ଝାରସୁଗୁଡ଼ା ଉପନିର୍ବାଚନ: ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

The Sakala Picture
Published On

ଝାରସୁଗୁଡ଼ା: ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ । ମନମୋହନ ସ୍କୁଲରୁ ବିରାଟ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି ଦୀପାଳି । ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଶାରଦା ପ୍ରସାଦ ନାୟକଙ୍କ ସହ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ । ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଦୀପାଳିଙ୍କୁ ଜଣାଇଥିଲେ ସମର୍ଥନ । […]

ଝାରସୁଗୁଡ଼ା: ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ । ମନମୋହନ ସ୍କୁଲରୁ ବିରାଟ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି ଦୀପାଳି । ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଶାରଦା ପ୍ରସାଦ ନାୟକଙ୍କ ସହ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ । ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଦୀପାଳିଙ୍କୁ ଜଣାଇଥିଲେ ସମର୍ଥନ ।

ଆହୁରି ପଢ଼ନ୍ତୁ: କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ନିର୍ବାଚନ: ସମସ୍ତ ୧୪ ସିଟ୍‌ରେ ବିଜେଡିର ବାଜିମାତ୍‌

ନାମାଙ୍କନ ଦାଖଲ ପୂର୍ବରୁ ମା ପାଟଣେଶ୍ୱରୀ, ଶ୍ରୀଗଣେଶ ଓ ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ମୁଖ୍ୟମନ୍ତ୍ରୀଙ୍କୁ ଗୌରବାନ୍ୱିତ କରିବାକୁ ଯେଉଁ ପ୍ରତିଶ୍ରୁତି ଦେଇଛି, ସେଥିପାଇଁ ମାଆଙ୍କୁ ସାହସ ମାଗିଛନ୍ତି ଦୀପାଳି । ଏହାସହ ବାପାଙ୍କ ନାଁ ରଖିବାକୁ ଶକ୍ତି ଓ ସଦବୁଦ୍ଧି ମାଗିଛନ୍ତି ଦୀପାଳି । ବାପାଙ୍କ ପରି ଝାରସୁଗୁଡ଼ାବାସୀଙ୍କ ପାଇଁ କିଛି କରିବାର ଆଶା ରଖିଥିବା ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ତାଳଚେର ସାର କାରଖାନା କାର୍ଯ୍ୟକାରିତାକୁ ନେଇ ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନ

ସ୍ୱର୍ଗତ ନବକିଶୋର ଦାସ ଚାହୁଁଥିଲେ ଦୀପାଳି ରାଜନୀତିକୁ ଆସନ୍ତୁ ବୋଲି । ଦୀପାଳିଙ୍କ ଜୀବନର ବଡ଼ ଦିନ ଆରମ୍ଭ ହେଉଥିବା ବେଳେ, ବାପା ନାହାନ୍ତି ବୋଲି କହି ଭାବବିହ୍ୱଳ ହୋଇ ପଡ଼ିଥିଲେ । ହେଲେ ସେ ଭାଙ୍ଗିଯିବେନି ବରଂ ଆହୁରି ଶକ୍ତିଶାଳୀ ହେବେ । ବିକାଶର ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବି । ମହିଳାଙ୍କ ବିକାଶକୁ ଆଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ କାମ କରିବି ବୋଲି କହିଛନ୍ତି ଦୀପାଳି ।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ, ଗୋଡ଼ରେ ବାଜିଛି ଗୁଳି

18 Apr 2023 By The Sakala

ଝାରସୁଗୁଡ଼ା ଉପନିର୍ବାଚନ: ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡ଼ା: ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ । ମନମୋହନ ସ୍କୁଲରୁ ବିରାଟ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି ଦୀପାଳି । ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଶାରଦା ପ୍ରସାଦ ନାୟକଙ୍କ ସହ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ । ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଦୀପାଳିଙ୍କୁ ଜଣାଇଥିଲେ ସମର୍ଥନ ।

ନାମାଙ୍କନ ଦାଖଲ ପୂର୍ବରୁ ମା ପାଟଣେଶ୍ୱରୀ, ଶ୍ରୀଗଣେଶ ଓ ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ମୁଖ୍ୟମନ୍ତ୍ରୀଙ୍କୁ ଗୌରବାନ୍ୱିତ କରିବାକୁ ଯେଉଁ ପ୍ରତିଶ୍ରୁତି ଦେଇଛି, ସେଥିପାଇଁ ମାଆଙ୍କୁ ସାହସ ମାଗିଛନ୍ତି ଦୀପାଳି । ଏହାସହ ବାପାଙ୍କ ନାଁ ରଖିବାକୁ ଶକ୍ତି ଓ ସଦବୁଦ୍ଧି ମାଗିଛନ୍ତି ଦୀପାଳି । ବାପାଙ୍କ ପରି ଝାରସୁଗୁଡ଼ାବାସୀଙ୍କ ପାଇଁ କିଛି କରିବାର ଆଶା ରଖିଥିବା ସେ କହିଛନ୍ତି ।

ସ୍ୱର୍ଗତ ନବକିଶୋର ଦାସ ଚାହୁଁଥିଲେ ଦୀପାଳି ରାଜନୀତିକୁ ଆସନ୍ତୁ ବୋଲି । ଦୀପାଳିଙ୍କ ଜୀବନର ବଡ଼ ଦିନ ଆରମ୍ଭ ହେଉଥିବା ବେଳେ, ବାପା ନାହାନ୍ତି ବୋଲି କହି ଭାବବିହ୍ୱଳ ହୋଇ ପଡ଼ିଥିଲେ । ହେଲେ ସେ ଭାଙ୍ଗିଯିବେନି ବରଂ ଆହୁରି ଶକ୍ତିଶାଳୀ ହେବେ । ବିକାଶର ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବି । ମହିଳାଙ୍କ ବିକାଶକୁ ଆଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ କାମ କରିବି ବୋଲି କହିଛନ୍ତି ଦୀପାଳି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର