କଟକ ଏସସିବି ମେଡିକାଲ ଛାତରୁ ଅତଡା ଘସି ରୋଗୀ ଆହତ ଘଟଣା: ଆହତଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

Madhusudan Das Picture
Published On

ଭୁବନେଶ୍ୱର: କଟକ ବଡ ମେଡିକାଲ ଛାତରୁ ଏକ ଅତଡା ଖସିବାରୁ ଜଣେ ରୋଗୀ ଆହତ ହୋଇଥିଲେ । ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିଜେଡିର ଏକ ପ୍ରତିନିଧି ଦଳ ଆଜି ଏସ.ସି.ବି. ମେଡିକାଲ କଲେଜ ଏବଂ ହସ୍ପିଟାଲ ଗସ୍ତ କରିଥିଲେ । ଏହି ପ୍ରତିନିଧି ଦଳ କଟକର ପୁରୁଣା ଔଷଧ ୱାର୍ଡକୁ ପରିଦର୍ଶନ କରିଥିଲେ । ଛାତରୁ ଅତଡା ପଡି ଆହତ ହୋଇଥିବା ରୋଗୀ ନିମାଇ ଚରଣ ଦାସଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସ୍ଥିତି ସମୀକ୍ଷା କରିଥିଲେ ।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ବିଜୁ ଜନତା ଦଳର ପ୍ରତିନିଧି ଦଳ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଘଟଣାସ୍ଥଳର ପରିସ୍ଥିତି ବିଷୟରେ ଆଲୋଚନା କରି ଗଭୀର ଚିନ୍ତାପ୍ରକାଶ କରିଛନ୍ତି । ଦଳ କହିଛି ଯେ, ସରକାରୀ ହସ୍ପିଟାଲଗୁଡିକରେ ନିୟମିତ ଭାବେ ରକ୍ଷଣାବେକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ହେବା ଆବଶ୍ୟକ, ଏପରି ଦୁର୍ଭାଗ୍ୟଜନକ ଘଟଣା ଆଗାମୀ ଦିନରେ ପୁନରାବୃତ୍ତି ନହେଉ ବୋଲି ଜୋର ଦେଇଥିଲେ ।  

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ବିଜେଡି ପ୍ରତିନିଧି ଦଳ ଆହୁରି କହିଥିଲା ଯେ, ପ୍ରତ୍ୟେକ ଜୀବନ ଅତ୍ୟନ୍ତ ମୂଲ୍ୟବାନ ଏବଂ ସ୍ୱାସ୍ଥ୍ୟ ସଂସ୍ଥାଗୁଡିକରେ ଅବହେଳା କେବେ ଗ୍ରହଣୀୟ ନୁହେଁ । ଦଳ ଦାବି କରିଛି ଯେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ତକ୍ରାଳ ପଦକ୍ଷେପ ଗ୍ରହଣ କରି ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଉନ୍ନତ କରିବେ ଏବଂ ରୋଗୀମାନଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବେ । 

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ବିଜୁ ଜନତା ଦଳ ଆହତ ରୋଗୀ ଏବଂ ତାଙ୍କ ପରିବାରଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିଛି ଏବଂ ରାଜ୍ୟ ସରକାରକୁ ଅତ୍ୟାବଶ୍ୟକ ଚିକିତ୍ସା ସହାୟତା ସହିତ ଯଥୋଚିତ କ୍ଷତିପୂରଣ ଦେବା ପାଇଁ ଅନୁରୋଧ କରିଛି । ବିଜେଡିର ଏହି ପ୍ରତିନିଧି ଦଳରେ କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ସିଂହ, ମ. ଶାକିଲ୍, ପ୍ରକାଶ ସିଂହ, ତାପସ ମହାନ୍ତି, ସୁଦର୍ଶନ ଜେନା, ଯୁଧିଷ୍ଠିର ବିଶ୍ୱାଳ, ରାଜେନ୍ଦ୍ର ରଣା ଓ ବହୁ ବିଜେଡି କର୍ମୀ ସାମିଲ ଥିଲେ ।

07 Jan 2026 By Madhusudan Das

କଟକ ଏସସିବି ମେଡିକାଲ ଛାତରୁ ଅତଡା ଘସି ରୋଗୀ ଆହତ ଘଟଣା: ଆହତଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

ଭୁବନେଶ୍ୱର: କଟକ ବଡ ମେଡିକାଲ ଛାତରୁ ଏକ ଅତଡା ଖସିବାରୁ ଜଣେ ରୋଗୀ ଆହତ ହୋଇଥିଲେ । ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିଜେଡିର ଏକ ପ୍ରତିନିଧି ଦଳ ଆଜି ଏସ.ସି.ବି. ମେଡିକାଲ କଲେଜ ଏବଂ ହସ୍ପିଟାଲ ଗସ୍ତ କରିଥିଲେ । ଏହି ପ୍ରତିନିଧି ଦଳ କଟକର ପୁରୁଣା ଔଷଧ ୱାର୍ଡକୁ ପରିଦର୍ଶନ କରିଥିଲେ । ଛାତରୁ ଅତଡା ପଡି ଆହତ ହୋଇଥିବା ରୋଗୀ ନିମାଇ ଚରଣ ଦାସଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସ୍ଥିତି ସମୀକ୍ଷା କରିଥିଲେ ।

ବିଜୁ ଜନତା ଦଳର ପ୍ରତିନିଧି ଦଳ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଘଟଣାସ୍ଥଳର ପରିସ୍ଥିତି ବିଷୟରେ ଆଲୋଚନା କରି ଗଭୀର ଚିନ୍ତାପ୍ରକାଶ କରିଛନ୍ତି । ଦଳ କହିଛି ଯେ, ସରକାରୀ ହସ୍ପିଟାଲଗୁଡିକରେ ନିୟମିତ ଭାବେ ରକ୍ଷଣାବେକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ହେବା ଆବଶ୍ୟକ, ଏପରି ଦୁର୍ଭାଗ୍ୟଜନକ ଘଟଣା ଆଗାମୀ ଦିନରେ ପୁନରାବୃତ୍ତି ନହେଉ ବୋଲି ଜୋର ଦେଇଥିଲେ ।  

ବିଜେଡି ପ୍ରତିନିଧି ଦଳ ଆହୁରି କହିଥିଲା ଯେ, ପ୍ରତ୍ୟେକ ଜୀବନ ଅତ୍ୟନ୍ତ ମୂଲ୍ୟବାନ ଏବଂ ସ୍ୱାସ୍ଥ୍ୟ ସଂସ୍ଥାଗୁଡିକରେ ଅବହେଳା କେବେ ଗ୍ରହଣୀୟ ନୁହେଁ । ଦଳ ଦାବି କରିଛି ଯେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ତକ୍ରାଳ ପଦକ୍ଷେପ ଗ୍ରହଣ କରି ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଉନ୍ନତ କରିବେ ଏବଂ ରୋଗୀମାନଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବେ । 

ବିଜୁ ଜନତା ଦଳ ଆହତ ରୋଗୀ ଏବଂ ତାଙ୍କ ପରିବାରଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିଛି ଏବଂ ରାଜ୍ୟ ସରକାରକୁ ଅତ୍ୟାବଶ୍ୟକ ଚିକିତ୍ସା ସହାୟତା ସହିତ ଯଥୋଚିତ କ୍ଷତିପୂରଣ ଦେବା ପାଇଁ ଅନୁରୋଧ କରିଛି । ବିଜେଡିର ଏହି ପ୍ରତିନିଧି ଦଳରେ କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ସିଂହ, ମ. ଶାକିଲ୍, ପ୍ରକାଶ ସିଂହ, ତାପସ ମହାନ୍ତି, ସୁଦର୍ଶନ ଜେନା, ଯୁଧିଷ୍ଠିର ବିଶ୍ୱାଳ, ରାଜେନ୍ଦ୍ର ରଣା ଓ ବହୁ ବିଜେଡି କର୍ମୀ ସାମିଲ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର