ପଞ୍ଚାୟତ ରେଜଲ୍ଟ: ସର୍ବାଗ୍ରେ ବିଜେଡି

The Sakala Picture
Published On

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନର ଗଣତିରେ ମଧ୍ୟ ଆଗରେ ରହିଛି ବିଜେଡି । ଦ୍ୱିତୀୟ ଦିନ ଗଣତି ହେବାକୁ ଥିବା ୩୦୫ ଆସନରୁ ୨୬୧ଟି ଆସନରେ ଆଗୁଆ ରହିଛି ବିଜୁ ଜନତା ଦଳ । ସେହିପରି ୨୦ ଆସନରେ ଆଗରେ ରହି ଦ୍ୱିତୀୟ ସ୍ଥାନରେ ରହିଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ କଂଗ୍ରେ ୧୯ଟି ଜିଲ୍ଲା ପରିଷଦ ଜୋନରେ ଆଗରେ ରହିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ୱେବସାଇଟରେ ଥିବା ସୂଚନା ମୁତାବକ […]

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନର ଗଣତିରେ ମଧ୍ୟ ଆଗରେ ରହିଛି ବିଜେଡି । ଦ୍ୱିତୀୟ ଦିନ ଗଣତି ହେବାକୁ ଥିବା ୩୦୫ ଆସନରୁ ୨୬୧ଟି ଆସନରେ ଆଗୁଆ ରହିଛି ବିଜୁ ଜନତା ଦଳ । ସେହିପରି ୨୦ ଆସନରେ ଆଗରେ ରହି ଦ୍ୱିତୀୟ ସ୍ଥାନରେ ରହିଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ କଂଗ୍ରେ ୧୯ଟି ଜିଲ୍ଲା ପରିଷଦ ଜୋନରେ ଆଗରେ ରହିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ୱେବସାଇଟରେ ଥିବା ସୂଚନା ମୁତାବକ ଦିନ ୫ଟା ସୁଦ୍ଧା ଏହି ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ୨୬୧ ଜୋନରେ ଆଗରେ ରହିଛି ବିଜେଡି ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ଶାସକ ବିଜେଡିର ଦୃଢ ଷ୍ଟ୍ରାଟେଜୀ ଦଳକୁ ଆଗକୁ ନେବାରେ ସହାୟକ ହୋଇଛି । ଫଳରେ ବିଗତ ୨୦୧୭ ନିର୍ବାଚନରେ ବିଜେପିକ ଗଡ କୁହାଯାଉଥିବା ପଶ୍ଚିମ ଓଡ଼ିଶାରେ ମଧ୍ୟ ଭଲ ପ୍ରଦର୍ଶନ କରିଛି ବିଜେଡି । ମୟୁରଭଞ୍ଜରେ ପ୍ରଥମ ଗଣତିରେ କ୍ଲିନ ସ୍ୱିପ କରିବା ପରେ ଦ୍ୱିତୀୟ ଦିନରେ ମଧ୍ୟ ଗଣତି ହେଉଥିବା ୨୬ଟି ଆସନ ମଧ୍ୟରୁ ୨୪ଟିରେ ଆଗରେ ରହିଛି ବିଜେଡି । ସେହିପରି ବିଜେପି ଏପର୍ଯ୍ଯନ୍ତ କୌଣସି ମଧ୍ୟ ଜୋନରେ ଆଗୁଆ ରହିନାହିଁ । କଂଗ୍ରେସ ଅବସ୍ଥା ମଧ୍ୟ ଅନୁରୂପ । କିନ୍ତୁ ଦୁଇଟି ଆସନରେ ଆଗରେ ରହିଛନ୍ତି ସ୍ୱାଧିନ ପ୍ରାର୍ଥୀ ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

ଅନ୍ୟପଟେ ଯଦି କହିବା, ଅନୁଗୋଳର ୮ଟି ଆସନ ମଧ୍ୟରୁ ୭ଟିରେ ଆଗରେ ରହିଛି ବିଜେଡି । ବାଲେଶ୍ୱରରେ ଗଣତି ହେଉଥିବା ୧୪ଟି ଜୋନ ମଧ୍ୟରୁ ୧୧ଟିରେ ଆଗରେ ରହିଛି ବିଜେଡି, ୩ଟିରେ ଆଗରେ ରହିଛି ବିଜେପି । ଭଦ୍ରକର ୯ଟି ଜୋନ ମଧ୍ୟରୁ ୯ଟି ଯାକରେ ଆଗରେ ରହିଛି ବିଜୁ ଜନତା ଦଳ । ବଲାଙ୍ଗୀରର ୧୪ଟି ଜୋନରୁ ୮ଟି ରେ ଆଗରେ ରହିଛି ବିଜେଡି, ୪ଟିରେ ବିଜେପି ଏବଂ ଗୋଟିଏ ଜୋନରେ ଆଗରେ ରହିଛି କଂଗ୍ରେସ । କଟକର ୧୫ଟି ଜୋନରୁ ୧୪ଟିରେ ଆଗରେ ରହିଛି ବିଜେଡି ।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

ଯଦି ରାଜ୍ୟର ବୃହତ ଜିଲ୍ଲା ମାନଙ୍କୁ ପରିଲିଖିତ କରିବା ତେବେ, ଗଞ୍ଜାମର ସମୁଦାୟ ୬୯ଟି ଆସନ ମଧ୍ୟରୁ ଦ୍ୱିତୀୟ ଦିନରେ ଗଣତି ହେବାକୁ ଥିବା ୨୨ଟି ଆସନରୁ ୨୨ଟିରେ ଆଗରେ ରହିଛି ବିଜେଡ଼ି । ମୟୁରଭଞ୍ଜର ୨୬ଟି ଜୋନରେ ଗଣତି ଚାଲିଥିବାବେଳେ ୨୪ଟି ଜୋନରେ ଶାସକ ବିଜୁ ଜନତା ଦଳ ଆଗରେ ରହିଥିବାବେଳେ ୨ଟି ଜୋନରେ ଆଗରେ ରହିଛନ୍ତି ସ୍ୱାଧିନ ପ୍ରାର୍ଥୀ । ପୁରୀ ଜିଲ୍ଲାରେ ଗଣତି ହେଉଥିବା ୧୧ଟି ଜୋନ ମଧ୍ୟରୁ ୧୧ଟିରେ ଆଗରେ ରହିଛି ଶାସକ ଦଳ । କୋରାପୁଟର ୧୩ଟି ଆସନରେ ଆଜି ଗଣତି ହେଇଥିବାବେଳେ ୭ଟିରେ ବିଜେଡି ଆଗରେ ଏବଂ ୬ଟି ଜୋନରେଲ କଂଗ୍ରେସ ଆଗରେ ରହିଛି ।

27 Feb 2022 By The Sakala

ପଞ୍ଚାୟତ ରେଜଲ୍ଟ: ସର୍ବାଗ୍ରେ ବିଜେଡି

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନର ଗଣତିରେ ମଧ୍ୟ ଆଗରେ ରହିଛି ବିଜେଡି । ଦ୍ୱିତୀୟ ଦିନ ଗଣତି ହେବାକୁ ଥିବା ୩୦୫ ଆସନରୁ ୨୬୧ଟି ଆସନରେ ଆଗୁଆ ରହିଛି ବିଜୁ ଜନତା ଦଳ । ସେହିପରି ୨୦ ଆସନରେ ଆଗରେ ରହି ଦ୍ୱିତୀୟ ସ୍ଥାନରେ ରହିଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ କଂଗ୍ରେ ୧୯ଟି ଜିଲ୍ଲା ପରିଷଦ ଜୋନରେ ଆଗରେ ରହିଛି । ରାଜ୍ୟ ନିର୍ବାଚନ କମିଶନଙ୍କ ୱେବସାଇଟରେ ଥିବା ସୂଚନା ମୁତାବକ ଦିନ ୫ଟା ସୁଦ୍ଧା ଏହି ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ୨୬୧ ଜୋନରେ ଆଗରେ ରହିଛି ବିଜେଡି ।

ଶାସକ ବିଜେଡିର ଦୃଢ ଷ୍ଟ୍ରାଟେଜୀ ଦଳକୁ ଆଗକୁ ନେବାରେ ସହାୟକ ହୋଇଛି । ଫଳରେ ବିଗତ ୨୦୧୭ ନିର୍ବାଚନରେ ବିଜେପିକ ଗଡ କୁହାଯାଉଥିବା ପଶ୍ଚିମ ଓଡ଼ିଶାରେ ମଧ୍ୟ ଭଲ ପ୍ରଦର୍ଶନ କରିଛି ବିଜେଡି । ମୟୁରଭଞ୍ଜରେ ପ୍ରଥମ ଗଣତିରେ କ୍ଲିନ ସ୍ୱିପ କରିବା ପରେ ଦ୍ୱିତୀୟ ଦିନରେ ମଧ୍ୟ ଗଣତି ହେଉଥିବା ୨୬ଟି ଆସନ ମଧ୍ୟରୁ ୨୪ଟିରେ ଆଗରେ ରହିଛି ବିଜେଡି । ସେହିପରି ବିଜେପି ଏପର୍ଯ୍ଯନ୍ତ କୌଣସି ମଧ୍ୟ ଜୋନରେ ଆଗୁଆ ରହିନାହିଁ । କଂଗ୍ରେସ ଅବସ୍ଥା ମଧ୍ୟ ଅନୁରୂପ । କିନ୍ତୁ ଦୁଇଟି ଆସନରେ ଆଗରେ ରହିଛନ୍ତି ସ୍ୱାଧିନ ପ୍ରାର୍ଥୀ ।

ଅନ୍ୟପଟେ ଯଦି କହିବା, ଅନୁଗୋଳର ୮ଟି ଆସନ ମଧ୍ୟରୁ ୭ଟିରେ ଆଗରେ ରହିଛି ବିଜେଡି । ବାଲେଶ୍ୱରରେ ଗଣତି ହେଉଥିବା ୧୪ଟି ଜୋନ ମଧ୍ୟରୁ ୧୧ଟିରେ ଆଗରେ ରହିଛି ବିଜେଡି, ୩ଟିରେ ଆଗରେ ରହିଛି ବିଜେପି । ଭଦ୍ରକର ୯ଟି ଜୋନ ମଧ୍ୟରୁ ୯ଟି ଯାକରେ ଆଗରେ ରହିଛି ବିଜୁ ଜନତା ଦଳ । ବଲାଙ୍ଗୀରର ୧୪ଟି ଜୋନରୁ ୮ଟି ରେ ଆଗରେ ରହିଛି ବିଜେଡି, ୪ଟିରେ ବିଜେପି ଏବଂ ଗୋଟିଏ ଜୋନରେ ଆଗରେ ରହିଛି କଂଗ୍ରେସ । କଟକର ୧୫ଟି ଜୋନରୁ ୧୪ଟିରେ ଆଗରେ ରହିଛି ବିଜେଡି ।

ଯଦି ରାଜ୍ୟର ବୃହତ ଜିଲ୍ଲା ମାନଙ୍କୁ ପରିଲିଖିତ କରିବା ତେବେ, ଗଞ୍ଜାମର ସମୁଦାୟ ୬୯ଟି ଆସନ ମଧ୍ୟରୁ ଦ୍ୱିତୀୟ ଦିନରେ ଗଣତି ହେବାକୁ ଥିବା ୨୨ଟି ଆସନରୁ ୨୨ଟିରେ ଆଗରେ ରହିଛି ବିଜେଡ଼ି । ମୟୁରଭଞ୍ଜର ୨୬ଟି ଜୋନରେ ଗଣତି ଚାଲିଥିବାବେଳେ ୨୪ଟି ଜୋନରେ ଶାସକ ବିଜୁ ଜନତା ଦଳ ଆଗରେ ରହିଥିବାବେଳେ ୨ଟି ଜୋନରେ ଆଗରେ ରହିଛନ୍ତି ସ୍ୱାଧିନ ପ୍ରାର୍ଥୀ । ପୁରୀ ଜିଲ୍ଲାରେ ଗଣତି ହେଉଥିବା ୧୧ଟି ଜୋନ ମଧ୍ୟରୁ ୧୧ଟିରେ ଆଗରେ ରହିଛି ଶାସକ ଦଳ । କୋରାପୁଟର ୧୩ଟି ଆସନରେ ଆଜି ଗଣତି ହେଇଥିବାବେଳେ ୭ଟିରେ ବିଜେଡି ଆଗରେ ଏବଂ ୬ଟି ଜୋନରେଲ କଂଗ୍ରେସ ଆଗରେ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର