ବିରୋଧୀଙ୍କୁ କଡ଼ା ଜବାବ ଦେଲେ ବିଜେଡି ବିଧାୟକ ଅରୁଣ ସାହୁ

The Sakala Picture
Published On

ଭୁବନେଶ୍ବର: କ୍ୟାବିନେଟ ନିଷ୍ପତ୍ତି ପରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଗୃହରେ ବିରୋଧୀ ଡ୍ରାମା କରୁଛନ୍ତି। ବିଜେପି ଓ କଂଗ୍ରେସ ଏପରି ଡ୍ରାମା କରି ଦେଶରୁ ସଫା ହୋଇଯିବେ। ଆଦିବାସୀଙ୍କ ପାଇଁ କିଛି ନକରି କଂଗ୍ରେସ ଦେଶରେ ସଫା ହୋଇଛି । ବିଜେପି ମଧ୍ୟ ଏଥର ସଫା ହୋଇଯିବ ବୋଲି ଅରୁଣ ସାହୁ କହିଛନ୍ତି। ବିଭିନ୍ନ ଫୋରମରେ ଆଲୋଚନା ହେଉଛି ଅନ୍ୟ ଜାତିମାନେ ସୁବିଧା ପାଉଛନ୍ତି, ଜନଜାତି ମାନେ ସବୁ ସୁବିଧା […]

ଭୁବନେଶ୍ବର: କ୍ୟାବିନେଟ ନିଷ୍ପତ୍ତି ପରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଗୃହରେ ବିରୋଧୀ ଡ୍ରାମା କରୁଛନ୍ତି। ବିଜେପି ଓ କଂଗ୍ରେସ ଏପରି ଡ୍ରାମା କରି ଦେଶରୁ ସଫା ହୋଇଯିବେ। ଆଦିବାସୀଙ୍କ ପାଇଁ କିଛି ନକରି କଂଗ୍ରେସ ଦେଶରେ ସଫା ହୋଇଛି । ବିଜେପି ମଧ୍ୟ ଏଥର ସଫା ହୋଇଯିବ ବୋଲି ଅରୁଣ ସାହୁ କହିଛନ୍ତି। ବିଭିନ୍ନ ଫୋରମରେ ଆଲୋଚନା ହେଉଛି ଅନ୍ୟ ଜାତିମାନେ ସୁବିଧା ପାଉଛନ୍ତି, ଜନଜାତି ମାନେ ସବୁ ସୁବିଧା ପାଇବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି। ଆଦିବାସୀ ମାନେ ଯେମିତି କୌଣସି ଯୋଜନାରୁ ବଞ୍ଚିତ ନ ହୁଅନ୍ତି ତାହା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇ ଆସିଛନ୍ତି । ବିଜେପି ସଦସ୍ୟ ମାନେ ନିଜର ମତାମତ ଦେବା ପାଇଁ କ୍ୟାବିନେଟ୍ ବ୍ୟବସ୍ଥା କରିଛି । ତେଣୁ ଗୃହରେ ବିଜେପି ଗପ ନ କହି କ୍ୟାବିନେଟକୁ ଧନ୍ୟବାଦ ଦିଅନ୍ତୁ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ହୋ, ମୁଣ୍ଡାରୀ, ଭୂମିଜ, ସଉରା, କୁଇ, ଯେତେ ସବୁ ଭାଷା ଅଛି ତାକୁ ସମ୍ବିଧାନରେ ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ କାହିଁକି ବିଜେପି ଦିଲ୍ଲୀରେ ଏହି ପ୍ରସଙ୍ଗ ଉଠାଉ ନାହିଁ । ତେଣୁ ଏଠି ବିଧାନସଭାରେ ଡ୍ରାମା ନକରି ଦିଲ୍ଲୀ ଯାଇ ଏହି ପ୍ରସଙ୍ଗ ଉଠାନ୍ତୁ । ଆଦିବାସୀଙ୍କୁ ହକ ମିଳୁ । ବିଜେପିକୁ ବିଜେଡିର ପ୍ରଶ୍ନ । କାହିଁକି କେବିକେ ଯୋଜନା କାଟିଲ । ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ଅର୍ଥ ଦେଉନାହ। ୧୯୭୦ ମସିହାରୁ ୧୬୯ଟି ଜାତି ଅଛନ୍ତି। ତାହାକୁ ଜନଜାତିର ମାନ୍ୟତା କାହିଁକି ମିଳୁନି । ବାରମ୍ବାର ରାଜ୍ୟ ଦାବି କରୁଛନ୍ତି । ବିଜେପି କେନ୍ଦ୍ରମନ୍ତ୍ରୀ ଓ ୯ ଜଣ ସାଂସଦ କାହିଁକି ୯ବର୍ଷ ଧରି ସଂସଦରେ ପଦେଟିଏ ବି କହିନାହାନ୍ତି ବୋଲି ବିଜେଡ଼ି ବିଜେପି ବିଧାୟକଙ୍କୁ ପ୍ରଶ୍ନ କରିିଛି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର