ଓଡ଼ିଆ ଭାଷା ପ୍ରତି କେନ୍ଦ୍ରର ନ୍ୟୁନ ଭାବନାକୁ ନେଇ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

ନୂଆଦିଲ୍ଲୀ: ଓଡ଼ିଆ ଭାଷା ପ୍ରତି କେନ୍ଦ୍ରର ନ୍ୟୁନ ଭାବନାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଶ୍ରୀ ମଙ୍ଗରାଜ କହିଛନ୍ତି, ଭାରତର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ। ଏପରିକି ହିନ୍ଦୀ ଓ ବଙ୍ଗଳା ଭାଷାକୁ ମଧ୍ୟ ଏହି ମାନ୍ୟତା ମିଳିନାହିଁ। ମାତ୍ର ଦୁର୍ଭାଗ୍ୟର ବିଷୟ ହେଲା, ଓଡ଼ିଆ ଭାଷାର ଉନ୍ନତି ଲାଗି କେନ୍ଦ୍ର ସରକାର ଆଦୌ ଯତ୍ନବାନ ନୁହନ୍ତି। ୨୦୧୯-୨୦ ବର୍ଷରେ ଓଡ଼ିଆ ଭାଷା ପାଇଁ କେନ୍ଦ୍ରରୁ ଟଙ୍କାଟିଏ […]

ନୂଆଦିଲ୍ଲୀ: ଓଡ଼ିଆ ଭାଷା ପ୍ରତି କେନ୍ଦ୍ରର ନ୍ୟୁନ ଭାବନାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଶ୍ରୀ ମଙ୍ଗରାଜ କହିଛନ୍ତି, ଭାରତର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡ଼ିଆ ଅନ୍ୟତମ। ଏପରିକି ହିନ୍ଦୀ ଓ ବଙ୍ଗଳା ଭାଷାକୁ ମଧ୍ୟ ଏହି ମାନ୍ୟତା ମିଳିନାହିଁ। ମାତ୍ର ଦୁର୍ଭାଗ୍ୟର ବିଷୟ ହେଲା, ଓଡ଼ିଆ ଭାଷାର ଉନ୍ନତି ଲାଗି କେନ୍ଦ୍ର ସରକାର ଆଦୌ ଯତ୍ନବାନ ନୁହନ୍ତି। ୨୦୧୯-୨୦ ବର୍ଷରେ ଓଡ଼ିଆ ଭାଷା ପାଇଁ କେନ୍ଦ୍ରରୁ ଟଙ୍କାଟିଏ ମଧ୍ୟ ମିଳି ନ ଥିବାବେଳେ ପରବର୍ତ୍ତୀ ୩ ବର୍ଷ ହେଲା ନଗଣ୍ୟ ଅନୁଦାନ ମିଳିଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଦେଶର ଅନ୍ୟ ଭାଷାଗୁଡ଼ିକ ତୁଳନାରେ ଓଡ଼ିଆ ଭାଷାକୁ କେନ୍ଦ୍ର ସରକାରଙ୍କ ଏତେ ଅବହେଳା କାହିଁକି? ସଂସ୍କୃତ ଭାଷାକୁ ଏତେ ଅଧିକ ଅନୁଦାନ ଦେଉଥିବା କେନ୍ଦ୍ର ପାଇଁ ଓଡ଼ିଆ ଭାଷା କଣ ସାବତ ପୁଅ ? ନିକଟରେ ରାଜ୍ୟସଭାରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଏ ପ୍ରସଙ୍ଗ ଉଠାଇଥିଲେ ମଧ୍ୟ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ କୌଣସି ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ସବୁଠାରୁ ବଡ଼ ଦୁର୍ଭାଗ୍ୟର କଥା ହେଲା, ଖୋଦ୍‌ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଜଣେ ଓଡ଼ିଆ ହୋଇଥିଲେ ମଧ୍ୟ ସେ ଓଡ଼ିଆ ଭାଷାକୁ ଅଣଦେଖା କରି ଆସୁଛନ୍ତି। ଅଥଚ ଓଡ଼ିଶାରୁ କୋଟିଆ ଚାଲିଗଲା ବୋଲି ମିଥ୍ୟା ପ୍ରଚାର କରି ନାଟକବାଜି କରୁଛନ୍ତି। ଏଥିରୁ ଜଣାପଡୁଛି ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଓଡ଼ିଶା ବିଜେପି ନେତାମାନଙ୍କ ମନରେ ଓଡ଼ିଶା ଏବଂ ଓଡ଼ିଆ ଭାଷା ପ୍ରତି ତିଳେ ବି ଦରଦ ନାହିଁ ବୋଲି କହିଛନ୍ତି ମାନସ ମଙ୍ଗରାଜ ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର