ବଜେଟରେ ଓଡ଼ିଶାକୁ ଅବହେଳା ନେଇ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ କଡା ସମାଲୋଚନା

The Sakala Picture
Published On

ନୂଆଦିଲ୍ଲୀ: ବଜେଟରେ ଓଡ଼ିଶାକୁ ଅବହେଳା ନେଇ ରାଜ୍ୟସଭାରେ କଡା ସମାଲୋଚନା କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଦେଶ ପ୍ରତି ଓଡ଼ିଶାର ଆର୍ଥିକ ଅବଦାନର ହିସାବ ଦେଇଛନ୍ତି । ବଜେଟରେ ବିହାର ବ୍ୟତୀତ ଅନ୍ୟ ରାଜ୍ୟଙ୍କୁ ଗୁରୁତ୍ବ ଦିଆ ନଯିବାକୁ ନେଇ କଟାକ୍ଷ ମଧ୍ୟ କରିଛନ୍ତି । ୨୦୨୫-୨୬ ବଜେଟ ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ମାନସ ମଙ୍ଗରାଜ କେନ୍ଦ୍ର ସରକାରଙ୍କୁ ଏଭଳି ସମାଲୋଚନା କରିଛନ୍ତି । ଏହି ବଜେଟ୍‌କୁ ଦେଶର ବଜେଟ ବୋଲି […]

ନୂଆଦିଲ୍ଲୀ: ବଜେଟରେ ଓଡ଼ିଶାକୁ ଅବହେଳା ନେଇ ରାଜ୍ୟସଭାରେ କଡା ସମାଲୋଚନା କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଦେଶ ପ୍ରତି ଓଡ଼ିଶାର ଆର୍ଥିକ ଅବଦାନର ହିସାବ ଦେଇଛନ୍ତି । ବଜେଟରେ ବିହାର ବ୍ୟତୀତ ଅନ୍ୟ ରାଜ୍ୟଙ୍କୁ ଗୁରୁତ୍ବ ଦିଆ ନଯିବାକୁ ନେଇ କଟାକ୍ଷ ମଧ୍ୟ କରିଛନ୍ତି । ୨୦୨୫-୨୬ ବଜେଟ ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ମାନସ ମଙ୍ଗରାଜ କେନ୍ଦ୍ର ସରକାରଙ୍କୁ ଏଭଳି ସମାଲୋଚନା କରିଛନ୍ତି । ଏହି ବଜେଟ୍‌କୁ ଦେଶର ବଜେଟ ବୋଲି କୁହାଯିବା ପରିବର୍ତ୍ତେ ବିହାର ବଜେଟ ବୋଲି କହିବାରେ ଆଦୌ ଅସଙ୍ଗତି ନାହିଁ ବୋଲି କହିଛନ୍ତି ମାନସ ମଙ୍ଗରାଜ । ଅର୍ଥମନ୍ତ୍ରୀ ସମ୍ଭବତଃ ବିହାର ବ୍ୟତୀତ ଦେଶରେ ଆହୁରି ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଥିବା କଥା ଭୁଲି ଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେଡିର କ୍ଷୋଭ: ଓଡ଼ିଶାର ସ୍ୱାର୍ଥ ବିରୋଧରେ ଭୋଟ ଦେଲେ ବିଜେପିର ୨୦ ସାଂସଦ

କେଉଁ ରାଜ୍ୟକୁ ସ୍ୱତନ୍ତ୍ର ଅନୁଦାନ ଓ ସହାୟତା ଦେବାକୁ ଆମେ ବିରୋଧ କରୁନାହୁଁ । ମାତ୍ର ସଂଘୀୟ ବ୍ୟବସ୍ଥା ଅନୁସାରେ ଓଡ଼ିଶା ପରି ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଏଥିପାଇଁ ସମାନ ଭାବରେ ହକ୍‌ଦାର ବୋଲି କହିଛନ୍ତି ମାନସ ମଙ୍ଗରାଜ। ଅର୍ଥମନ୍ତ୍ରୀ ତାଙ୍କର ୭୭ ମିନିଟ୍‌ର ଅଭିଭାଷଣରେ ୩ ମିନିଟ୍‌ କେବଳ ବିହାର କଥା କହିଛନ୍ତି । ୯ଥର ବିହାର ନାମ ଉଚ୍ଚାରଣ କରିଛନ୍ତି । ମାତ୍ର ଓଡ଼ିଶା, ପଶ୍ଚିମବଙ୍ଗ, ତେଲଙ୍ଗାନା, ତାମିଲନାଡ଼ୁ, କେରଳ, ମହାରାଷ୍ଟ୍ର ପରି ଅନ୍ୟ ରାଜ୍ୟଗୁଡ଼ିକ କ’ଣ ଭାରତ ଭିତରେ ନାହାନ୍ତି । ୬ ମାସ ତଳେ ୨୦୨୪ ବଜେଟ୍‌ରେ ବିହାର ପାଇଁ ୫୯୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ସହାୟତା ଦିଆଗଲା। ଆନ୍ଧ୍ରପ୍ରଦେଶକୁ ପୋଲାଭରମ୍‌ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଦିଆଗଲା । ମାତ୍ର ଓଡ଼ିଶାକୁ ସେତେବେଳେ କିଛି ମିଳିଲା ନାହିଁ । ଏବେ ବି ବଜେଟ୍‌ରେ ଓଡ଼ିଶା ପାଇଁ କିଛି ଘୋଷଣା କରାଗଲା ନାହିଁ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ବିପର୍ଯ୍ୟୟପ୍ରବଣ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପାହ୍ୟା ପାଇଁ ଦାବି କରି ଆସୁଛି। ମାତ୍ର ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା କି ସ୍ୱତନ୍ତ୍ର ସହାୟତା ମିଳୁନାହିଁ। ଓଡ଼ିଶାର ଖଣିଜ ସମ୍ପଦରୁ ସଂଗୃହୀତ ରାଜସ୍ୱ ଅନ୍ୟ ରାଜ୍ୟରେ ଖର୍ଚ୍ଚ ହେଉଛି। ଓଡ଼ିଶା କୋଇଲା ସାରା ଦେଶକୁ ଆଲୁଅ ଯୋଗାଉଛି। ମାତ୍ର ଗ୍ରୀନ୍‌ ସେସ୍‌ରୁ କେନ୍ଦ୍ର ସରକାର ବର୍ଷକୁ ଓଡ଼ିଶାରୁ ୧୦ ହଜାର କୋଟି ସଂଗ୍ରହ କରୁଥିଲେ ବି କୋଇଲା ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଫଟା ପାହୁଲାଟିଏ ଦେଉ ନାହାନ୍ତି।

ଆହୁରି ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

କେନ୍ଦ୍ରୀୟ ବଜେଟରେ କୃଷି ଉତ୍ପାଦନ, ଲୋକଙ୍କ ଆୟ ବୃଦ୍ଧି, ଗ୍ରାମାଞ୍ଚଳରେ ନିଯୁକ୍ତି, ପୁଷ୍ଟିକର ସହାୟତା ବିସ୍ତାର, ମୁଦ୍ରାସ୍ଫୀତି ଚାପ ହ୍ରାସ, କୃଷକଙ୍କ ଋଣଭାର ଲାଘବ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଫସଲର ସର୍ବନିମ୍ନ ସହାୟକ ଦର ପାଇଁ ଆଇନ କରିବାକୁ ଦେଶର କୃଷକମାନେ କରୁଥିବା ଦାବି ସମ୍ପର୍କରେ ସରକାର ରହସ୍ୟମୟ ଭାବେ ନିରବ। କୃଷି ପାଇଁ ଥିବା କେସିସିର ବ୍ୟକ୍ତିଗତ ଋଣ ସୀମାକୁ ୩ରୁ ୫ଲକ୍ଷ ଟଙ୍କାକୁ ଯେଉଁ ବୃଦ୍ଧି ଘୋଷଣା ହୋଇଛି। ତାହା ମୂଳତଃ କର୍ପୋରେଟ୍‌ କ୍ଷେତ୍ର ଦ୍ୱାରା ମହଙ୍ଗା ସାମଗ୍ରୀ ବିକ୍ରୟକୁ ବଜାୟ ରଖିବା ନିମନ୍ତେ ଉଦ୍ଦିଷ୍ଟ। ଏହା ଆର୍ଥିକ ଅଭିବୃଦ୍ଧିକୁ ପୁନରୁଦ୍ଧାର କରି ପାରିବ ନାହିଁ ବୋଲି କହିଛନ୍ତି ମାନସ।

ଏହାସହ ଗ୍ରାମୀଣ ବିକାଶ ବରାଦ ଗତବର୍ଷ ତୁଳନାରେ ମାତ୍ର ୧ କୋଟି ଟଙ୍କା ବୃଦ୍ଧି କରାଯାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ବୃଦ୍ଧି ମାତ୍ର୍ର ୨୦ ହଜାର କୋଟି। ସବୁଠାରୁ ବିଡ଼ମ୍ବନା ହେଉଛି ଖାଦ୍ୟ ସବସିଡି ପାଇଁ ଗତ ବଜେଟରେ ୨.୦୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ, ଚଳିତବର୍ଷ ୨.୦୩ ଲକ୍ଷ ଟଙ୍କାକୁ ହ୍ରାସ କରାଯାଇଛି। ଏହି ବଜେଟ୍‌ ଦେଶବାସୀଙ୍କୁ କିପରି ଲାଭାନ୍ୱିତ କରିପାରିବ ? ଦେଶର କୋଟି କୋଟି ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଧିଷ୍ଟ ମାସିକ ଭତ୍ତାରେ କେନ୍ଦ୍ର ସରକାରଙ୍କ ଭାଗ ୨୦୦୬ ମସିହାରୁ ମାତ୍ର ୨୦୦ ଟଙ୍କା ରହିଥିବା ବେଳେ, ଚଳିତ ବଜେଟରେ ବି ସେଥିରେ କୌଣସି ବୃଦ୍ଧି ନ କରିବା କ୍ଷୋଭର ବିଷୟ। ସରକାର ପାଞ୍ଚ ଟ୍ରିଲିୟନ ଅର୍ଥନୀତିର ଗୋଲାପୀ ସ୍ୱପ୍ନ ଦେଖାଉଥିବା ବେଳେ, ଟଙ୍କାର ମୂଲ୍ୟ ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିଛି । ସ୍ୱାଧୀନତା ସମୟରେ ଡ଼ଲାର ଓ ଟଙ୍କାର ମୂଲ୍ୟ ପ୍ରାୟ ସମାନ ଥିଲା, ଏବେ ୧ ଡଲାରର ବିନିମୟ ମୂଲ୍ୟ ୮୮ ଟଙ୍କା ଛୁଇଁଲାଣି। ସୁଖୀ ରାଷ୍ଟ୍ର ତାଲିକାରେ ଭାରତର ସ୍ଥାନ ତଳକୁ ତଳ ଖସି ଚାଲିଛି। ଭାରତୀୟ ପାସପୋର୍ଟ ବର୍ଷକୁ ବର୍ଷ ଦୁର୍ବଳ ହୋଇ ଚାଲିଛି । ଏହା କି ପ୍ରକାର ଅଭିବୃଦ୍ଧି ? ଅର୍ଥମନ୍ତ୍ରୀ ୧୨ ଲକ୍ଷ ଟଙ୍କା ଯାଏ ଆୟକାରୀଙ୍କୁ ଟିକସରୁ ମୁକ୍ତ କରିଥିବା ଘୋଷଣା କରିଛନ୍ତି । ମାତ୍ର ଯେଉଁଠି ବେକାରଙ୍କ ପାଇଁ ଚାକିରି ଏକ ମରୀଚିକା, ସେଠାରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ କେବଳ କାନକୁ ଭଲ ଶୁଭୁଛି ସିନା, ଏହା ଯୁବ ବର୍ଗଙ୍କୁ କିଛି ଲାଭ ଦେଇ ପାରିବ ନାହିଁ ବୋଲି କହିଛନ୍ତି ମାନସ ମଙ୍ଗରାଜ ।

10 Feb 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର