ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୯୬% ସମାଧାନ ଦାବିର ସତ୍ୟତା କେତେ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିରେ ୯୬ ପ୍ରତିଶତ ଲୋକଙ୍କ ସମସ୍ୟା ସମାଧାନ ହୋଇଛି ବୋଲି ବିଜେପି ସରକାର ଦାବି କରିଛି । କିନ୍ତୁ ବାସ୍ତବରେ ଏହି ସମସ୍ୟାର କେତେଦୂର ସମାଧାନ ହୋଇଛି ସରକାର ଏହାର ସ୍ପଷ୍ଟିକରଣ ରଖନ୍ତୁ ବୋଲି ବିଜେଡି କହିଛି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ୯୬ ପ୍ରତିଶତ ଲୋକଙ୍କ ସମସ୍ୟା ସମାଧାନ ହେଉଛି ବୋଲି ସରକାର ଦାବି କରୁଛନ୍ତି । କିନ୍ତୁ ଏହାର ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ଯଦି ୯୬ ପ୍ରତିଶତ ଅଭିଯୋଗର ସମାଧାନ ହେଉଛି ତାହା ହେଲେ ରାଜ୍ୟ ସରକାର ଏହାକୁ ସାର୍ବଜନୀନ କରିବାର ଅସୁବିଧା କେଉଁଠି ରହିଲା?

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ଦୁଇ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ଏହି ସରକାର କ୍ଷମତାରେ ଥିବାବେଳେ ମୁଖ୍ୟମନ୍ତ୍ରୀ ମାତ୍ର ୧୮ ଥର ଅଭିଯୋଗ ଶୁଣାଣିରେ ଉପସ୍ଥିତ ରହିଛନ୍ତି । ଏପରି ପରିସ୍ଥିତିରେ ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିବା ଦାବି କେଉଁ ଆଧାରରେ କରାଯାଉଛି? ଯଦି ପ୍ରକୃତରେ ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି, ସରକାର ଅତି କମରେ ୯୬ ଜଣ ଉପକୃତ ନାଗରିକଙ୍କ ନାମ ଓ ବିବରଣୀ ସାର୍ବଜନୀନ କରନ୍ତୁ । 
କେବଳ ଅଭିଯୋଗକୁ ଜିଲ୍ଲାପାଳ କିମ୍ୱା ସମ୍ପୃକ୍ତ ବିଭାଗକୁ ପଠାଇ ଦେଇ ସମାଧାନ ହେଉଛି ବୋଲି ଗଣାଯାଉଛି କି? ନା ପ୍ରକୃତରେ ଲୋକଙ୍କ ସମସ୍ୟାର ସ୍ଥାୟୀ ନିରାକରଣ ହେଉଛି? ଦାବିକୁ କେବଳ ପରିସଂଖ୍ୟାନ ମାଧ୍ୟମରେ ନୁହେଁ, ବରଂ ସମାଧାନ ହୋଇଥିବା ମାମଲାଗୁଡ଼ିକର ବିସ୍ତୃତ ତଥ୍ୟ ପ୍ରକାଶ କରିବାର ଆବଶ୍ୟକ ଅଛି । ବିଜୁ ଜନତା ଦଳ ପକ୍ଷରୁ ଦାବି କରାଯାଉଛି ଯେ, ସରକାର ଅତିକମରେ ସେହି ୯୬ ପ୍ରତିଶତ ସମାଧାନ ହୋଇଥିବା ଅଭିଯୋଗର ତାଲିକା ଏବଂ ସେଗୁଡ଼ିକର ନିରାକରଣ ସମ୍ପର୍କିତ ବିସ୍ତୃତ ବିବରଣୀ ସାର୍ବଜନୀନ କରନ୍ତୁ ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର