ମନୋରଞ୍ଜନ

ବିଜେଡିର ପ୍ରଶ୍ନ: କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ?

ରାଜ୍ୟରେ ବଢୁଛି ଅପରାଧୀଙ୍କ ଦୌରାତ୍ମ୍ୟ; ପୁଲିସ ଉପରୁ ଆସ୍ଥା ହରାଇଲେଣି ସାଧାରଣଜନତା

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶା ଏବେ ଘଡିସଦ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ବିଜେପି ରାଜ୍ୟର ଶାସନ ଭାର ନେବା ଦିନଠାରୁ ଦୁଇ ବର୍ଷ ହେଲାଣି ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। କେବଳ ଆଇନଶୃଙ୍ଖଳା ନୁହେଁ, ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛି । ମହିଳା ବିରୋଧୀ ହିଂସା, ଚାଷୀ ଅବ୍ୟବସ୍ଥା, ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି, ସାରା ରାଜ୍ୟରେ ମାଫିଆରାଜ, ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଦି ଆଦି ଘଟଣାମାନ ଏବେ ରାଜ୍ୟବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି ବୋଲି କ୍ଷୋଭ ପ୍ରକାଶ କରିଛି ବିଜେଡି। ବାରମ୍ୱାର ଘଟୁଥିବା ହିଂସାତ୍ମକ ଅପରାଧ ଯୋଗୁଁ ରାଜ୍ୟବାସୀଙ୍କ ମନରେ ଭୟ ଓ ଅସୁରକ୍ଷାର ପରିବେଶ ସୃଷ୍ଟି ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ; ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଗିରଫ

ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ତୁଷାରକାନ୍ତି ବେହେରା କହିଥିଲେ ଯେ ସହଦେବଖୁଣ୍ଟା ଥାନାଠାରୁ ମାତ୍ର ୬୦୦ ମିଟର ଦୂରରେ ଦୁର୍ବୃତ୍ତମାନେ ୮ ରାଉଣ୍ଡ ଗୁଳି ଚଳାଇ ଦିନ ଦ୍ୱିପ୍ରହରରେ ବାଲେଶ୍ୱରର ବ୍ୟବସାୟୀ ଶେଖ ହମିଦଙ୍କୁ ନିର୍ମମ ହତ୍ୟା କରିଛନ୍ତି । ସେହିପରି ପୁରୀରେ ଜଣେ ହୋଟେଲ ମାଲିକଙ୍କୁ ତାଙ୍କ ମ୍ୟାନେଜର ଓ ସହଯୋଗୀମାନେ ହତ୍ୟା କରିଥିଲେ। ପୁରୀରେ ଏଭଳି ଘଟଣା କେବଳ ଜନସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁନାହିଁ, ବରଂ ପର୍ଯ୍ୟଟକ ଓ ସମ୍ଭାବ୍ୟ ନିବେଶକଙ୍କ ନିକଟରେ ଓଡ଼ିଶାର ଭାବମୂର୍ତ୍ତିକୁ ମଧ୍ୟ କ୍ଷୁର୍ଣ୍ଣ କରୁଛି। ଏ ସମସ୍ତ ଘଟଣାରୁ ସ୍ପଷ୍ଟ ହେଉଛି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିଲା ବେଳେ ପୁଲିସ ବିଭାଗ କୋମାକୁ ଚାଲିଯାଇଛି। ମାଣିଆବନ୍ଧ ଏକ ଶାନ୍ତିପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ ଥିଲା ଏବଂ ପୂର୍ବରୁ ଏପରି ଅପରାଧିକ ଘଟଣା କେବେ ଘଟିନଥିଲା । ଶାଢ଼ୀ ପାଇଁ ସାରା ଦେଶରେ ପ୍ରସିଦ୍ଧ ଏହି ଅଞ୍ଚଳ ଆଜି ଏହି ଘଟଣା ପରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ପହଞ୍ଚିଛି ଏବଂ ସ୍ଥାନୀୟ ଲୋକଙ୍କ ମନରେ ଭୟ ଓ ଅସୁରକ୍ଷାର ଭାବନା ସୃଷ୍ଟି ହୋଇଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ।  

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଜନସମୁଦ୍ର ଶ୍ରୀକ୍ଷେତ୍ରଧାମ; ଭକ୍ତଙ୍କ ହରିବୋଲ, ହୁଳହୁଳିରେ କମ୍ପୁଛି ବଡଦାଣ୍ଡ

ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲର ଜୋନାଲ ସହସଂଯୋଜକ ଏସ୍‌କେ. ନିଜାମୁଦ୍ଦିନ କହିଥିଲେ ଯେ ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ଯେକୌଣସି ସରକାରଙ୍କର ସର୍ବପ୍ରଥମ ଦାୟିତ୍ୱ । ଓଡ଼ିଶାବାସୀ ସୁରକ୍ଷା, ନିରାପତ୍ତା ଓ ନ୍ୟାୟ ପାଇବାର ଅଧିକାରୀ । ସଂଖ୍ୟାଲଘୁ ବର୍ତ୍ତମାନ ରାଜ୍ୟରେ ସୁରକ୍ଷିତ ନାହାନ୍ତି । ବାଲେଶ୍ୱରରେ ବ୍ୟବସାୟୀ ହମିଦ୍‌ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ରାଜ୍ୟରେ ଘଟୁଥିବା ସଂଗଠିତ ଅପରାଧକୁ ସରକାର ଯଦି ରୋକିନପାରିବେ ଆଗାମୀ ଦିନରେ ଭୟଙ୍କର ବିରୋଧର ସମ୍ମୁଖୀନ ହେବେ ବୋଲି ସେ ଚେତାଇ ଦେଇଥିଲେ। 

ଆହୁରି ପଢ଼ନ୍ତୁ: ତେଲକୋଇ ଥାନା ସାତହଳିଆ ଜଙ୍ଗଲରେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍‌ ମହାନ୍ତି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି କହିଥିଲେ ଯେ ଗତ ୨୩ ତାରିଖରେ ରାଜ୍ୟର ଆଇନମନ୍ତ୍ରୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ସୁଚାରରୂପେ ପରିଚାଳନା ନିମନ୍ତେ ସମୀକ୍ଷା ବୈଠକ କରି ଗଣମାଧ୍ୟମକୁ କହିଥିଲେ, ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେବା ସହିତ ଭକ୍ତମାନଙ୍କ ସୁରକ୍ଷାରେ କୌଣସି ଅବହେଳା କରାଯିବ ନାହିଁ। କିନ୍ତୁ ପରଦିନ ଅପରାଧୀମାନେ ଆଇନମନ୍ତ୍ରୀଙ୍କ କଥାକୁ ଖାତିର ନକରି ପୁରୀର ଜଣେ ହୋଟେଲ ବ୍ୟବସାୟଙ୍କୁ ନିର୍ମମ ଭାବେ ହତ୍ୟା କରି ଖସିଯିବାରେ ସଫଳ ହେଲେ୤ ସେହିପରି ବଡମ୍ୱାର ମାଣିଆବଦ୍ଧ ସରପଞ୍ଚଙ୍କ ସ୍ୱାମୀଙ୍କୁ ସର୍ବସମ୍ମୁଖରେ ତାଙ୍କ ପୁଅଙ୍କ ଉପସ୍ଥିତିରେ ଗୁଳି ମାରି ହତ୍ୟା କରିବାକୁ ଉଦ୍ୟମ କରିଥିବା ଆସାମୀମାନଙ୍କୁ ଧରିବାରେ ଏପର୍ଯ୍ୟନ୍ତ ପୁଲିସ ସକ୍ଷମ ହୋଇନାହିଁ। ରାଜ୍ୟରେ ଏଭଳି ଅପରାଧମାନ କେତେ ଦିନ ଚାଲିବ ବୋଲି ଡ. ମହାନ୍ତି ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

27 Jun 2026 By Madhusudan Das

ବିଜେଡିର ପ୍ରଶ୍ନ: କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ?

ରାଜ୍ୟରେ ବଢୁଛି ଅପରାଧୀଙ୍କ ଦୌରାତ୍ମ୍ୟ; ପୁଲିସ ଉପରୁ ଆସ୍ଥା ହରାଇଲେଣି ସାଧାରଣଜନତା

ଭୁବନେଶ୍ୱର: ଓଡ଼ିଶା ଏବେ ଘଡିସଦ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ବିଜେପି ରାଜ୍ୟର ଶାସନ ଭାର ନେବା ଦିନଠାରୁ ଦୁଇ ବର୍ଷ ହେଲାଣି ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। କେବଳ ଆଇନଶୃଙ୍ଖଳା ନୁହେଁ, ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛି । ମହିଳା ବିରୋଧୀ ହିଂସା, ଚାଷୀ ଅବ୍ୟବସ୍ଥା, ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି, ସାରା ରାଜ୍ୟରେ ମାଫିଆରାଜ, ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଦି ଆଦି ଘଟଣାମାନ ଏବେ ରାଜ୍ୟବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି ବୋଲି କ୍ଷୋଭ ପ୍ରକାଶ କରିଛି ବିଜେଡି। ବାରମ୍ୱାର ଘଟୁଥିବା ହିଂସାତ୍ମକ ଅପରାଧ ଯୋଗୁଁ ରାଜ୍ୟବାସୀଙ୍କ ମନରେ ଭୟ ଓ ଅସୁରକ୍ଷାର ପରିବେଶ ସୃଷ୍ଟି ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି।

ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ତୁଷାରକାନ୍ତି ବେହେରା କହିଥିଲେ ଯେ ସହଦେବଖୁଣ୍ଟା ଥାନାଠାରୁ ମାତ୍ର ୬୦୦ ମିଟର ଦୂରରେ ଦୁର୍ବୃତ୍ତମାନେ ୮ ରାଉଣ୍ଡ ଗୁଳି ଚଳାଇ ଦିନ ଦ୍ୱିପ୍ରହରରେ ବାଲେଶ୍ୱରର ବ୍ୟବସାୟୀ ଶେଖ ହମିଦଙ୍କୁ ନିର୍ମମ ହତ୍ୟା କରିଛନ୍ତି । ସେହିପରି ପୁରୀରେ ଜଣେ ହୋଟେଲ ମାଲିକଙ୍କୁ ତାଙ୍କ ମ୍ୟାନେଜର ଓ ସହଯୋଗୀମାନେ ହତ୍ୟା କରିଥିଲେ। ପୁରୀରେ ଏଭଳି ଘଟଣା କେବଳ ଜନସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁନାହିଁ, ବରଂ ପର୍ଯ୍ୟଟକ ଓ ସମ୍ଭାବ୍ୟ ନିବେଶକଙ୍କ ନିକଟରେ ଓଡ଼ିଶାର ଭାବମୂର୍ତ୍ତିକୁ ମଧ୍ୟ କ୍ଷୁର୍ଣ୍ଣ କରୁଛି। ଏ ସମସ୍ତ ଘଟଣାରୁ ସ୍ପଷ୍ଟ ହେଉଛି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିଲା ବେଳେ ପୁଲିସ ବିଭାଗ କୋମାକୁ ଚାଲିଯାଇଛି। ମାଣିଆବନ୍ଧ ଏକ ଶାନ୍ତିପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ ଥିଲା ଏବଂ ପୂର୍ବରୁ ଏପରି ଅପରାଧିକ ଘଟଣା କେବେ ଘଟିନଥିଲା । ଶାଢ଼ୀ ପାଇଁ ସାରା ଦେଶରେ ପ୍ରସିଦ୍ଧ ଏହି ଅଞ୍ଚଳ ଆଜି ଏହି ଘଟଣା ପରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ପହଞ୍ଚିଛି ଏବଂ ସ୍ଥାନୀୟ ଲୋକଙ୍କ ମନରେ ଭୟ ଓ ଅସୁରକ୍ଷାର ଭାବନା ସୃଷ୍ଟି ହୋଇଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ।  

ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲର ଜୋନାଲ ସହସଂଯୋଜକ ଏସ୍‌କେ. ନିଜାମୁଦ୍ଦିନ କହିଥିଲେ ଯେ ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ଯେକୌଣସି ସରକାରଙ୍କର ସର୍ବପ୍ରଥମ ଦାୟିତ୍ୱ । ଓଡ଼ିଶାବାସୀ ସୁରକ୍ଷା, ନିରାପତ୍ତା ଓ ନ୍ୟାୟ ପାଇବାର ଅଧିକାରୀ । ସଂଖ୍ୟାଲଘୁ ବର୍ତ୍ତମାନ ରାଜ୍ୟରେ ସୁରକ୍ଷିତ ନାହାନ୍ତି । ବାଲେଶ୍ୱରରେ ବ୍ୟବସାୟୀ ହମିଦ୍‌ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ରାଜ୍ୟରେ ଘଟୁଥିବା ସଂଗଠିତ ଅପରାଧକୁ ସରକାର ଯଦି ରୋକିନପାରିବେ ଆଗାମୀ ଦିନରେ ଭୟଙ୍କର ବିରୋଧର ସମ୍ମୁଖୀନ ହେବେ ବୋଲି ସେ ଚେତାଇ ଦେଇଥିଲେ। 

ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍‌ ମହାନ୍ତି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି କହିଥିଲେ ଯେ ଗତ ୨୩ ତାରିଖରେ ରାଜ୍ୟର ଆଇନମନ୍ତ୍ରୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ସୁଚାରରୂପେ ପରିଚାଳନା ନିମନ୍ତେ ସମୀକ୍ଷା ବୈଠକ କରି ଗଣମାଧ୍ୟମକୁ କହିଥିଲେ, ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେବା ସହିତ ଭକ୍ତମାନଙ୍କ ସୁରକ୍ଷାରେ କୌଣସି ଅବହେଳା କରାଯିବ ନାହିଁ। କିନ୍ତୁ ପରଦିନ ଅପରାଧୀମାନେ ଆଇନମନ୍ତ୍ରୀଙ୍କ କଥାକୁ ଖାତିର ନକରି ପୁରୀର ଜଣେ ହୋଟେଲ ବ୍ୟବସାୟଙ୍କୁ ନିର୍ମମ ଭାବେ ହତ୍ୟା କରି ଖସିଯିବାରେ ସଫଳ ହେଲେ୤ ସେହିପରି ବଡମ୍ୱାର ମାଣିଆବଦ୍ଧ ସରପଞ୍ଚଙ୍କ ସ୍ୱାମୀଙ୍କୁ ସର୍ବସମ୍ମୁଖରେ ତାଙ୍କ ପୁଅଙ୍କ ଉପସ୍ଥିତିରେ ଗୁଳି ମାରି ହତ୍ୟା କରିବାକୁ ଉଦ୍ୟମ କରିଥିବା ଆସାମୀମାନଙ୍କୁ ଧରିବାରେ ଏପର୍ଯ୍ୟନ୍ତ ପୁଲିସ ସକ୍ଷମ ହୋଇନାହିଁ। ରାଜ୍ୟରେ ଏଭଳି ଅପରାଧମାନ କେତେ ଦିନ ଚାଲିବ ବୋଲି ଡ. ମହାନ୍ତି ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର