ଦାଦନ ଶ୍ରମିକଙ୍କ ପ୍ରସଙ୍ଗକୁ ନେଇ ସରକାରକୁ ଘେରିଲା ବିଜେଡି

The Sakala Picture
Published On

ଭୁବନେଶ୍ବର: ଦାଦନ ଶ୍ରମିକ ପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଲା ବିଜେଡି। ଅନ୍ୟ ରାଜ୍ୟରେ ନରେଗା ମଜୁରୀ ଅଧିକ ଥିବାବେଳେ ଓଡ଼ିଶାରେ ବଢାଉ ନାହାନ୍ତି। ନୂତନ ସରକାର ଆସିବା ପରେ ଜନ ସାଧାରଣଙ୍କୁ ପ୍ରତିଶ୍ରୃତି ଦେଇଥିଲେ ଦାଦନ ମୁକ୍ତ ହେବ ଓଡ଼ିଶା। କେହି ବି ଦାଦନ ଖଟିବାକୁ ଯିବ ନାହିଁ ବୋଲି କୁହାଯାଇଥିଲା। ଟାସ୍କଫୋର୍ସ ଗଠନ ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ଥିଲେ। କଣ ପାଇଁ ଶ୍ରମିକ ମାନେ ଦାଦନ ଯାଉଛନ୍ତି, କୁଆଡେ ଯାଉଛନ୍ତି […]

ଭୁବନେଶ୍ବର: ଦାଦନ ଶ୍ରମିକ ପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଲା ବିଜେଡି। ଅନ୍ୟ ରାଜ୍ୟରେ ନରେଗା ମଜୁରୀ ଅଧିକ ଥିବାବେଳେ ଓଡ଼ିଶାରେ ବଢାଉ ନାହାନ୍ତି। ନୂତନ ସରକାର ଆସିବା ପରେ ଜନ ସାଧାରଣଙ୍କୁ ପ୍ରତିଶ୍ରୃତି ଦେଇଥିଲେ ଦାଦନ ମୁକ୍ତ ହେବ ଓଡ଼ିଶା। କେହି ବି ଦାଦନ ଖଟିବାକୁ ଯିବ ନାହିଁ ବୋଲି କୁହାଯାଇଥିଲା। ଟାସ୍କଫୋର୍ସ ଗଠନ ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ଥିଲେ। କଣ ପାଇଁ ଶ୍ରମିକ ମାନେ ଦାଦନ ଯାଉଛନ୍ତି, କୁଆଡେ ଯାଉଛନ୍ତି ଓ ନିରାକରଣ ପାଇଁ ଯୋଜନା ହେବାର ଥିଲା। ଦାଦନ ପ୍ରବଣ ଜିଲ୍ଲାକୁ ଅବଗତ କରାଗଲା କିଭଳି ଏ ସମସ୍ୟାର ସମାଧାନ କରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ କଲେ। ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କୁ ଟ୍ରିଲିଅନ ଅର୍ଥନୀତିର ସ୍ୱପ୍ନ ଦେଖାଉଛନ୍ତି। ଓଡିଶାକୁ ଶୀର୍ଷକୁ ନେବୁ ବୋଲି ସ୍ୱପ୍ନ ଦେଖାଉଛନ୍ତି କିନ୍ତୁ ସରକାର ଆସିବାର ଗୋଟିଏ ବର୍ଷ ପାଞ୍ଚ ମାସ ମଧ୍ୟରେ ସ୍ୱପ୍ନ ଭାଙ୍ଗି ଭାଙ୍ଗି ଯାଉଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ବିଭିନ୍ନ ଜିଲ୍ଲାରୁ କର୍ମ ଦିବସ ଅଭାବରୁ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି। ୨୦୨୩ ୨୪ ଆର୍ଥିକ ବର୍ଷରେ ବିଜେଡି ସରକାର ସମୟରେ ୧୭ କୋଟି ୬୧ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଥିଲା। ଉଲ୍ଲେଖନୀୟ ଅବଦାନ ଥିଲା ଦେଶରେ ଓଡ଼ିଶା ପ୍ରଶଂସିତ ହୋଇଥିଲା। ଚଳିତ ବର୍ଷ ଦଶ କୋଟି ଶ୍ରମ ଦିବସ ମଧ୍ୟ ସୃଷ୍ଟି କରାଯାଇ ପାରିନାହିଁ। ପୂର୍ବ ସରକାର ସମୟରେ ୩.୩୯ ଲକ୍ଷ ପରିବାରକୁ ୧୦୦ ଦିନର କାର୍ଯ୍ୟଦିବଶ ବ୍ୟବସ୍ଥା ହୋଇଥଲ। ଏବେ ନୂଆ ସରକାରରେ ମାତ୍ର ୧.୪୯ ଲକ୍ଷ ପରିବାରକୁ ଏହା ଯୋଗାଇ ଦିଆଯାଇଛି। ନରେଗା ମାଧ୍ୟମରେ କିଭଳି ଲୋକଙ୍କୁ କାମ ଦିଆଯିବ ତାହାର କିଛି ପ୍ରତିବଧତା ମଧ୍ୟ ନାହିଁ। ପୁରୀର ବ୍ରାହ୍ମଗିରି ଅରଖକୁଦା ଓ ସାନପାଟଣା ଦୁଇଟି ଗାଁ ପୁରୁଷ ଶୂନ୍ୟ। ଦାଦନ ଖଟିବାକୁ ଯାଇଛନ୍ତି ଏ ଲୋକେ। ୭,୧୦,୧୩ ତାରିଖରେ ବସ ଆସି ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି। ଅରଖକୁଦା ଗାଁର ଜଣେ ବ୍ୟକ୍ତି ଗଙ୍ଗାଧର ବେହେରା ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ସରକାର ଏଭଳି ନିଦାବିଷ୍ଣୁ ହୋଇଛନ୍ତି। ଏହା ହେଉଛି ସାରା ଓଡ଼ିଶାର ଚିତ୍ର। ଉପମୁଖ୍ୟମନ୍ତ୍ରୀ ଯେ କି ଟାସ୍କ ଫୋର୍ସ ଅଧ୍ୟକ୍ଷ ତାଙ୍କୁ ପ୍ରଶ୍ନ ପଚାରିଲା ବିଜେଡି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଅରଖକୁଦା ଗାଁକୁ ଯାଇଥିଲେ କି ନାହିଁ ରିପୋର୍ଟ ଦେଇଛନ୍ତି କି ନାହିଁ ଉତ୍ତର ରଖନ୍ତୁ। ଏହି ରିପୋର୍ଟ ଜିଲ୍ଲା ପ୍ରଶାସନ ପାଖରେ ଅଛି କି ନାହିଁ ଉଠିଲା ପ୍ରଶ୍ନ। ସରକାରଙ୍କୁ ଦାବି ଓଡିଶା ଦାଦନ ମୁକ୍ତ ହେଉ। ନରେଗାରେ ୩୨୨ ଟଙ୍କା ମଜୁରୀ ଦେଉଛି ପଞ୍ଜାବ, ଆନ୍ଧ୍ରରେ ୩୦୦, କର୍ଣ୍ଣାଟକରେ ୩୪୯, କେରଳରେ ୩୪୬, ତାମିଲନାଡୁରେ ୩୧୯, ହରିୟାଣାରେ ୩୭୪ ଟଙ୍କା ମିଳୁଥିବା ବେଳେ ଓଡ଼ିଶାରେ ମାତ୍ର ୨୫୪ ଟଙ୍କା ଦିଆଯାଉଛି। ଓଡ଼ିଶାର ଅଧାରୁ ଅଧିକ ଜିଲାର ଶ୍ରମିକ ମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଶବ ଗାଁକୁ ଫେରୁଛନ୍ତି। କିନ୍ତୁ ସରକାର ନିଦାବିଷ୍ଣୁ। ମୁଖ୍ୟମନ୍ତ୍ରୀ ତୁରନ୍ତ ବୈଠକ ଡାକନ୍ତୁ ଓ ସମସ୍ୟାର ସମାଧାନ କରନ୍ତୁ। ଉତ୍ତରଦାୟିତ୍ୱ ନିୟନ୍ତୁ ସରକାର ବୋଲି କହିଛନ୍ତି ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା। ସେପଟେ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ କହିବା କଥା ଲୋକଙ୍କୁ ଠକିଛନ୍ତି ସରକାର। ପ୍ରତିଶ୍ରୁତି ଯାହା ଦେଇଥିଲେ ତାହା କରୁ ନାହାନ୍ତି। କେନ୍ଦ୍ରାପଡ଼ାରେ ମଧ୍ୟ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ମିତ୍ତଲ ସହ ଏମଓୟୁ ହୋଇଥିଲା। ଏବେ କମ୍ପାନୀ ଆନ୍ଧ୍ର ମୁହାଁ। ସରକାର କହୁଛନ୍ତି ଗୋଟିଏ କାର୍ଯ୍ୟରେ ଆଉ ଗୋଟିଏ କଥା। ଉଚ୍ଚସ୍ତରୀୟ କମିଟି କରି କିଭଳି ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦିଆଯିବ ସେ ବ୍ୟବସ୍ଥା କରନ୍ତୁ ଓ ନରେଗାରେ ମଜୁରୀ ବଢ଼ାନ୍ତୁ ବୋଲି ଦାବି କଲା ବିଜେଡି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

22 Sep 2025 By The Sakala

ଦାଦନ ଶ୍ରମିକଙ୍କ ପ୍ରସଙ୍ଗକୁ ନେଇ ସରକାରକୁ ଘେରିଲା ବିଜେଡି

ଭୁବନେଶ୍ବର: ଦାଦନ ଶ୍ରମିକ ପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଲା ବିଜେଡି। ଅନ୍ୟ ରାଜ୍ୟରେ ନରେଗା ମଜୁରୀ ଅଧିକ ଥିବାବେଳେ ଓଡ଼ିଶାରେ ବଢାଉ ନାହାନ୍ତି। ନୂତନ ସରକାର ଆସିବା ପରେ ଜନ ସାଧାରଣଙ୍କୁ ପ୍ରତିଶ୍ରୃତି ଦେଇଥିଲେ ଦାଦନ ମୁକ୍ତ ହେବ ଓଡ଼ିଶା। କେହି ବି ଦାଦନ ଖଟିବାକୁ ଯିବ ନାହିଁ ବୋଲି କୁହାଯାଇଥିଲା। ଟାସ୍କଫୋର୍ସ ଗଠନ ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ଥିଲେ। କଣ ପାଇଁ ଶ୍ରମିକ ମାନେ ଦାଦନ ଯାଉଛନ୍ତି, କୁଆଡେ ଯାଉଛନ୍ତି ଓ ନିରାକରଣ ପାଇଁ ଯୋଜନା ହେବାର ଥିଲା। ଦାଦନ ପ୍ରବଣ ଜିଲ୍ଲାକୁ ଅବଗତ କରାଗଲା କିଭଳି ଏ ସମସ୍ୟାର ସମାଧାନ କରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ କଲେ। ଡବଲ ଇଞ୍ଜିନ ସରକାର ଓଡିଶାବାସୀଙ୍କୁ ଟ୍ରିଲିଅନ ଅର୍ଥନୀତିର ସ୍ୱପ୍ନ ଦେଖାଉଛନ୍ତି। ଓଡିଶାକୁ ଶୀର୍ଷକୁ ନେବୁ ବୋଲି ସ୍ୱପ୍ନ ଦେଖାଉଛନ୍ତି କିନ୍ତୁ ସରକାର ଆସିବାର ଗୋଟିଏ ବର୍ଷ ପାଞ୍ଚ ମାସ ମଧ୍ୟରେ ସ୍ୱପ୍ନ ଭାଙ୍ଗି ଭାଙ୍ଗି ଯାଉଛି।

ବିଭିନ୍ନ ଜିଲ୍ଲାରୁ କର୍ମ ଦିବସ ଅଭାବରୁ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି। ୨୦୨୩ ୨୪ ଆର୍ଥିକ ବର୍ଷରେ ବିଜେଡି ସରକାର ସମୟରେ ୧୭ କୋଟି ୬୧ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଥିଲା। ଉଲ୍ଲେଖନୀୟ ଅବଦାନ ଥିଲା ଦେଶରେ ଓଡ଼ିଶା ପ୍ରଶଂସିତ ହୋଇଥିଲା। ଚଳିତ ବର୍ଷ ଦଶ କୋଟି ଶ୍ରମ ଦିବସ ମଧ୍ୟ ସୃଷ୍ଟି କରାଯାଇ ପାରିନାହିଁ। ପୂର୍ବ ସରକାର ସମୟରେ ୩.୩୯ ଲକ୍ଷ ପରିବାରକୁ ୧୦୦ ଦିନର କାର୍ଯ୍ୟଦିବଶ ବ୍ୟବସ୍ଥା ହୋଇଥଲ। ଏବେ ନୂଆ ସରକାରରେ ମାତ୍ର ୧.୪୯ ଲକ୍ଷ ପରିବାରକୁ ଏହା ଯୋଗାଇ ଦିଆଯାଇଛି। ନରେଗା ମାଧ୍ୟମରେ କିଭଳି ଲୋକଙ୍କୁ କାମ ଦିଆଯିବ ତାହାର କିଛି ପ୍ରତିବଧତା ମଧ୍ୟ ନାହିଁ। ପୁରୀର ବ୍ରାହ୍ମଗିରି ଅରଖକୁଦା ଓ ସାନପାଟଣା ଦୁଇଟି ଗାଁ ପୁରୁଷ ଶୂନ୍ୟ। ଦାଦନ ଖଟିବାକୁ ଯାଇଛନ୍ତି ଏ ଲୋକେ। ୭,୧୦,୧୩ ତାରିଖରେ ବସ ଆସି ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି। ଅରଖକୁଦା ଗାଁର ଜଣେ ବ୍ୟକ୍ତି ଗଙ୍ଗାଧର ବେହେରା ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ସରକାର ଏଭଳି ନିଦାବିଷ୍ଣୁ ହୋଇଛନ୍ତି। ଏହା ହେଉଛି ସାରା ଓଡ଼ିଶାର ଚିତ୍ର। ଉପମୁଖ୍ୟମନ୍ତ୍ରୀ ଯେ କି ଟାସ୍କ ଫୋର୍ସ ଅଧ୍ୟକ୍ଷ ତାଙ୍କୁ ପ୍ରଶ୍ନ ପଚାରିଲା ବିଜେଡି।

ଅରଖକୁଦା ଗାଁକୁ ଯାଇଥିଲେ କି ନାହିଁ ରିପୋର୍ଟ ଦେଇଛନ୍ତି କି ନାହିଁ ଉତ୍ତର ରଖନ୍ତୁ। ଏହି ରିପୋର୍ଟ ଜିଲ୍ଲା ପ୍ରଶାସନ ପାଖରେ ଅଛି କି ନାହିଁ ଉଠିଲା ପ୍ରଶ୍ନ। ସରକାରଙ୍କୁ ଦାବି ଓଡିଶା ଦାଦନ ମୁକ୍ତ ହେଉ। ନରେଗାରେ ୩୨୨ ଟଙ୍କା ମଜୁରୀ ଦେଉଛି ପଞ୍ଜାବ, ଆନ୍ଧ୍ରରେ ୩୦୦, କର୍ଣ୍ଣାଟକରେ ୩୪୯, କେରଳରେ ୩୪୬, ତାମିଲନାଡୁରେ ୩୧୯, ହରିୟାଣାରେ ୩୭୪ ଟଙ୍କା ମିଳୁଥିବା ବେଳେ ଓଡ଼ିଶାରେ ମାତ୍ର ୨୫୪ ଟଙ୍କା ଦିଆଯାଉଛି। ଓଡ଼ିଶାର ଅଧାରୁ ଅଧିକ ଜିଲାର ଶ୍ରମିକ ମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଶବ ଗାଁକୁ ଫେରୁଛନ୍ତି। କିନ୍ତୁ ସରକାର ନିଦାବିଷ୍ଣୁ। ମୁଖ୍ୟମନ୍ତ୍ରୀ ତୁରନ୍ତ ବୈଠକ ଡାକନ୍ତୁ ଓ ସମସ୍ୟାର ସମାଧାନ କରନ୍ତୁ। ଉତ୍ତରଦାୟିତ୍ୱ ନିୟନ୍ତୁ ସରକାର ବୋଲି କହିଛନ୍ତି ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା। ସେପଟେ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ କହିବା କଥା ଲୋକଙ୍କୁ ଠକିଛନ୍ତି ସରକାର। ପ୍ରତିଶ୍ରୁତି ଯାହା ଦେଇଥିଲେ ତାହା କରୁ ନାହାନ୍ତି। କେନ୍ଦ୍ରାପଡ଼ାରେ ମଧ୍ୟ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ମିତ୍ତଲ ସହ ଏମଓୟୁ ହୋଇଥିଲା। ଏବେ କମ୍ପାନୀ ଆନ୍ଧ୍ର ମୁହାଁ। ସରକାର କହୁଛନ୍ତି ଗୋଟିଏ କାର୍ଯ୍ୟରେ ଆଉ ଗୋଟିଏ କଥା। ଉଚ୍ଚସ୍ତରୀୟ କମିଟି କରି କିଭଳି ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦିଆଯିବ ସେ ବ୍ୟବସ୍ଥା କରନ୍ତୁ ଓ ନରେଗାରେ ମଜୁରୀ ବଢ଼ାନ୍ତୁ ବୋଲି ଦାବି କଲା ବିଜେଡି।

https://www.thesakala.in/latest-odisha-news/bjd-attacks-government-over-migrant-labour-issue/article-42446
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର