ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

The Sakala Picture
Published On

ଝାରସୁଗୁଡ଼ା: ଆଜି ବିଜୁ ଜନତା ଦଳ ପକ୍ଷରୁ ଦୀପାଳି ଦାସ ନାମାଙ୍କନ ପତ୍ର ଦାଖଲ କରିବେ। ଏନେଇ ବିଜୁ ଜନତା ଦଳ ପକ୍ଷରୁ ସୋମବାର ସଂଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀପାଳି ଦାସଙ୍କ ନାମାଙ୍କନପତ୍ର ଦାଖଲ ଶୋଭାଯାତ୍ରାରେ ୨୦ ହଜାରରୁ ଊର୍ଦ୍ଧ୍ବ ସମର୍ଥକ ଓ ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ନେତୃବୃନ୍ଦ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ୧୫ ତାରିଖରେ ନବୀନ ନିବାସ […]

ଝାରସୁଗୁଡ଼ା: ଆଜି ବିଜୁ ଜନତା ଦଳ ପକ୍ଷରୁ ଦୀପାଳି ଦାସ ନାମାଙ୍କନ ପତ୍ର ଦାଖଲ କରିବେ। ଏନେଇ ବିଜୁ ଜନତା ଦଳ ପକ୍ଷରୁ ସୋମବାର ସଂଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀପାଳି ଦାସଙ୍କ ନାମାଙ୍କନପତ୍ର ଦାଖଲ ଶୋଭାଯାତ୍ରାରେ ୨୦ ହଜାରରୁ ଊର୍ଦ୍ଧ୍ବ ସମର୍ଥକ ଓ ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ନେତୃବୃନ୍ଦ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ପୂର୍ବରୁ ୧୫ ତାରିଖରେ ନବୀନ ନିବାସ ଯାଇ ଦଳର ନେତା, ସଂଗଠନ ସଂପାଦକ ଏବଂ ଦଳୀୟ ପର୍ଯ୍ୟବେଶକଙ୍କ ଉପସ୍ଥିତିରେ ଆଲୋଚନା କରି ଫେରିଥିଲେ ଦୀପାଳି । ବିଜେଡି ସୁପ୍ରିମୋ ନବୀନଙ୍କଠାରୁ ଦଳୀୟ ଟିକେଟ ଗ୍ରହଣ କରିଥିଲେ ପ୍ରାର୍ଥୀ ଦୀପାଳି ଦାସ ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡ଼ିଛି । ଆଉ ସେହି ଆସନରୁ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର