ବ୍ରହ୍ମପୁରରେ ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇବା ପରେ ଆଜି ବ୍ରହ୍ମପୁରରେ ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ବିଜୁ ପରିବାରର ସବୁ କର୍ମୀଙ୍କ ମତାମତକୁ ଗ୍ରହଣ କରି ଆଗକୁ କିପରି ଗଞ୍ଜାମ ଜିଲ୍ଲାରେ ଦଳୀୟ ସଂଗଠନ ଅଧିକ ମଜବୁତ ହେବ ସେନେଇ ସେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି କେବେ ବି ଭାଷଣରେ ବିଶ୍ବାସ କରେନାହିଁ । ତେଣୁ […]

ବ୍ରହ୍ମପୁର: ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇବା ପରେ ଆଜି ବ୍ରହ୍ମପୁରରେ ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ବିଜୁ ପରିବାରର ସବୁ କର୍ମୀଙ୍କ ମତାମତକୁ ଗ୍ରହଣ କରି ଆଗକୁ କିପରି ଗଞ୍ଜାମ ଜିଲ୍ଲାରେ ଦଳୀୟ ସଂଗଠନ ଅଧିକ ମଜବୁତ ହେବ ସେନେଇ ସେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି କେବେ ବି ଭାଷଣରେ ବିଶ୍ବାସ କରେନାହିଁ । ତେଣୁ ସବୁ ବାଦବିବାଦ ଓ ମନୋମାଳିନ୍ୟରୁ ଦୁରେଇ ରହି ସଂଗଠନକୁ କିଭଳି ଅଧିକ ମଜବୁତ କରାଯାଇପାରିବ ସେନେଇ ସବୁ ନେତା ଓ କର୍ମୀଙ୍କଠାରୁ ମତାମତା ଓ ପ୍ରସ୍ତାବ ଲୋଡିଛନ୍ତି । ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ନେବା ପରେ ଏହାଥିଲା ସାଂସଦଙ୍କ ପ୍ରଥମ ଗସ୍ତ । ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ସେ ଉଦଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗତ ୨୪ ବର୍ଷର ସଫଳତାକୁ ନେଇ ଲୋକଙ୍କ ପାଖକୁ ଯିବା । ଲଗାତାର ଷଷ୍ଠଥର ପାଇଁ ବିଜେଡି କିଭଳି ସରକାର ଗଠନ କରିବ ସେନେଇ ସବୁ କର୍ମୀ ଉତ୍ସାହର ସହ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

ସାଂଗଠନିକ ସମସ୍ୟା ହେଉକି ଦଳକୁ ମଜବୁତ କରାଯିବା ନେଇ ପ୍ରସ୍ତାବ, ସବୁ କଥା କର୍ମୀମାନେ ତାଙ୍କ ସହ ଖୋଲା ଆଲୋଚନା କରିବାକୁ ସାଂସଦ ପରାମର୍ଶ ଦେଇଛନ୍ତି । ଆଲୋଚନା ଜରିଆରେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି । ସମ୍ବର୍ଦ୍ଧନା ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ବିଜେଡି ମୁଖପାତ୍ର ଅମିତ ମଲ୍ଲିକ, ତୁମ୍ବନାଥ ପଣ୍ଡା ଏବଂ ବ୍ରହ୍ମପୁର ମହାନଗର ନିଗମ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କ ସହ ମହିଳା, ଯୁବ ଓ ଛାତ୍ର ସଂଗଠନର କର୍ମୀ ଓ ନେତା ଯୋଗଦେଇଥିଲେ ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

30 Jun 2023 By The Sakala

ବ୍ରହ୍ମପୁରରେ ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

ବ୍ରହ୍ମପୁର: ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇବା ପରେ ଆଜି ବ୍ରହ୍ମପୁରରେ ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ବିଜୁ ପରିବାରର ସବୁ କର୍ମୀଙ୍କ ମତାମତକୁ ଗ୍ରହଣ କରି ଆଗକୁ କିପରି ଗଞ୍ଜାମ ଜିଲ୍ଲାରେ ଦଳୀୟ ସଂଗଠନ ଅଧିକ ମଜବୁତ ହେବ ସେନେଇ ସେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି କେବେ ବି ଭାଷଣରେ ବିଶ୍ବାସ କରେନାହିଁ । ତେଣୁ ସବୁ ବାଦବିବାଦ ଓ ମନୋମାଳିନ୍ୟରୁ ଦୁରେଇ ରହି ସଂଗଠନକୁ କିଭଳି ଅଧିକ ମଜବୁତ କରାଯାଇପାରିବ ସେନେଇ ସବୁ ନେତା ଓ କର୍ମୀଙ୍କଠାରୁ ମତାମତା ଓ ପ୍ରସ୍ତାବ ଲୋଡିଛନ୍ତି । ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ନେବା ପରେ ଏହାଥିଲା ସାଂସଦଙ୍କ ପ୍ରଥମ ଗସ୍ତ । ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ସେ ଉଦଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗତ ୨୪ ବର୍ଷର ସଫଳତାକୁ ନେଇ ଲୋକଙ୍କ ପାଖକୁ ଯିବା । ଲଗାତାର ଷଷ୍ଠଥର ପାଇଁ ବିଜେଡି କିଭଳି ସରକାର ଗଠନ କରିବ ସେନେଇ ସବୁ କର୍ମୀ ଉତ୍ସାହର ସହ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି ।

ସାଂଗଠନିକ ସମସ୍ୟା ହେଉକି ଦଳକୁ ମଜବୁତ କରାଯିବା ନେଇ ପ୍ରସ୍ତାବ, ସବୁ କଥା କର୍ମୀମାନେ ତାଙ୍କ ସହ ଖୋଲା ଆଲୋଚନା କରିବାକୁ ସାଂସଦ ପରାମର୍ଶ ଦେଇଛନ୍ତି । ଆଲୋଚନା ଜରିଆରେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି । ସମ୍ବର୍ଦ୍ଧନା ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ବିଜେଡି ମୁଖପାତ୍ର ଅମିତ ମଲ୍ଲିକ, ତୁମ୍ବନାଥ ପଣ୍ଡା ଏବଂ ବ୍ରହ୍ମପୁର ମହାନଗର ନିଗମ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କ ସହ ମହିଳା, ଯୁବ ଓ ଛାତ୍ର ସଂଗଠନର କର୍ମୀ ଓ ନେତା ଯୋଗଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର