‘ଆୟୁଷ୍ମାନ’ ଯୋଜନାକୁ ନେଇ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ; କହିଲେ ଏହା ଏବେ ଶ୍ମଶାନ ଯୋଜନାରେ ପରିଣତ…

The Sakala Picture
Published On

ଭୁବନେଶ୍ବର: ଆୟୁଷ୍ମାନ ଭାରତ ଯୋଜନା ବୈଠକରେ ସାମିଲ ହୋଇ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ। ଆୟୁଷ୍ମାନ ଯୋଜନା ଏବେ ଶ୍ମଶାନ ଯୋଜନାରେ ପରିଣତ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆସ୍ୟୁୱାର୍ଡ ଯୋଜନା ଥିଲା। ଏହି ଯୋଜନାରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଥଲେ। କିନ୍ତୁ ଆୟୁଷ୍ମାନ ଭାରତ ଯୋଜନା ଇନ୍ସୁରାନ୍ସ। ଚିକିତ୍ସା ହେଲା ପରେ ଅର୍ଥ ମିଳିବ। ଏଥିରେ ଆଠ ପ୍ରକାର ଓଟିପି ଆସୁଛି। ଡାକ୍ତରଙ୍କ ଫଟୋ ଅପଲୋଡ଼ ହେଉଛି। […]

ଭୁବନେଶ୍ବର: ଆୟୁଷ୍ମାନ ଭାରତ ଯୋଜନା ବୈଠକରେ ସାମିଲ ହୋଇ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ। ଆୟୁଷ୍ମାନ ଯୋଜନା ଏବେ ଶ୍ମଶାନ ଯୋଜନାରେ ପରିଣତ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆସ୍ୟୁୱାର୍ଡ ଯୋଜନା ଥିଲା। ଏହି ଯୋଜନାରେ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଥଲେ। କିନ୍ତୁ ଆୟୁଷ୍ମାନ ଭାରତ ଯୋଜନା ଇନ୍ସୁରାନ୍ସ। ଚିକିତ୍ସା ହେଲା ପରେ ଅର୍ଥ ମିଳିବ। ଏଥିରେ ଆଠ ପ୍ରକାର ଓଟିପି ଆସୁଛି। ଡାକ୍ତରଙ୍କ ଫଟୋ ଅପଲୋଡ଼ ହେଉଛି। ଡାକ୍ତର ଓଟି ଭିତରେ ଥିଲେ ଗୁରୁତର ରୋଗୀ କଣ ଅପେକ୍ଷା କରି ବସିବ କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନର ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ଆୟୁଷ୍ମାନ ଭାରତ ଟୋଟାଲି ଫେଲ ମାରିଛି। ୨୦୧୭ ମସିହାରେ ଯେତେବେଳେ ବିଏସକେୱାଇ ଆରମ୍ଭ ହେଲା ସେତେବେଳେ ୩୦୦- ୪୦୦ କୋଟି ଖର୍ଚ୍ଚ ହେଲା। ୨୩-୨୪ ବେଳକୁ ୪ ହଜାର କୋଟିରେ ପହଞ୍ଚିଥିଲା ଏହି ଯୋଜନା। କିନ୍ତୁ ଆୟୁଷ୍ମାନ ଭାରତରେ ସାରା ଭାରତର ଖର୍ଚ୍ଚ ହେଉଛି ୫ ହଜାରରୁ ୬ ହଜାର କୋଟି। ଯଦି ଗୋଟିଏ ରାଜ୍ୟର ଯୋଜନା ବାର୍ଷିକ ୪ ହଜାର କୋଟିରେ ପହଞ୍ଚିଥିଲା। ସେପଟେ ସମଗ୍ର ଭାରତରେ ଆୟୁଷ୍ମାନ ଯୋଜନାର ମୋଟ ଖର୍ଚ୍ଚ ୫, ୬ ହଜାର କୋଟି। ତାହେଲେ ଆୟୁଷ୍ମାନ ଭାରତରେ ଓଡ଼ିଶାର ଭାଗ କେତେ ଓ ରୋଗୀ କ’ଣ ପାଇବେ ବୋଲି ପ୍ରଶ୍ନ କରିଛି ବିଜେଡି। ସରକାର ଭୋଟ ରାଜନୀତି ନ କରି ଟିକେ ହୋସକୁ ଆସନ୍ତୁ। ଲୋକଙ୍କ ପାଇଁ ଚିନ୍ତା କରନ୍ତୁ । ସିଧାସଳଖ ଓଡ଼ିଶାବାସୀ ଯେଉଁ ସୁବିଧା ପାଇଥିଲେ ତାକୁ ଏନସୁୟର କରନ୍ତୁ ନ ହେଲେ ସରକାରର ବ୍ୟାଣ୍ଡ ବାଜିବ। ଆୟୁଷ୍ମାନ ଯୋଜନାରେ ସ୍ମଶାନ ଯାତ୍ରା ଆରମ୍ଭ ହୋଇଛି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦଶହରା ଉପଲକ୍ଷେ ଅକ୍ଟୋବର ୧୯ରୁ ୨୬ ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର