ରାଜ୍ୟରେ ଶିଳ୍ପ ପ୍ରକଳ୍ପ ବିଳମ୍ବ ଓ ନୂଆ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା ନେଇ ରାଜ୍ଯସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ଶିଳ୍ପ ପ୍ରକଳ୍ପ ବିଳମ୍ବ ନେଇ ଅଣତାରକା ପ୍ରଶ୍ନରେ ଉତ୍ତର ମାଗିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ପରିବେଶ ମଞ୍ଜୁରୀ ମିଳିବାରେ ବିଳମ୍ବ ଯୋଗୁଁ ରାଜ୍ୟର ବହୁ ଶିଳ୍ପ ପ୍ରକଳ୍ପ କାମ ବିଳମ୍ବ ହେଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।  ବିଜେଡି ସାଂସଦ ମାନସ ମଙ୍ଗରାଜ ଏନେଇ ଆଜି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଠାରୁ ଏକ ଅଣତାରକା ପ୍ରଶ୍ନରେ ଉତ୍ତର ମାଗିଛନ୍ତି । ଏଥିସହିତ ଅନୁମୋଦନ ଅପେକ୍ଷାରେ ଥିବା ପ୍ରକଳ୍ପ ସମ୍ପର୍କରେ […]

ଭୁବନେଶ୍ବର: ରାଜ୍ୟରେ ଶିଳ୍ପ ପ୍ରକଳ୍ପ ବିଳମ୍ବ ନେଇ ଅଣତାରକା ପ୍ରଶ୍ନରେ ଉତ୍ତର ମାଗିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ପରିବେଶ ମଞ୍ଜୁରୀ ମିଳିବାରେ ବିଳମ୍ବ ଯୋଗୁଁ ରାଜ୍ୟର ବହୁ ଶିଳ୍ପ ପ୍ରକଳ୍ପ କାମ ବିଳମ୍ବ ହେଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।  ବିଜେଡି ସାଂସଦ ମାନସ ମଙ୍ଗରାଜ ଏନେଇ ଆଜି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଠାରୁ ଏକ ଅଣତାରକା ପ୍ରଶ୍ନରେ ଉତ୍ତର ମାଗିଛନ୍ତି । ଏଥିସହିତ ଅନୁମୋଦନ ଅପେକ୍ଷାରେ ଥିବା ପ୍ରକଳ୍ପ ସମ୍ପର୍କରେ ବିସ୍ତ୍ରୁତ ତଥ୍ୟ ମାଗିବା ସହ ପ୍ରକଳ୍ପ କାମ ତ୍ବରାନ୍ବିତ କରିବାକୁ ପରିବେଶ ମଞ୍ଜୁରୀ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ନେଇ କେନ୍ଦ୍ର ସରକାର ଗ୍ରହଣ କରୁଥିବା ପଦକ୍ଷେପ ସମ୍ପର୍କରେ ସାଂସଦ ମାନସ ମଙ୍ଗରାଜ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀବର୍ଦ୍ଧନ ସିଂହ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସବୁ ଶିଳ୍ପ ପ୍ରକଳ୍ପର ପରିବେଶ ମଞ୍ଜୁରୀ ପ୍ରସ୍ତାବକୁ ଏକ୍ସପର୍ଟ ଆପ୍ରାଇଜାଲ କମିଟି କିମ୍ବା ରାଜ୍ୟ ସ୍ତରୀୟ ଏକ୍ସପର୍ଟ ଆପ୍ରାଇଜାଲ କମିଟି ଅନୁଧ୍ୟାନ କରିଥାନ୍ତି। ଏକ୍ସପର୍ଟ ଆପ୍ରାଇଜାଲ କମିଟିର ସୁପାରିଶ ଆଧାରରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ କିମ୍ବା ରାଜ୍ୟ ପରିବେଶ ଇମ୍ପାକ୍ଟ ଆସେସମେଣ୍ଟ ଅଥୋରିଟି ପରିବେଶ ମଞ୍ଜୁରୀ ଦେଇଥାନ୍ତି କିମ୍ବା ଅଗ୍ରାହ୍ୟ କରିଥାନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ପରିବେଶ ପୋର୍ଟାଲ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ପରିବେଶ ମନ୍ତ୍ରଣାଳୟ ନିକଟରେ ୫ଟି ଏବଂ ରାଜ୍ୟ ପରିବେଶ ଇମ୍ପାକ୍ଟ ଆସେସମେଣ୍ଟ ଅଥୋରିଟି ନିକଟରେ ୧୨ଟି ଶିଳ୍ପ ପ୍ରକଳ୍ପର ପରିବେଶ ମଞ୍ଜୁରୀ ପ୍ରକଳ୍ପ ବିଚାରଧିନ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏଥିସହିତ ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାରେ ପରିବେଶ ମଞ୍ଜୁରୀ ପ୍ରକ୍ରିୟାର ସରଳୀକରଣ ପାଇଁ ମଧ୍ୟ ଏକାଧିକ ପଦକ୍ଷେପ ନିଆଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ସେହିପରି, ରାଜ୍ୟରେ କେତୋଟି ଆୟୁଷ ହସ୍ପିଟାଲ ଓ ୱେଲନେସ ସେଣ୍ଟର କାର୍ଯ୍ୟକ୍ଷମ ରହିଛି । ନୂଆ ହସ୍ପିଟାଲ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ କୌଣସି ପ୍ରସ୍ତାବ ରହିଛି କି ବୋଲି ଆଜି ବିଜେଡି ସାଂସଦ ମାନସ ରଂଜନ ମଙ୍ଗରାଜ କେନ୍ଦ୍ର ଆୟୁଷ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

ଏହାର ଉତ୍ତରରେ କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଯେ, ରାଜ୍ୟରେ ଏବେ ତିନୋଟି ଆୟୁଷ ହସ୍ପିଟାଲ ଓ ୪୨୨ଟି ଆୟୁଷ ୱେଲନେସ ସେଣ୍ଟର କାର୍ଯ୍ୟକ୍ଷମ ରହିଛି । ସ୍ବାସ୍ଥ୍ୟ ଏକ ରାଜ୍ୟ ସମ୍ପର୍କିତ ବିଷୟବସ୍ତୁ ହୋଥିବାରୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଆଧାରରେ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା ହୋଇଥାଏ । ଅବଶ୍ୟ ଏଥିପାଇଁ ରାଜ୍ୟମାନଙ୍କୁ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସ୍ପିଟାଲ ପାଇଁ ଜାତୀୟ ଆୟୁଷ ମିଶନରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ୨୦୧୬-୧୭ରୁ ୨୦୧୯-୨୦ ମଧ୍ୟରେ ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ବରରେ ତିନୋଟି ଆୟୁଷ ହସ୍ପିଟାଲ ପ୍ରତିଷ୍ଠା ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ । ଏଥିପାଇଁ ଆୟୁଷ ମନ୍ତ୍ରଣାଳୟ ୪୧କୋଟି ୬୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର