ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ହାତପାଣ୍ଠି ହରିଲୁଟ୍ ପ୍ରସଙ୍ଗରେ ବର୍ଷିଲା ବିଜେଡି

The Sakala Picture
Published On

ଭୁବନେଶ୍ବର: ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିଧାୟକ ହାତପାଣ୍ଠି ହରିଲୁଟ୍ ପ୍ରସଙ୍ଗରେ ପ୍ରେସମିଟ୍ କରିଛି ବିଜେଡି। ଏହି ପ୍ରେସମିଟରେ ବର୍ଷିଲେ ଦେବଗଡ଼ ବିଜେଡି ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ। ଅନେକ ଆଶା ଭରସାରେ ୨୦୧୯ରେ ସୁବାସଙ୍କୁ ଜିତାଇଥିଲେ ଲୋକ। ହେଲେ ସେ ବିଧାୟକ ପାଣ୍ଠିକୁ କର୍ମୀଙ୍କ ପାଚେରି ନିର୍ମାଣରେ ଖର୍ଚ୍ଚ କରିଛନ୍ତି। ଦେବଗଡ଼ ମହିଳା ମହାବିଦ୍ୟାଳୟ ପାଚେରି ନିର୍ମାଣ ପାଇଁ ଆସିଥିଲା ପାଣ୍ଠି। ହେଲେ ଅନୁଗତଙ୍କ ପାଚେରି ନିର୍ମାଣରେ ୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି […]

ଭୁବନେଶ୍ବର: ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିଧାୟକ ହାତପାଣ୍ଠି ହରିଲୁଟ୍ ପ୍ରସଙ୍ଗରେ ପ୍ରେସମିଟ୍ କରିଛି ବିଜେଡି। ଏହି ପ୍ରେସମିଟରେ ବର୍ଷିଲେ ଦେବଗଡ଼ ବିଜେଡି ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ। ଅନେକ ଆଶା ଭରସାରେ ୨୦୧୯ରେ ସୁବାସଙ୍କୁ ଜିତାଇଥିଲେ ଲୋକ। ହେଲେ ସେ ବିଧାୟକ ପାଣ୍ଠିକୁ କର୍ମୀଙ୍କ ପାଚେରି ନିର୍ମାଣରେ ଖର୍ଚ୍ଚ କରିଛନ୍ତି। ଦେବଗଡ଼ ମହିଳା ମହାବିଦ୍ୟାଳୟ ପାଚେରି ନିର୍ମାଣ ପାଇଁ ଆସିଥିଲା ପାଣ୍ଠି। ହେଲେ ଅନୁଗତଙ୍କ ପାଚେରି ନିର୍ମାଣରେ ୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଏନେଇ ଗଣମାଧ୍ୟମ ଆଗରେ ସେହି ଗାଁର ଜଣେ ବିଜେପି ନେତା ଅଭିଯୋଗ ଆଣିଲେ। ଖବର ପ୍ରସାରଣ ପରେ ରାତାରାତି ଫଳକରେ ରଙ୍ଗ ମାରି ଲେଖାଗଲା କଂକ୍ରିଟ ରୋଡ୍ ଓ ଗାର୍ଡଓ୍ବାଲ। ଦେବଗଡ଼ବାସୀ ଏଥିପାଇଁ ଲଜ୍ଜିତ ଅନୁଭବ କରୁଛନ୍ତି। ଦେବଗଡ଼ ବିଧାୟକଙ୍କ ନାଁରେ ଅଭିଯୋଗ ନୂଆ ନୂହେଁ। ପୂର୍ବରୁ ଜଣେ ଦଳିତ ପ୍ରଶାସନିକ ଅଧିକାରୀଙ୍କୁ ମାଡ଼ କରିଥିଲେ ସୁବାସ। ମିଶନ ଶକ୍ତି ମାଆ ନିର୍ମାଣ କରିଥିବା ପାଚେରି ବି ନିଜେ ଉପସ୍ଥିତ ରହି ଭାଙ୍ଗିଥିଲେ। ଗତକାଲି ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ପାଇଁ ନିବେଦନ କରିଛି ବିଜେଡି। ବିଧାୟକଙ୍କ ଯେଉଁ ଅନୁଗତଙ୍କ ପାଚେରି ନିର୍ମାଣ କରାଯାଇଛି, ସେ ଜଣେ ଶିକ୍ଷକ। ନିର୍ବାଚନ ସମୟରେ ଟଙ୍କା ବାଣ୍ଟିବାକୁ ଯାଇ ପୋଲିସ ହାତରେ ଧରା ପଡ଼ିଥିଲେ। ପରେ ସୁବାସ ପାଣିଗ୍ରାହୀ ଯାଇ ଥାନାରେ ପାଟିତୁଣ୍ଡ କରିଥିଲେ। ତେଣୁ ସବୁର ତଦନ୍ତ କରିବାକୁ ଦାବି କରିଛି ବିଜେଡି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର