୁ କ୍ଲିଅରାନ୍ସ ମିଳିଥିବାବେଳେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ମଂଜୁରୀକୁ ନେଇ ପ୍ରକଳ୍ପ ପଡିରହିଥିଲା । କିନ୍ତୁ ଅଗଷ୍ଟ ୨୦୨୩ରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଗ୍ରୀନ ସିଗନାଲ ପରେ ବି କେନ୍ଦ୍ର ସରକାର ପ୍ରକଳ୍ପ ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରୁନଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଯଥା ଶୀଘ୍ର ଏହାର ଆରମ୍ଭ ସହ କାମ ସାରିବା ପାଇଁ ଗୃହରେ ଦାବି ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ମୋହନ ସରକାରକୁ ପୂରିଲା ୨ ବର୍ଷ: ଲୋକପ୍ରିୟତା ତଉଲିବ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ

07 Dec 2023 By The Sakala

ଶୂନ୍ୟକାଳରେ କୋଷ୍ଟାଲ ହାଇୱେ ପ୍ରସଙ୍ଗ ଉଠାଇବା ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ କେବେ ଆସିବ ବୋଲି ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ଶୂନ୍ୟକାଳରେ କୋଷ୍ଟାଲ ହାଇୱେ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । ଉପକୂଳ ରାଜପଥର ଷ୍ଟାଟସ କଣ ବୋଲି ପଚାରିବା ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ କେବେ ଆସିବ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ଓଡ଼ିଶାରେ ୪୮୦ କିଲୋମିଟରର ସୁଦୀର୍ଘ ବେଳାଭୂମି ଥିବାବେଳେ ୨୦୧୫ ମସିହାରେ ୩୪୬ କିଲୋମିଟରର ଉପକୂଳ ରାଜପଥ ନିର୍ମାଣ ନେଇ ଘୋଷଣା କରିଥିଲା କେନ୍ଦ୍ର ।

ଏହା ଭିତରେ ୮ ବର୍ଷ ବିତିଯାଇଥିଲେ ସୁଦ୍ଧା ୭ ଉପକୂଳ ଜିଲ୍ଲାକୁ ଯୋଡିବାକୁ ଥିବା ଏହି ପ୍ରସ୍ତାବିତ ରାଜପଥର କାମ ଏଯାଏଁ ଆରମ୍ଭ ହୋଇପାରିଲାନି । ଏହି ପ୍ରକଳ୍ପ ଦ୍ବାରା ରାଜ୍ୟର ବହୁବିଧ ବିକାଶ ହେବା ସହ ବାଣିଜ୍ୟ, ପର୍ଯ୍ୟଟନ, ଯୋଗାଯୋଗ ଏବଂ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସିବ । କିନ୍ତୁ ଏହା ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ଅବସ୍ଥାରେ ଆସି ପହଞ୍ଚିଯାଇଛି । ଏହି ୩୪୬ କିଲୋମିଟର ରାସ୍ତାକୁ ଦୁଇ ଥାକରେ କରାଯିବ ବୋଲି ପ୍ଲାନ ହୋଇଛି । ଖୋର୍ଦ୍ଧା ରାମେଶ୍ବରରୁ ପୁରୀ ରତନପୁର ଏବଂ ରତନପୁରରୁ ବାଲେଶ୍ବରର ଦୀଘା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ।

ଏହାକୁ ୪ଟି ପ୍ୟାକେଜରେ କରାଯିବାକୁ ମଧ୍ୟ ଯୋଜନା ହୋଇଥିଲା । ଯାହା ମଧ୍ୟରୁ ପ୍ରଥମ ଦୁଇଟି ପ୍ୟାକେଜକୁ ବିନା କୌଣସି କାରଣରେ ବାତିଲ କରାଯାଇଥିଲା । ବାକି ଦୁଇଟି ପ୍ୟାକେଜକୁ କ୍ଲିଅରାନ୍ସ ମିଳିଥିବାବେଳେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ମଂଜୁରୀକୁ ନେଇ ପ୍ରକଳ୍ପ ପଡିରହିଥିଲା । କିନ୍ତୁ ଅଗଷ୍ଟ ୨୦୨୩ରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଗ୍ରୀନ ସିଗନାଲ ପରେ ବି କେନ୍ଦ୍ର ସରକାର ପ୍ରକଳ୍ପ ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରୁନଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଯଥା ଶୀଘ୍ର ଏହାର ଆରମ୍ଭ ସହ କାମ ସାରିବା ପାଇଁ ଗୃହରେ ଦାବି ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର