ବିଜେଡି ଏକ ଦଳ ନୁହେଁ, ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି : ପ୍ରଣବ ପ୍ରକାଶ ଦାସ

The Sakala Picture
Published On

ଭୁବନେଶ୍ବର : ବିଜୁ ଜନତା ଦଳ ଏକ ଦଳ ନୁହେଁ ବରଂ ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି। ଅନାହାର ମୃତ୍ୟୁ, ପ୍ରାକୃତିକ ବିପର୍ଯ୍ୟୟର ଅଦୂରଦର୍ଶୀ ପରିଚାଳନା, ଦୀର୍ଘମିଆଦୀ ଭିତ୍ତିଭୂମି ସୃଷ୍ଟି ନ କରି ପାରିବା ଦୁଇ ଦଶନ୍ଧି ତଳେ ଓଡ଼ିଶାର ପରିଚୟ ଥିଲା। ମାତ୍ର ରାଜ୍ୟ ତଥା ଦେଶ ରାଜନୀତିର ସମ୍ପୂର୍ଣ୍ଣ ନବାଗତ ବିଜୁ ଜନତା ଦଳ(ବିଜେଡି) ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରୋକ୍ତ ଧାରଣାକୁ ବଦଳାଇବାରେ ସଫଳ ହୋଇପାରିଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟ […]

ଭୁବନେଶ୍ବର : ବିଜୁ ଜନତା ଦଳ ଏକ ଦଳ ନୁହେଁ ବରଂ ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି। ଅନାହାର ମୃତ୍ୟୁ, ପ୍ରାକୃତିକ ବିପର୍ଯ୍ୟୟର ଅଦୂରଦର୍ଶୀ ପରିଚାଳନା, ଦୀର୍ଘମିଆଦୀ ଭିତ୍ତିଭୂମି ସୃଷ୍ଟି ନ କରି ପାରିବା ଦୁଇ ଦଶନ୍ଧି ତଳେ ଓଡ଼ିଶାର ପରିଚୟ ଥିଲା। ମାତ୍ର ରାଜ୍ୟ ତଥା ଦେଶ ରାଜନୀତିର ସମ୍ପୂର୍ଣ୍ଣ ନବାଗତ ବିଜୁ ଜନତା ଦଳ(ବିଜେଡି) ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରୋକ୍ତ ଧାରଣାକୁ ବଦଳାଇବାରେ ସଫଳ ହୋଇପାରିଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟ ଜାତୀୟ ସ୍ତରରେ ଅଗ୍ରଣୀ ହୋଇ ପାରିଛି। ପ୍ରାକୃତିକ ବିପର୍ଯ୍ୟୟ ଆସିବାର ଯଥେଷ୍ଟ ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ବିପର୍ଯ୍ୟୟ ପରବର୍ତ୍ତୀ ଉଦ୍ଧାରରେ ରାଜ୍ୟ ଅନ୍ତର୍ଜାତିକ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇପାରିଛି। ରାଜ୍ୟର ଭିତ୍ତିଭୂମିରେ ମଧ୍ୟ ଏକ ନାଟକୀୟ ପରିବର୍ତ୍ତନ ସବୁ ସ୍ଥାନରେ ପରିଲଖିତ ହୋଇଛି। ବର୍ତ୍ତମାନ ପୁଞ୍ଜିନିବେଶର ପ୍ରକୃଷ୍ଟ କ୍ଷେତ୍ର ହୋଇପାରିଛି ଓଡ଼ିଶା। ଯାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସରେ ଆୟୋଜିତ ସଭାକୁ ସମ୍ବୋଧିତ କରି କହିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଆଜି ୨୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜୁ ଜନତା ଦଳର। ଜନସେବାର ଜୟଯାତ୍ରାରେ ଆଉ ଏକବର୍ଷ ଅତିକ୍ରମ କରିଛି ବିଜେଡି। ୨୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡି। ଏହି ଅବସରରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସଭାରେ ବିଜୁ ଜନତା ଦଳର ବିଧାୟକ ଓ କର୍ମୀମାନଙ୍କୁ ସମ୍ବୋଧିତ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି। ଜୀବନ ଥିବା ଯାଏ ତାଙ୍କୁ କେହି କ୍ଷମତାଚ୍ୟୁତ କରିପାରିବେନି। ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଛନ୍ତି ନବୀନ। ଆମେ ଭାବିନଥିବା କଥାକୁ ନବୀନ କରି ଦେଖାଇଛନ୍ତି। ନିର୍ବାଚନ ଜିତିବାକୁ ନବୀନଙ୍କ ନାଁ ଯଥେଷ୍ଟ ବୋଲି କହିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ପ୍ରଣବ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟବାସୀଙ୍କ ପାଇଁ ଢାଲ ହୋଇ ଠିଆ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ଓଡ଼ିଶାକୁ ନିଜ ପରିବାର ଭାବେ ଗ୍ରହଣ କରିଛନ୍ତି ନବୀନ । ଜନ୍ମରୁ ମୃତ୍ୟୁ ଯାଏ ରହିଛି ଅନେତ ଜନକଲ୍ୟାଣକାରୀ ଯୋଜନା । ଏ ହେଉଛି ନବୀନ ପଟ୍ଟନାୟକଙ୍କ ଶାସନର ମୂଳମନ୍ତ୍ର । ଯାହାର ସଫଳ କାର୍ଯ୍ୟକାରିତା ପାଇଁ ଫାଇଭ୍‌-ଟି ଓ ମୋ ସରକାର ପରି ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ଯାହାକୁ ପ୍ରଶଂସା କରୁଛି ସାରା ଭାରତବର୍ଷ ।ବିଜୁ ବାବୁଙ୍କ ସ୍ବପ୍ନକୁ ପୂରଣ କରିଛନ୍ତି ତାଙ୍କ ପୁତ୍ର ନବୀନ ପଟ୍ଟନାୟକ। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବା ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାର ସୁଫଳ। ନବୀନଙ୍କ ରାଜନୀତିକୁ ଆସିବା ପୂର୍ବ ଏବଂ ପରବର୍ତ୍ତି ସମୟକୁ ଇତିହାସ ମନେ ରଖିବ। ଏବେ ନବୀନିଜିମ୍‌ ଆରମ୍ଭ ହୋଇଛି।ଧରାପୃଷ୍ଠରେ ଥିବା ଯାଏ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ କ୍ଷମତାଚ୍ୟୁତ କରିବେ ନାହିଁ ବୋଲି ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସରେ ଆୟୋଜିତ ସଭାକୁ ସମ୍ବୋଧିତ କରି କହିଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର