ମନୋରଞ୍ଜନ
ଓଡ଼ିଶା
କଟକ ମେୟର ବାଜି ଜିତିଲେ ବିଜେଡି ପ୍ରାର୍ଥୀ ସୁବାସ ସିଂ, ୪୫ ହଜାରରୁ ଉର୍ଦ୍ଧ୍ବ ଭୋଟରେ ସୁବାସ ବିଜୟୀ
କଟକ : କଟକ ମହାନଗର ନିଗମ ମେୟର ପଦ ପୁଣି ଥରେ ବିଜେଡି ଦଖଲକୁ ଆସିଛି । ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ବିପୁଳ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ସୁବାସ ସିଂ ୪୫୨୦୬ ଖଣ୍ଡ ଭୋଟର ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଗିରିବାଳା ବେହେରାଙ୍କୁ ହରାଇଛନ୍ତି । ସୁବାସ ସିଂ ୧, ୧୩, ୫୬୨ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୬୮, ୩୫୬ ଖଣ୍ଡ ଭୋଟ୍ ପାଇଛନ୍ତି। […]
କଟକ : କଟକ ମହାନଗର ନିଗମ ମେୟର ପଦ ପୁଣି ଥରେ ବିଜେଡି ଦଖଲକୁ ଆସିଛି । ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ବିପୁଳ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ସୁବାସ ସିଂ ୪୫୨୦୬ ଖଣ୍ଡ ଭୋଟର ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଗିରିବାଳା ବେହେରାଙ୍କୁ ହରାଇଛନ୍ତି । ସୁବାସ ସିଂ ୧, ୧୩, ୫୬୨ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୬୮, ୩୫୬ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି ବିଜେପିର ଶ୍ରିତମ ଦାସଙ୍କୁ ମିଳିଛି ୪୯,୨୨୩ ଖଣ୍ଡ ଭୋଟ।
ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
କଟକ ମେୟର ଲଢ଼େଇରେ ବିଜୟ ବାନା ଉଡ଼ାଇଛି ବିଜେଡି । ଗଣତିରେ ବିଭିନ୍ନ ରାଉଣ୍ଡରେ ଆଗରେ ରହିଥିଲେ ସୁବାସ ସିଂ । ଦ୍ୱିତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ଓ ତୃତୀୟ ସ୍ଥାନରେ ରହିଛନ୍ତି ବିଜେପିର ଶ୍ରୀତମ ଦାସ । ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମର ବିଭିନ୍ନ ଓ୍ଵାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥୀ ବି ବିଜୟୀ ହୋଇଛନ୍ତି ।






