ସଂସଦରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପ୍ରସଙ୍ଗ ଉଠାଇଲେ ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

ଭୁବନେଶ୍ବର: ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ଅଧିକ ଗବେଷଣା ପାଇଁ କି ପଦକ୍ଷେ ନେଇଛନ୍ତି କେନ୍ଦ୍ର ସରକାର । ଏନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ବିଜେଡି ସାଂସଦଙ୍କ ଲିକ୍ଷିତ ପ୍ରଶ୍ନର ଉତର ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଏକ ଜାତୀୟ ଐତିହ୍ୟ। ଏହାର ସଂରକ୍ଷଣ ଦାୟିତ୍ୱ ଏଏସଆଇକୁ ଦିଆଯାଇଛି। ଗତ ୨୦୨୨ ଏପ୍ରିଲରୁ […]

ଭୁବନେଶ୍ବର: ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ଅଧିକ ଗବେଷଣା ପାଇଁ କି ପଦକ୍ଷେ ନେଇଛନ୍ତି କେନ୍ଦ୍ର ସରକାର । ଏନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ବିଜେଡି ସାଂସଦଙ୍କ ଲିକ୍ଷିତ ପ୍ରଶ୍ନର ଉତର ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଏକ ଜାତୀୟ ଐତିହ୍ୟ। ଏହାର ସଂରକ୍ଷଣ ଦାୟିତ୍ୱ ଏଏସଆଇକୁ ଦିଆଯାଇଛି। ଗତ ୨୦୨୨ ଏପ୍ରିଲରୁ ଏର୍ଯ୍ୟନ୍ତ ପୂର୍ବାଞ୍ଚଳ ଜୋନାଲ ସାଂସ୍କୃତି କେନ୍ଦ୍ର ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହାସହ ଓଡିଶୀ ଓ ଗୋଟିପୁଅ ନୃତ୍ୟି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଏହିସବୁ କାର୍ଯ୍ୟକ୍ରମରେ ୧୮୦ରୁ ଅଧିକ କଳାକାର ଉପକୃତ ହୋଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ୪୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସେହିପରି, ଓଡିଶାରେ ବାତ୍ୟା ଆଗୁଆ ଆକଳନ ଓ ଦୂରୀକରଣ ନେଇ ରାଜ୍ୟସଭାରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସାସଂଦ ମାନସ ରଂଜନ ମଙ୍ଗରାଜ। ବାତ୍ୟା ପ୍ରଭାବିତ ଜିଲ୍ଲା ମାନଙ୍କରେ ପ୍ରାରମ୍ଭିକ ଚେତାବନୀ ଓ ବିପର୍ଯ୍ୟୟ ମୁକାବିଲା ପାଇଁ କ’ଣ ସବୁ ପଦକ୍ଷେ ନିଆଯାଇଛି ବୋଲି ସେ ପଚାରିଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ଏହାର ଉତ୍ତରରେ କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଓଡିଶାରେ ସର୍ଫେସ ମନିଟରିଂ ସିଷ୍ଟମ ନେଟୱର୍କ ଅଧିନରେ ୩୯ ଟି ମାନବ ପର୍ଯ୍ୟବେକ୍ଷଣ କେନ୍ଦ୍ର ଅଛି। ସେହିଭଳି ୨୯ଟି ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଓ ୧୩୬ ଟି ଅଟୋମେଟେଡ ରେନଗେଜ ଷ୍ଟେସନ ଅଛି। ପାରାଦ୍ୱୀପ ଓ ଗୋପାଳପୁରରେ ଦୁଇଟି ରାଡାର ୨୪ ଘଣ୍ଟିା କାର୍ଯ୍ୟକ୍ଷମ ଅଛି। ସେହିଭଳି ଉଚ୍ଚ ପବନର ଗତି ରେକର୍ଡ ନେଟୱର୍କ ପାଇଁ ଏଚଡବ୍ଲୁଏସଆର ସିଷ୍ଟମ ୬ଟି ଅଛି । ଯାହା ସମଗ୍ର ଉପକୂଳ ଓଡିଶାକୁ ଆଛାଦିତ କରୁଛି । ୪ ଟି ବିମାନ ଚଳାଚଳ ପର୍ଯ୍ୟବେକ୍ଷଣକାରୀ ଷ୍ଟେସନ ଓ ଗୋଟିଏ ଏରୋଡ୍ରୋମ ପାଣିପାଗ କାର୍ଯ୍ୟାଳୟ ମଧ୍ୟ ଅଛ । ଏଥିସହ ୪ଟି ଆଭିଏସନ ୱେଦର ଅଟୋମେଟିକ ଷ୍ଟେସନ ଓ ଦୁଇଟି ମାନବ ଚାଳିତ ପର୍ଯ୍ୟବେକ୍ଷଣ ସେଂଟର ଅଛି ବୋଲି ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର