ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା: ସପ୍ତାହେ ପରେ ବି ଚିହ୍ନଟ ହେଲେନି ୩ ସିନିଅର୍‍ ଛାତ୍ରୀ

The Sakala Picture
Published On

ଭୁବନେଶ୍ୱର: ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ସପ୍ତାହେ ବିତିଯାଇଛି। କିନ୍ତୁ ତାଙ୍କୁ ଆତ୍ମହତ୍ୟା କରିବା ଲାଗି ପ୍ରବର୍ତ୍ତାଇଥିବା ୩ ବରିଷ୍ଠ ଛାତ୍ରୀଙ୍କୁ ଚିହ୍ନଟ କରିପାରୁନି କମିସନରେଟ ପୁଲିସର ତଦନ୍ତକାରୀ ଦଳ। କେବଳ ପଚରାଉଚରାରେ ପୁଲିସର ତଦନ୍ତ ସୀମିତ ଯାଇଥିବା ଅଭିଯୋଗ ହୋଇଛି। ଏଥିରେ ୨୦୦ରୁ ଊର୍ଦ୍ଧ୍ବ ବରିଷ୍ଠ ଛାତ୍ରୀ, ସହପାଠୀ ଓ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇଛି। ମାତ୍ର ସେମାନଙ୍କ ମଧ୍ୟରୁ ସେଇ ୩ଜଣ କିଏ ସେମାନଙ୍କ ବିଷୟରେ ମୁହଁ ଖୋଲୁନି […]

ଭୁବନେଶ୍ୱର: ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ସପ୍ତାହେ ବିତିଯାଇଛି। କିନ୍ତୁ ତାଙ୍କୁ ଆତ୍ମହତ୍ୟା କରିବା ଲାଗି ପ୍ରବର୍ତ୍ତାଇଥିବା ୩ ବରିଷ୍ଠ ଛାତ୍ରୀଙ୍କୁ ଚିହ୍ନଟ କରିପାରୁନି କମିସନରେଟ ପୁଲିସର ତଦନ୍ତକାରୀ ଦଳ। କେବଳ ପଚରାଉଚରାରେ ପୁଲିସର ତଦନ୍ତ ସୀମିତ ଯାଇଥିବା ଅଭିଯୋଗ ହୋଇଛି। ଏଥିରେ ୨୦୦ରୁ ଊର୍ଦ୍ଧ୍ବ ବରିଷ୍ଠ ଛାତ୍ରୀ, ସହପାଠୀ ଓ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇଛି। ମାତ୍ର ସେମାନଙ୍କ ମଧ୍ୟରୁ ସେଇ ୩ଜଣ କିଏ ସେମାନଙ୍କ ବିଷୟରେ ମୁହଁ ଖୋଲୁନି ପୁଲିସର ସ୍ୱତନ୍ତ୍ର ଟିମ୍‍। ଏପରିକି ମିଳିମିଶି ମାମଲାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ରୁଚିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ସେପଟେ ମାମଲା ଉପରୁ ପରଦା ହଟାଇବାକୁ ଉଦ୍ୟମ ଜାରି ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି। ମାମଲାଟି ସମ୍ବେଦନଶୀଳ ହୋଇଥିବାରୁ କିଛି ଦିନ ସମୟ ଲାଗି ବୋଲି ପୁଲିସର ଜଣେ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି। ସେଭଳି ଟେକ୍ନିକାଲ ତଥ୍ୟକୁ ଭରସା କରିଛି ପୁଲିସ। ରୁଚିକାଙ୍କ ମୋବାଇଲ ଫୋନ୍‍ ଓ ସୁଇସାଇଡ୍‍ ନୋଟ୍‍ ବା ମୃତ୍ୟୁକାଳୀନ ଚିଠି ବିଷୟରେ ଖୋଳତାଡ଼ କରାଯାଉଛି। ସେହିପରି ରୁଚିକାଙ୍କ ମା’ ବିଦ୍ୟୁତପ୍ରଭା ମହାନ୍ତି ଓ ବିଭିନ୍ନ ଛାତ୍ର ସଙ୍ଗଠନକୁ ଗତକାଲି ପୁଲିସ ଉଠାଇ ନେଇଥିଲା। ହେଲେ ଆଜିଠାରୁ ରୁଚିକାଙ୍କ ମା’ ଆମରଣ ଅନଶନରେ ବସିଛନ୍ତି। ସକାଳୁ ରାତି ପର୍ଯ୍ୟନ୍ତ କଲେଜ ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି। ତାଙ୍କ ସହ ଛାତ୍ର ସଂଗଠନଗୁଡ଼ିକର କର୍ମକର୍ତ୍ତା ମଧ୍ୟ ଧାରଣାରେ ବସିଛନ୍ତି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ଆଜି ନବମ ଦିନରେ କଲେଜରେ ଛାନବିନ୍ ଚଳାଇଛି ପୋଲିସ । କାରୁବାକୀ ଛାତ୍ରୀ ନିବାସରେ ସ୍ପେଶାଲ ଟିମ୍ ପହଞ୍ଚି ତନାଘନା କରୁଛି । ମନସ୍ତତ୍ତ୍ୱବିତଙ୍କୁ ନେଇ ହଷ୍ଟେଲକୁ ଯାଇଛି ପୋଲିସ । ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ନେତୃତ୍ୱରେ ମନସ୍ତତ୍ତ୍ୱବିତ ପ୍ରାପ୍ତୀ ପ୍ରଧାନଙ୍କୁ ନେଇ ହଷ୍ଟେଲ ଯାଇଛି ଟିମ୍ । ସେଠାରେ ସନ୍ଦେହରେ ଥିବା ଛାତ୍ରୀଙ୍କ ମାନସିକ ସ୍ଥିତିକୁ ନିରୀକ୍ଷଣ କରିବା ସହ ପଚରାଉଚରା କରାଯାଉଛି । ଏହାଛଡ଼ା ହଷ୍ଟେଲ କର୍ତ୍ତୃପକ୍ଷଙ୍କ ମାନସିକ ସ୍ଥିତି ନେଇ ମଧ୍ୟ ପଚରାଉଚରା କରାଯିବ ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର