ଓଡିଶାର ଗ୍ରାମାଞ୍ଚଳରେ ଅଧିକ ଡିଜିଟାଲ ଶ୍ରେଣୀଗୃହ ନିର୍ମାଣ ପାଇଁ କି ଯୋଜନା ରହିଛି ? ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

ଭୁବନେଶ୍ବର: ଓଡ଼ିଶାରେ କେତୋଟି ସ୍କୁଲ ଡିଜିଟାଲ ପାଠପଢାରେ ଯୋଡି ହୋଇଛି? ଗ୍ରାମାଞ୍ଚଳରେ ଅଧିକ ଡିଜିଟାଲ ଶ୍ରେଣୀ ଗୃହ ନିର୍ମାଣ ପାଇଁ କି ଯୋଜନା ରହିଛି ବୋଲି ରାଜ୍ୟସଭାରେ ପ୍ରଶ୍ନ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୂରୀ କହିଛନ୍ତି କି, ରାଜ୍ୟରେ ୮ ହଜାର ୪୪ ପ୍ରାଥମିକ ବିଦ୍ୟାଳୟ ଓ ଏହାସହ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ମାର୍ଟ ଟିଭି ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା ରହିଛି । ସରକାରୀ […]

ଭୁବନେଶ୍ବର: ଓଡ଼ିଶାରେ କେତୋଟି ସ୍କୁଲ ଡିଜିଟାଲ ପାଠପଢାରେ ଯୋଡି ହୋଇଛି? ଗ୍ରାମାଞ୍ଚଳରେ ଅଧିକ ଡିଜିଟାଲ ଶ୍ରେଣୀ ଗୃହ ନିର୍ମାଣ ପାଇଁ କି ଯୋଜନା ରହିଛି ବୋଲି ରାଜ୍ୟସଭାରେ ପ୍ରଶ୍ନ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୂରୀ କହିଛନ୍ତି କି, ରାଜ୍ୟରେ ୮ ହଜାର ୪୪ ପ୍ରାଥମିକ ବିଦ୍ୟାଳୟ ଓ ଏହାସହ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ମାର୍ଟ ଟିଭି ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା ରହିଛି । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଆଇସିଟି ଲ୍ୟାବ ଓ ସ୍ମାର୍ଟ କ୍ଲାସରୁମ୍ ଅନୁମୋଦିତ ହୋଇଛି । ରାଜ୍ୟର ୮୪୧୨ଟି ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଇସିଟି ଲ୍ୟାବ୍ ଥିବା ବେଳେ ୭୬୫୫ ସ୍କୁଲରେ ରହିଛି ସ୍ମାର୍ଟ କ୍ଲାସରୁମ ବ୍ୟବସ୍ଥା ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି କି, ଓଡ଼ିଆରେ ଡିଜିଟାଲ୍ କଣ୍ଟେଣ୍ଟ ଦୀକ୍ଷା ପୋର୍ଟାଲ୍, ମଧୁ ଆପ୍, ଇ-ପାଠଶାଳା ପୋର୍ଟାଲ୍, ଖାନ୍ ଏକାଡେମୀ ଓ କୌଶଳୀ ପାଠ୍ୟକ୍ରମ ପ୍ଲାଟଫର୍ମରେ ଉପଲବ୍ଧ ରହିଛି । ରାଜ୍ୟର ୨୯୮୪ ଉଚ୍ଚ ପ୍ରାଥମିକ ଓ ୨,୩୮୬ଟି ମାଧ୍ୟମିକ ବିଦ୍ୟାଳୟକୁ ଭର୍ଚୁଆଲ କ୍ଲାସରୁମ୍ ରହିଛି । ସମଗ୍ର ଶିକ୍ଷା ଯୋଜନା ଅଧୀନରେ ୨୦୨୪-୨୫ ପର୍ଯ୍ୟନ୍ତ ରାଜ୍ୟ ପାଇଁ ଡିଜିଟାଲ୍ ଶିକ୍ଷା ବ୍ୟବସ୍ଥାର ପ୍ରସାର ଲକ୍ଷ୍ୟରେ ସମଗ୍ର ଶିକ୍ଷା ଯୋଜନାରେ ୭୩ ହଜାର ୯୧୮ ଲକ୍ଷ ଟଙ୍କା ଦିଆଯାଇଛି । ରାଜ୍ୟରେ ୯୬ ହଜାର ୭୧୮ ପ୍ରାଥମିକ ସ୍ତରର ଶିକ୍ଷକଙ୍କୁ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ଡିଜିଟାଲ୍ ଶିକ୍ଷା ପାଇଁ ଟାବଲେଟ୍ ଯୋଗାଇ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

03 Apr 2025 By The Sakala

ଓଡିଶାର ଗ୍ରାମାଞ୍ଚଳରେ ଅଧିକ ଡିଜିଟାଲ ଶ୍ରେଣୀଗୃହ ନିର୍ମାଣ ପାଇଁ କି ଯୋଜନା ରହିଛି ? ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର: ଓଡ଼ିଶାରେ କେତୋଟି ସ୍କୁଲ ଡିଜିଟାଲ ପାଠପଢାରେ ଯୋଡି ହୋଇଛି? ଗ୍ରାମାଞ୍ଚଳରେ ଅଧିକ ଡିଜିଟାଲ ଶ୍ରେଣୀ ଗୃହ ନିର୍ମାଣ ପାଇଁ କି ଯୋଜନା ରହିଛି ବୋଲି ରାଜ୍ୟସଭାରେ ପ୍ରଶ୍ନ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୂରୀ କହିଛନ୍ତି କି, ରାଜ୍ୟରେ ୮ ହଜାର ୪୪ ପ୍ରାଥମିକ ବିଦ୍ୟାଳୟ ଓ ଏହାସହ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ମାର୍ଟ ଟିଭି ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା ରହିଛି । ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଆଇସିଟି ଲ୍ୟାବ ଓ ସ୍ମାର୍ଟ କ୍ଲାସରୁମ୍ ଅନୁମୋଦିତ ହୋଇଛି । ରାଜ୍ୟର ୮୪୧୨ଟି ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଇସିଟି ଲ୍ୟାବ୍ ଥିବା ବେଳେ ୭୬୫୫ ସ୍କୁଲରେ ରହିଛି ସ୍ମାର୍ଟ କ୍ଲାସରୁମ ବ୍ୟବସ୍ଥା ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି କି, ଓଡ଼ିଆରେ ଡିଜିଟାଲ୍ କଣ୍ଟେଣ୍ଟ ଦୀକ୍ଷା ପୋର୍ଟାଲ୍, ମଧୁ ଆପ୍, ଇ-ପାଠଶାଳା ପୋର୍ଟାଲ୍, ଖାନ୍ ଏକାଡେମୀ ଓ କୌଶଳୀ ପାଠ୍ୟକ୍ରମ ପ୍ଲାଟଫର୍ମରେ ଉପଲବ୍ଧ ରହିଛି । ରାଜ୍ୟର ୨୯୮୪ ଉଚ୍ଚ ପ୍ରାଥମିକ ଓ ୨,୩୮୬ଟି ମାଧ୍ୟମିକ ବିଦ୍ୟାଳୟକୁ ଭର୍ଚୁଆଲ କ୍ଲାସରୁମ୍ ରହିଛି । ସମଗ୍ର ଶିକ୍ଷା ଯୋଜନା ଅଧୀନରେ ୨୦୨୪-୨୫ ପର୍ଯ୍ୟନ୍ତ ରାଜ୍ୟ ପାଇଁ ଡିଜିଟାଲ୍ ଶିକ୍ଷା ବ୍ୟବସ୍ଥାର ପ୍ରସାର ଲକ୍ଷ୍ୟରେ ସମଗ୍ର ଶିକ୍ଷା ଯୋଜନାରେ ୭୩ ହଜାର ୯୧୮ ଲକ୍ଷ ଟଙ୍କା ଦିଆଯାଇଛି । ରାଜ୍ୟରେ ୯୬ ହଜାର ୭୧୮ ପ୍ରାଥମିକ ସ୍ତରର ଶିକ୍ଷକଙ୍କୁ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ଡିଜିଟାଲ୍ ଶିକ୍ଷା ପାଇଁ ଟାବଲେଟ୍ ଯୋଗାଇ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

https://www.thesakala.in/latest-odisha-news/bjd-mp-manas-mangaraj-question-in-rajya-sabha-what-plans-are-there-to-build-more-digital-classrooms-in-rural-areas/article-39770
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର