ରାଜ୍ୟସଭାରେ ଜୟପୁର ଓ ଉତକେଲା ବିମାନବନ୍ଦରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

ନୂଆଦିଲ୍ଲୀ: ବିମାନସେବା କ୍ଷେତ୍ରରେ ଓଡ଼ିଶା ଦେଶରେ ଅନ୍ୟତମ ପଛୁଆ ରାଜ୍ୟ। ଅନ୍ୟ ରାଜ୍ୟଗୁଡ଼ିକର ଛୋଟଛୋଟ ଅଞ୍ଚଳକୁ ବିମାନ ସେବା ଆରମ୍ଭ ହୋଇଥିଲେ ମଧ୍ୟ ଓଡ଼ିଶାକୁ ଅନୁରୂପ ସେବା ମିଳିପାରି ନାହିଁ। ବିଶେଷକରି ‘ଉଡ଼ାନ’ ଯୋଜନାରେ ଓଡ଼ିଶାର ଜୟପୁର, ଉତ୍‍କେଲା, ରାଉରକେଲା ଆଦି ଅଞ୍ଚଳକୁ ସାମିଲ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଦୀର୍ଘ ଦିନ ହେଲା କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାବାସୀ ବିମାନ ସେବା ଆରମ୍ଭ ହେବାକୁ ଚାହିଁ ବସିଛନ୍ତି। […]

ନୂଆଦିଲ୍ଲୀ: ବିମାନସେବା କ୍ଷେତ୍ରରେ ଓଡ଼ିଶା ଦେଶରେ ଅନ୍ୟତମ ପଛୁଆ ରାଜ୍ୟ। ଅନ୍ୟ ରାଜ୍ୟଗୁଡ଼ିକର ଛୋଟଛୋଟ ଅଞ୍ଚଳକୁ ବିମାନ ସେବା ଆରମ୍ଭ ହୋଇଥିଲେ ମଧ୍ୟ ଓଡ଼ିଶାକୁ ଅନୁରୂପ ସେବା ମିଳିପାରି ନାହିଁ। ବିଶେଷକରି ‘ଉଡ଼ାନ’ ଯୋଜନାରେ ଓଡ଼ିଶାର ଜୟପୁର, ଉତ୍‍କେଲା, ରାଉରକେଲା ଆଦି ଅଞ୍ଚଳକୁ ସାମିଲ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଦୀର୍ଘ ଦିନ ହେଲା କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାବାସୀ ବିମାନ ସେବା ଆରମ୍ଭ ହେବାକୁ ଚାହିଁ ବସିଛନ୍ତି। ଏଏଆଇ ଅଧିକାରୀ ବାରମ୍ବାର କ୍ଷେତ୍ର ପରିଦର୍ଶନ କରି ଶୀଘ୍ର ବିମାନ ସେବା ଆରମ୍ଭ ହେବ ବୋଲି କହୁଛନ୍ତି। କିନ୍ତୁ ଅଜ୍ଞାତ କାରଣ ପାଇଁ ଦୁଇ ଜିଲ୍ଲାରୁ ବିମାନ ସେବା ଆରମ୍ଭ ହୋଇପାରୁ ନାହିଁ। ଏହି ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ଉଦ୍‍ବେଗ ପ୍ରକାଶ କରିଛନ୍ତି ବିଜେଡ଼ି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଆଜି ସ୍ୱତନ୍ତ୍ର ଧ୍ୟାନ ଆକର୍ଷଣକାରୀ ନୋଟିସ ଜରିଆରେ ଶ୍ରୀ ମଙ୍ଗରାଜ କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡିର ଉତ୍‍କେଲାକୁ ବିମାନ ଚଳାଚଳ ନିମନ୍ତେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ଶ୍ରୀ ମଙ୍ଗରାଜ କହିଛନ୍ତି ଯେ, ୨୦୧୭ ମସିହାରେ ଉଡ଼ାନ୍‍ ଯୋଜନା ଅଧୀନରେ ଝାରସୁଗୁଡ଼ା ସମେତ ମାଓ ଉପଦ୍ରୁତ କୋରାପୁଟ ଜିଲ୍ଲାର ଜୟପୁର ଏବଂ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଉତ୍‍କେଲା ବିମାନ ଘାଟିରୁ ବିମାନ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ବିଭିନ୍ନ ପ୍ରକ୍ରିୟା ପରେ ୨୦୨୦ ମସିହାରେ ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଝାରସୁଗୁଡ଼ାରୁ ବିମାନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଉଡ଼ାନ୍‍ ଯୋଜନା ଅଧୀନରେ ରାଉରକେଲାରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। କିନ୍ତୁ ପରିତାପର ବିଷୟ କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଳବାସୀଙ୍କ ଆକାଂକ୍ଷା ପୂରଣ ହୋଇପାରି ନାହିଁ। ଇତିମଧ୍ୟରେ ଏଏଆଇ ପକ୍ଷରୁ ବାରମ୍ବାର କ୍ଷେତ୍ର ପରିଦର୍ଶନ, ଆଲୋଚନା ପର୍ଯ୍ୟାଲୋଚନା ସହିତ ଜୟପୁର ଓ ଉତ୍‍କେଲାରୁ ବିମାନ ଚଳାଚଳ ଆରମ୍ଭ ହେବା ନେଇ ପ୍ରତିଶ୍ରୁତି ଦିଆଯାଇଛି। ହେଲେ ଅତ୍ୟନ୍ତ ଦୁଃଖର ବିଷୟ ହେଉଛି ଯେ ଅଜଣା କାରଣ ପାଇଁ ଆଜି ପର୍ଯ୍ୟନ୍ତ ଦୁଇ ସ୍ଥାନରୁ ବିମାନ ସେବା ଆରମ୍ଭ ହୋଇପାରିଲା ନାହିଁ। ଦିନକୁ ଦିନ ବିମାନ ଉଡ଼ାଣ ବିଳମ୍ବିତ ହୋଇ ଚାଲିଛି ଆଉ ଦୁଇ ଜିଲ୍ଲାବାସୀ ନିଜ ସ୍ୱପ୍ନ ସାକାର ହେବାକୁ ଚାହିଁ ବସିଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

ଶ୍ରୀ ମଙ୍ଗରାଜ ପୁଣି କହିଛନ୍ତି ଯେ, ଉଭୟ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ପଡ଼ୋଶୀ ରାଜ୍ୟର ବାଣିଜ୍ୟିକ ପ୍ରବେଶ ପଥ ବୋଲି କୁହାଯାଏ। ବାଣିଜ୍ୟିକ ପରିବେଶ ତଥା ମାଓ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ସୁରକ୍ଷିତ ପରିବହନ ନିମନ୍ତେ ଜୟପୁର ଏବଂ ଉତ୍‍କେଲା ବେଶ୍‍ ଗୁରୁତ୍ୱବହନ କରିଥାଏ। ଏଠାରୁ ବିମାନ ସେବା ଆରମ୍ଭ ହେବା ନା କେବଳ ସ୍ଥାନୀୟ ଲୋକ ବରଂ ସମଗ୍ର ରାଜ୍ୟ ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରିବ। ତେଣୁ ଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗକୁ ଗୁରୁତ୍ୱ ପ୍ରଦାନ କରି ଦୁଇ ବିମାନ ଘାଟିରୁ ଯଥାଶୀଘ୍ର ବିମାନ ଚଳାଚଳ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମଙ୍ଗରାଜ ରାଜ୍ୟସଭାରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ପ୍ରସଙ୍ଗରେ ଶ୍ରୀ ମଙ୍ଗରାଜ ରାଜ୍ୟସଭାର ମହାସଚିବଙ୍କୁ ପତ୍ର ଲେଖି ସମାନ ଦାବି ଉପସ୍ଥାପନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଅଳ୍ପକେ ବର୍ତ୍ତିଲା ବଡ ଦୁର୍ଘଟଣା: ଭୁବନେଶ୍ୱର ଷ୍ଟେସନ ନିକଟରେ ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲା ଦୁଇଟି ଟ୍ରେନ୍‌

03 Aug 2022 By The Sakala

ରାଜ୍ୟସଭାରେ ଜୟପୁର ଓ ଉତକେଲା ବିମାନବନ୍ଦରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ବିମାନସେବା କ୍ଷେତ୍ରରେ ଓଡ଼ିଶା ଦେଶରେ ଅନ୍ୟତମ ପଛୁଆ ରାଜ୍ୟ। ଅନ୍ୟ ରାଜ୍ୟଗୁଡ଼ିକର ଛୋଟଛୋଟ ଅଞ୍ଚଳକୁ ବିମାନ ସେବା ଆରମ୍ଭ ହୋଇଥିଲେ ମଧ୍ୟ ଓଡ଼ିଶାକୁ ଅନୁରୂପ ସେବା ମିଳିପାରି ନାହିଁ। ବିଶେଷକରି ‘ଉଡ଼ାନ’ ଯୋଜନାରେ ଓଡ଼ିଶାର ଜୟପୁର, ଉତ୍‍କେଲା, ରାଉରକେଲା ଆଦି ଅଞ୍ଚଳକୁ ସାମିଲ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଦୀର୍ଘ ଦିନ ହେଲା କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାବାସୀ ବିମାନ ସେବା ଆରମ୍ଭ ହେବାକୁ ଚାହିଁ ବସିଛନ୍ତି। ଏଏଆଇ ଅଧିକାରୀ ବାରମ୍ବାର କ୍ଷେତ୍ର ପରିଦର୍ଶନ କରି ଶୀଘ୍ର ବିମାନ ସେବା ଆରମ୍ଭ ହେବ ବୋଲି କହୁଛନ୍ତି। କିନ୍ତୁ ଅଜ୍ଞାତ କାରଣ ପାଇଁ ଦୁଇ ଜିଲ୍ଲାରୁ ବିମାନ ସେବା ଆରମ୍ଭ ହୋଇପାରୁ ନାହିଁ। ଏହି ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ଉଦ୍‍ବେଗ ପ୍ରକାଶ କରିଛନ୍ତି ବିଜେଡ଼ି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଆଜି ସ୍ୱତନ୍ତ୍ର ଧ୍ୟାନ ଆକର୍ଷଣକାରୀ ନୋଟିସ ଜରିଆରେ ଶ୍ରୀ ମଙ୍ଗରାଜ କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡିର ଉତ୍‍କେଲାକୁ ବିମାନ ଚଳାଚଳ ନିମନ୍ତେ ଦାବି କରିଛନ୍ତି।

ଶ୍ରୀ ମଙ୍ଗରାଜ କହିଛନ୍ତି ଯେ, ୨୦୧୭ ମସିହାରେ ଉଡ଼ାନ୍‍ ଯୋଜନା ଅଧୀନରେ ଝାରସୁଗୁଡ଼ା ସମେତ ମାଓ ଉପଦ୍ରୁତ କୋରାପୁଟ ଜିଲ୍ଲାର ଜୟପୁର ଏବଂ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଉତ୍‍କେଲା ବିମାନ ଘାଟିରୁ ବିମାନ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ବିଭିନ୍ନ ପ୍ରକ୍ରିୟା ପରେ ୨୦୨୦ ମସିହାରେ ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଝାରସୁଗୁଡ଼ାରୁ ବିମାନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଉଡ଼ାନ୍‍ ଯୋଜନା ଅଧୀନରେ ରାଉରକେଲାରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। କିନ୍ତୁ ପରିତାପର ବିଷୟ କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଳବାସୀଙ୍କ ଆକାଂକ୍ଷା ପୂରଣ ହୋଇପାରି ନାହିଁ। ଇତିମଧ୍ୟରେ ଏଏଆଇ ପକ୍ଷରୁ ବାରମ୍ବାର କ୍ଷେତ୍ର ପରିଦର୍ଶନ, ଆଲୋଚନା ପର୍ଯ୍ୟାଲୋଚନା ସହିତ ଜୟପୁର ଓ ଉତ୍‍କେଲାରୁ ବିମାନ ଚଳାଚଳ ଆରମ୍ଭ ହେବା ନେଇ ପ୍ରତିଶ୍ରୁତି ଦିଆଯାଇଛି। ହେଲେ ଅତ୍ୟନ୍ତ ଦୁଃଖର ବିଷୟ ହେଉଛି ଯେ ଅଜଣା କାରଣ ପାଇଁ ଆଜି ପର୍ଯ୍ୟନ୍ତ ଦୁଇ ସ୍ଥାନରୁ ବିମାନ ସେବା ଆରମ୍ଭ ହୋଇପାରିଲା ନାହିଁ। ଦିନକୁ ଦିନ ବିମାନ ଉଡ଼ାଣ ବିଳମ୍ବିତ ହୋଇ ଚାଲିଛି ଆଉ ଦୁଇ ଜିଲ୍ଲାବାସୀ ନିଜ ସ୍ୱପ୍ନ ସାକାର ହେବାକୁ ଚାହିଁ ବସିଛନ୍ତି।

ଶ୍ରୀ ମଙ୍ଗରାଜ ପୁଣି କହିଛନ୍ତି ଯେ, ଉଭୟ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ପଡ଼ୋଶୀ ରାଜ୍ୟର ବାଣିଜ୍ୟିକ ପ୍ରବେଶ ପଥ ବୋଲି କୁହାଯାଏ। ବାଣିଜ୍ୟିକ ପରିବେଶ ତଥା ମାଓ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ସୁରକ୍ଷିତ ପରିବହନ ନିମନ୍ତେ ଜୟପୁର ଏବଂ ଉତ୍‍କେଲା ବେଶ୍‍ ଗୁରୁତ୍ୱବହନ କରିଥାଏ। ଏଠାରୁ ବିମାନ ସେବା ଆରମ୍ଭ ହେବା ନା କେବଳ ସ୍ଥାନୀୟ ଲୋକ ବରଂ ସମଗ୍ର ରାଜ୍ୟ ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରିବ। ତେଣୁ ଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗକୁ ଗୁରୁତ୍ୱ ପ୍ରଦାନ କରି ଦୁଇ ବିମାନ ଘାଟିରୁ ଯଥାଶୀଘ୍ର ବିମାନ ଚଳାଚଳ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମଙ୍ଗରାଜ ରାଜ୍ୟସଭାରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ପ୍ରସଙ୍ଗରେ ଶ୍ରୀ ମଙ୍ଗରାଜ ରାଜ୍ୟସଭାର ମହାସଚିବଙ୍କୁ ପତ୍ର ଲେଖି ସମାନ ଦାବି ଉପସ୍ଥାପନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର